ଭୁବନେଶ୍ୱର: ଆଗାମୀ ଗଣେଶ ପୂଜା ଏବଂ ବିଶ୍ୱକର୍ମା ପୂଜା ଅବସରରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଅନୁଗୁଳ–ପୁରୀ–ଅନୁଗୁଳ ମେମୁ ଟ୍ରେନ୍ର ଜାନକାଦେଇପୁର ପିଏଚ୍ ଠାରେ ୨୮ ଅଗଷ୍ଟରୁ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସାମୟିକ ରହଣି ବ୍ୟବସ୍ଥା କରାଯାଇଛି।
ଏହି ଅନୁଯାୟୀ, ଟ୍ରେନ୍ ନମ୍ବର ୬୮୪୨୧ ଅନୁଗୁଳ–ପୁରୀ ମେମୁ ଏବଂ ଟ୍ରେନ୍ ନମ୍ବର ୬୮୪୨୨ ପୁରୀ–ଅନୁଗୁଳ ମେମୁ ଉକ୍ତ ଅବଧି ମଧ୍ୟରେ ଜାନକାଦେଇପୁର ପିଏଚ୍ରେ ସାମୟିକ ଭାବେ ରହଣି କରିବ, ଯାହା ଫଳରେ ଏହି ଅଞ୍ଚଳକୁ ଯାତାୟାତ କରୁଥିବା ଯାତ୍ରୀମାନେ ଅଧିକ ସୁବିଧା ପାଇପାରିବେ।
ଆଗାମୀ ପାର୍ବଣ ଅବସରରେ ଯାତ୍ରୀ ଚଳାଚଳକୁ ସୁଗମ କରିବା ଉଦ୍ଦେଶ୍ୟରେ ଏହି ସାମୟିକ ରହଣି ବ୍ୟବସ୍ଥା କରାଯାଇଛି।
ଟ୍ରେନ ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ ଯାଞ୍ଚ କରିପାରିବେ।


