ଖୋରଧା: ଆଜି ଖୋରଧା ବ୍ଲକ ପରିସରରେ ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଖୋରଧା ପଂଚାୟତ ସମିତି ଅଧୀନ ବିଭିନ୍ନ ପ୍ରାନ୍ତରୁ ବହୁ ଅଭିଭାବକ ସମେତ ବିଭିନ୍ନ ଭିନ୍ନକ୍ଷମ ମାନେ ସରକାରଙ୍କ ଯୋଜନାରେ ସାମିଲ ହେବାପାଇଁ ଯୋଗ ଦେଇଥିଲେ। ୨୩୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ୨୧୧ ଜଣ ଭିନ୍ନ କ୍ଷମଙ୍କ ବିଶେଷଜ୍ଞ ମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ଶ୍ରବଣ ସମସ୍ୟାରେ ୩୨ ଜଣ, ଅସ୍ଥିଶଲ୍ୟ ୫୬ ଜଣ, ମାନସିକ ବିକାରଗ୍ରସ୍ତ ୨୩ ଜଣ, ଦୃଷ୍ଟି ବାଧିତ ୨୦ ଜଣ ଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ନିୟମାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ଲକ୍ ଉନ୍ନୟନ ଅଧିକାରୀ, ଖୋରଧା ସିଦ୍ଧାର୍ଥ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।


