Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ
ଆଜିର ଖବର

ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

August 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ
ବ୍ରହ୍ମପୁରରେ ତିନିଦିନିଆ ପ୍ରଦର୍ଶନୀ: ୧୨ ବର୍ଷରେ ଭାରତର ପ୍ରଗତି ହେଲା ପ୍ରଦର୍ଶିତ

ଭୁବନେଶ୍ୱର: ବ୍ରହ୍ମପୁର ଠାରେ ଆଜି ‘୧୨ ବର୍ଷର ରୂପାନ୍ତରଣକାରୀ ପ୍ରଶାସନ’ ଏବଂ ‘ହର ଘର ତିରଙ୍ଗା’ ଅଭିଯାନକୁ ନେଇ ଏକ ତିନି ଦିନିଆ ସମନ୍ୱିତ ଲୋକ ସମ୍ପର୍କ କାର୍ଯ୍ୟକ୍ରମ ଏବଂ ମଲ୍ଟିମିଡିଆ ପ୍ରଦର୍ଶନୀ ଉଦଘାଟନ ହୋଇଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କ୍ଷେତ୍ର କାର୍ଯ୍ୟାଳୟ, ବ୍ରହ୍ମପୁର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ପିଆଇବି ଓ ସିବିସିର ପୂର୍ବ ପ୍ରାନ୍ତ ମହାନିର୍ଦ୍ଦେଶକ ଟି.ଭି.କେ ରେଡ୍ଡି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ବିଶିଷ୍ଟ ଅତିଥି ଭାବେ ଓଡ଼ିଆ କଳାକାର ଏବଂ ସଂସ୍କୃତିବିତ୍‌ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କ ସମେତ ବହୁ ସମ୍ମାନିତ ବ୍ୟକ୍ତିବିଶେଷ, ସରକାରୀ ଅଧିକାରୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ରେଡ୍ଡୀ କହିଥିଲେ, ଏପରି କାର୍ଯ୍ୟକ୍ରମ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଲାଭ ନେବା ଲାଗି ଜନସାଧାରଣଙ୍କୁ ସଚେତନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ।

ସେ ଗୁରୁତ୍ୱାରୋପ କରି କହିଥିଲେ, ଏପରି କାର୍ଯ୍ୟକ୍ରମଗୁଡ଼ିକ କେବଳ ଭାଷଣ ଦେବାର ମଞ୍ଚ ନୁହେଁ, ବରଂ ଏହା ଲୋକମାନଙ୍କୁ ପ୍ରଶ୍ନ କରିବା ଏବଂ ସରକାରୀ ଯୋଜନା ବିଷୟରେ ସୂଚନା ପାଇବାର ସୁଯୋଗ ପ୍ରଦାନ କରେ। ସେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା, ଆୟୁଷ୍ମାନ ଭାରତ ଏବଂ ପିଏମ ଶ୍ରୀ ସ୍କୁଲ ଭଳି ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିସହିତ ୨୦୪୭ ସୁଦ୍ଧା ଏକ ବିକାଶିତ ଭାରତ ଗଠନର ଦୃଷ୍ଟିକୋଣ ବିଷୟରେ କହିଥିଲେ।

ଭାବିନିପୁର ସରପଞ୍ଚ ରଞ୍ଜିତ କୁମାର ସାହୁ ଗତ ୧୨ ବର୍ଷର ମୋଦୀ ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ୨୦୪୭ ସୁଦ୍ଧା ନାଗରିକଙ୍କ ବିକଶିତ ଭାରତ ପ୍ରତି ଆକାଂକ୍ଷା ବିଷୟରେ ମତ ରଖିଥିଲେ।

ଗଞ୍ଜାମର ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର ହିମାଞ୍ଚଲ ସାହୁ ସୁଭଦ୍ରା ଯୋଜନା ଏବଂ ସରକାରୀ ଯୋଜନାର ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବାରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଭୂମିକା ବିଷୟରେ କହିଥିଲେ। ସେ ହିତାଧିକାରୀଙ୍କୁ ସଶକ୍ତ କରିବାରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ।

ବ୍ରହ୍ମପୁରର ଡାକ ବିଭାଗର ଡାକ ନିରୀକ୍ଷକ କିରଣ କୁମାର ପାତ୍ର ବ୍ୟାଙ୍କିଂ ସୁବିଧା ସହଜରେ ଉପଲବ୍ଧ ନଥିବା ଅଞ୍ଚଳରେ ଆର୍ଥିକ ସେବା ବିସ୍ତାର କରିବାରେ ପୋଷ୍ଟ ଅଫିସଗୁଡ଼ିକର ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ସୁକନ୍ୟା ସମୃଦ୍ଧି ଯୋଜନା, ଆରଡି, ଅବଧି କାଳୀନ ଜମା ଏବଂ ସଞ୍ଚୟ ଖାତା ବିଷୟରେ କହିଥିଲେ।

କାର୍ଯ୍ୟକ୍ରମରେ ଟିଭିକେ ରେଡ୍ଡୀ ଏବଂ ପଦ୍ମଶ୍ରୀ ସୀମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସ୍ଥାନୀୟ ଅଞ୍ଚଳର ସମୃଦ୍ଧ ପରମ୍ପରାକୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସିବିସି ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେବା ସହିତ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏଭଳି ଜନସମ୍ପର୍କ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ମତ ରଖିଥିଲେ। ବ୍ରହ୍ମପୁର ସିବିସି କ୍ଷେତ୍ର କାର୍ଯ୍ୟାଳୟର କ୍ଷେତ୍ର ପ୍ରଚାର ସହାୟକ ଜୀବନ ସାମନ୍ତସିଂହାର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ତିନି ଦନିଆ ପ୍ରଦର୍ଶନୀରେ ଭାରତର ବିକାଶ ଯାତ୍ରା ଏବଂ ରୂପାନ୍ତରକାରୀ ଶାସନ କାର୍ଯ୍ୟକ୍ରମକୁ ନେଇ ମଲ୍ଟିମିଡିଆ ପ୍ରଦର୍ଶନୀ, ସଚେତନତା କାର୍ଯ୍ୟକଳାପ ଏବଂ ଜନସାଧାରଣଙ୍କ ସହଭାଗିତା କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଛି।

ତିନିଦିନିଆ ପ୍ରଦର୍ଶନୀ ବ୍ରହ୍ମପୁର ସିବିସି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026
Latest News

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026

ଖଣି ବିଲ୍‌କୁ ନେଇ ତେଜିଲା ରାଜନୀତି, ବିଜେପିକୁ ଅରୁଣଙ୍କ ବିତର୍କ ଆହ୍ୱାନ

August 21, 2026

ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା, ବକେୟା କିସ୍ତି ନେଇ ଆସିଲା ବଡ଼ ଅପଡେଟ୍‌

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.