ଭୁବନେଶ୍ବର: ଦୁଷ୍କର୍ମ ମାମଲାରେ ଫେରାର ଥିବା ଶରଣକୁଳ ଥାନା IIC ସୁଜିତ ଦାସଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଦୀର୍ଘଦିନ ଧରି ଫେରାର ଥିବା ସୁଜିତ ଦାସଙ୍କ ନାଁରେ ଜାରି ହୋଇଛି ନନ୍-ବେଲେବଲ୍ ୱାରେଣ୍ଟ (NBW)।
ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହେବା ପରଠାରୁ ସୁଜିତ ଦାସ ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ଉ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ତାଙ୍କର ସନ୍ଧାନ ମିଳିନାହିଁ।
NBW ଜାରି ହେବା ପରେ ତାଙ୍କୁ ଧରିବା ପାଇଁ ତଦନ୍ତକାରୀ ଟିମ୍ର ତତ୍ପରତା ଆହୁରି ବଢ଼ିଛି। ସୁଜିତ ଦାସଙ୍କ ସମ୍ଭାବ୍ୟ ଠିକଣା ଓ ଆତ୍ମୀୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ଉ କରୁଥିବା ସୂଚନା ମିଳିଛି।
ମାମଲାରେ ଅଭିଯୁକ୍ତ IICଙ୍କୁ ଖୁବ୍ଶୀଘ୍ର ଗିରଫ କରିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ ଜାରି ରଖିଛି। ତଦନ୍ତ ଆଗକୁ ବଢ଼ିବା ସହ ମାମଲାରେ ଆହୁରି ତଥ୍ୟ ସାମ୍ନାକୁ ଆସିବା ନେଇ ଆଶା କରାଯାଉଛି।


