କେନ୍ଦ୍ରାପଡ଼ା: ପବିତ୍ର ଶ୍ରାବଣ ଶୁକ୍ଳପକ୍ଷ ଦଶମୀ ତିଥିରେ ତୁଳସୀକ୍ଷେତ୍ରର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝୁଲଣଯାତ୍ରା। ମନ୍ଦିର ପରିସରସ୍ଥିତ ବାସୁଦେବ ମନ୍ଦିରରୁ ରାଧାଗୋବିନ୍ଦଙ୍କ ପ୍ରତିମାଙ୍କୁ ବିଭିନ୍ନ ଦିବ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇ ଝୁଲଣ ମଣ୍ଡପଠାରେ ଦୋଳବିମାନରେ ବିଜେ କରାଯାଇଥିଲା। ଏହାପରେ ଭକ୍ତମାନେ ଶ୍ରୀଜୀଉଙ୍କ ଦିବ୍ୟ ଝୁଲଣଲୀଳା ଦର୍ଶନ କରିଥିଲେ। ସାତ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ପ୍ରତିଦିନ ଭଜନ, ଜଣାଣ, ଛାନ୍ଦ, ଓଡ଼ିଶୀ ଚମ୍ପୁ ଓ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପ୍ରଥମ ଦିନରେ ଝୁଲଣ ମଣ୍ଡପରେ ଶ୍ରୀଜୀଉଙ୍କ ନିତ୍ୟ ସଂକୀର୍ତ୍ତନ ସେବାୟତମାନଙ୍କ ଦ୍ୱରା ନାମସଂକୀର୍ତ୍ତନ ଓ ଭଜନ ପରିବେଶଣ କରାଯାଇଥିଲା।


