Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’
ଆଜିର ଖବର

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ପିଆଜ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ‘କାନ୍ଦା  ଏକ୍ସପ୍ରେସ’ ଜରିଆରେ ବଫର ଷ୍ଟକ୍‌ର ପିଆଜ ଅଧିକ ଦର ଥିବା ସହରଗୁଡ଼ିକୁ ପଠାଇବା ଆରମ୍ଭ କରିଛନ୍ତି। ଏହି ପିଆଜ ଗ୍ରାହକଙ୍କୁ କିଲୋ ପ୍ରତି ୩୫ ଟଙ୍କା ରିହାତି ଦରରେ ଉପଲବ୍ଧ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଏନ୍‌ସିଆର, ଚେନ୍ନାଇ, ମାଦୁରାଇ, ଏର୍ନାକୁଲମ୍‌/କୋଚି ଓ ଗୌହାଟିକୁ ପିଆଜ ପଠାଯାଉଛି। ଏହି ରେଳ ରାକ୍‌ଗୁଡ଼ିକ ଅଗଷ୍ଟ ୨୬ ସୁଦ୍ଧା ନିର୍ଦ୍ଦିଷ୍ଟ ବଜାରରେ ପହଞ୍ଚିବା ଆଶା କରାଯାଉଛି। ବଜାର ଚାହିଦା ଅନୁଯାୟୀ ପରେ କୋଲକାତା ଓ ଲକ୍ଷ୍ନୌ ଭଳି ସହରକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇପାରେ।

ବଫର ଷ୍ଟକ୍‌ରୁ ଯୋଗାଣ ହେଉଥିବା ପିଆଜକୁ ମୁଖ୍ୟତଃ ସମବାୟ ସଂସ୍ଥାଗୁଡ଼ିକର ମୋବାଇଲ୍‌ ଭ୍ୟାନ୍‌ ଓ ଆଉଟଲେଟ୍‌ ମାଧ୍ୟମରେ ବିକ୍ରି କରାଯିବ। ଏହାଦ୍ୱାରା ଖୁଚୁରା ବଜାରରେ ଦର ଉପରେ ଚାପ କମିବ ବୋଲି ସରକାର ଆଶା ରଖିଛନ୍ତି।

ଅଗଷ୍ଟ ୨୪ ସୁଦ୍ଧା ଦେଶରେ ପିଆଜର ହାରାହାରି ଖୁଚୁରା ଦର କିଲୋ ପ୍ରତି ୪୩.୫୩ ଟଙ୍କାରେ ପହଞ୍ଚିଛି। ଗତବର୍ଷ ଏହା ୨୭.୩୭ ଟଙ୍କା ଥିଲା। ଅର୍ଥାତ୍‌ ବର୍ଷକ ମଧ୍ୟରେ ଦର ପ୍ରାୟ ୫୯% ବଢ଼ିଛି। ହାରାହାରି ପାଇକାରୀ ଦର ମଧ୍ୟ ୬୮% ବୃଦ୍ଧି ପାଇ କିଲୋ ପ୍ରତି ୩୫.୫୮ ଟଙ୍କାରେ ପହଞ୍ଚିଛି।

ଦିଲ୍ଲୀ ଓ ଚେନ୍ନାଇ ଭଳି ସହରରେ ପିଆଜ କିଲୋ ପ୍ରତି ୫୫ରୁ ୬୫ ଟଙ୍କା ଯାଏ ବିକ୍ରି ହେଉଥିବା ବେଳେ କୋଲକାତାରେ ଦର ପ୍ରାୟ ୫୩ ଟଙ୍କା ରହିଛି।

ଅଗଷ୍ଟ-ସେପ୍ଟେମ୍ବରରେ ପାର୍ବଣ ଚାହିଦା ଓ ପାଣିପାଗଜନିତ ସମସ୍ୟା ଯୋଗୁଁ ଦର ଆହୁରି ବଢ଼ିବା ଆଶଙ୍କା ରହିଛି। ଏହାକୁ ରୋକିବା ପାଇଁ ସରକାର ୧.୨୧ ଲକ୍ଷ ଟନ୍‌ ପିଆଜର ବଫର ଷ୍ଟକ୍‌ ରଖିଛନ୍ତି। ଆବଶ୍ୟକତା ଅନୁଯାୟୀ ଏହି ଷ୍ଟକ୍‌କୁ ପର୍ଯ୍ୟାୟକ୍ରମେ ବଜାରକୁ ଛଡ଼ାଯାଉଛି।

‘କାନ୍ଦା  ଏକ୍ସପ୍ରେସ’ ପିଆଜ ଦରବୃଦ୍ଧି
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026
Latest News

ବାରାଣସୀରେ ‘ମାଇଁ ଭାରତ’ ଯୁବ ସମ୍ମିଳନୀ: ରାଷ୍ଟ୍ର ନିର୍ମାଣ ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା

October 11, 2026

ଜାଗୋ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଦୃଢ଼ ସଂକଳ୍ପର ପଦକ୍ଷେପ: ସୋଆ ଉପସଭାପତି

October 11, 2026

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ

October 11, 2026

ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

October 11, 2026

କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.