Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ମାତ୍ରାଧିକ ପ୍ରେମ ପାଇଁ ଛାଡପତ୍ର : ସ୍ବାମୀଙ୍କ ପ୍ରଚୁର ପ୍ରେମରେ ଅତିଷ୍ଠ ହୋଇ ଛାଡପତ୍ର ପାଇଁ ସ୍ତ୍ରୀଙ୍କ ଆବେଦନ
ଜୀବନ ଶୈଳୀ

ମାତ୍ରାଧିକ ପ୍ରେମ ପାଇଁ ଛାଡପତ୍ର : ସ୍ବାମୀଙ୍କ ପ୍ରଚୁର ପ୍ରେମରେ ଅତିଷ୍ଠ ହୋଇ ଛାଡପତ୍ର ପାଇଁ ସ୍ତ୍ରୀଙ୍କ ଆବେଦନ

August 25, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସାଧାରଣତଃ ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ପ୍ରେମ ନ ରହିଲେ ଏହା ବିଚ୍ଛେଦର ରୂପ ନେଇଥାଏ। କିନ୍ତୁ ଅତ୍ୟଧିକ ପ୍ରେମ ବି ବିଚ୍ଛେଦର କାରଣ ପାଲଟିଯାଏ, ତାର ଏକ ପ୍ରମାଣ ଦେଖିବାକୁ ମିଳିଛି। ନିକଟରେ ଏପରି ଏକ ଅଜବ ତଲାକ୍‌ ବା ବିବାହ ବିଚ୍ଛେଦର କାହାଣୀ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ସ୍ବାମୀ ତାଙ୍କୁ ଅତ୍ୟଧିକ ପ୍ରେମ କରିଥିବାରୁ ତଲାକ୍‌ ବା ଛାଡପତ୍ର ଦେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି କଥା ଶୁଣିବାକୁ ନିଶ୍ଚୟ ଟିକେ ଅଜବ୍‌ ଲାଗୁଥିବ । ଘଟଣାଟି କିନ୍ତୁ ଏହିପରି ।  ତାଙ୍କ ସ୍ବାମୀଙ୍କ କେବେବି ତାଙ୍କ ସହ ଝଗଡ଼ା କରିନାହାନ୍ତି ଓ ପ୍ରଚୁର ପ୍ରେମ କରୁଥିବାରୁ ସେ ଏଥିରେ ବିରକ୍ତ ହୋଇ ସ୍ବାମୀଙ୍କଠୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।

ୟୁଏଇର ଜଣେ ମହିଳାଙ୍କ କହିବାନୁସାରେ ତାଙ୍କ ସ୍ବାମୀ ତାଙ୍କୁ ପ୍ରଚୁର ପ୍ରେମ କରନ୍ତି, ସେ ଏହି ପ୍ରେମରେ ଅତିଷ୍ଠ ହୋଇ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ଫୁଜେରାର ସିରିଆ କୋର୍ଟରେ ମହିଳାଜଣକ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତେବେ ଦୁହିଁଙ୍କ ବିବାହ କେବଳ ଏକ ବର୍ଷ ହୋଇଛି । ଖଲିଜ୍‌ ଟାଇମ୍ସ ରିପୋର୍ଟ ଅନୁସାରେ ମହିଳା ଜଣକ ନିଜ ସ୍ବାମୀଙ୍କର ଅତ୍ୟଧିକ ପ୍ରେମକୁ ସହ୍ୟ କରିପାରୁନାହାନ୍ତି। ଏଥିପାଇଁ ସେ ବିଚ୍ଛେଦ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ମହିଳା ଜଣକ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ବାମୀ କେବେବି ତାଙ୍କ ଉପରେ ରାଗିନାହାନ୍ତି କି ତାଙ୍କୁ ଉଦାସ ହେବାକୁ ଦେଇନାହାନ୍ତି। ମହିଳାଜଣକ ଅତ୍ୟଧିକ ପ୍ରେମ ଓ ସ୍ନେହରେ ଅତିଷ୍ଠ ହୋଇପଡ଼ିଥିବାର କୋର୍ଟଙ୍କୁ କହିଛନ୍ତି। ଏପରିକି ତାଙ୍କ ସ୍ବାମୀ ଘରର ଯାବତୀୟ କାର୍ଯ୍ୟରେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିବାର କହିଛନ୍ତି ମହିଳାଜଣକ। ବିବାହର ଏକ ବର୍ଷ ହୋଇଥିଲେ ମଧ୍ୟ ଗୋଟିଏ ଥର ବି ଝଗଡ଼ା ହୋଇନଥିବାର କହିଛନ୍ତି ମହିଳାଜଣକ। ସ୍ବାମୀଙ୍କର ଅତ୍ୟଧିକ ପ୍ରେମ ଓ ଉଦାରତା ତାଙ୍କ ଜୀବନକୁ ନର୍କ କରିଦେଇଛି ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳା ଜଣକ ଝଗଡ଼ା କରିବାକୁ ଚାହୁଁଥିବାବେଳେ ତାଙ୍କ ସ୍ବାମୀଙ୍କ ପାଇଁ ଏହା ଅସମ୍ଭବ ବୋଲି କହିଛନ୍ତି ମହିଳା ଜଣକ। ସେ ସର୍ବଦା ତାଙ୍କୁ ପ୍ରତ୍ୟେକ ଭୁଲ୍‌ ପାଇଁ କ୍ଷମା କରିବା ସହିତ ଉପହାର ଦେଇଥା’ନ୍ତି। ଆଜ୍ଞାଧାରୀ ସ୍ବାମୀ ତାଙ୍କୁ ପସନ୍ଦ ନୁହେଁ ବୋଲି ମହିଳାଜଣକ କହିଛନ୍ତି। ତାଙ୍କ ସ୍ବାମୀଜଣକ କିଛି ଭୁଲ୍‌ କରିନାହାନ୍ତି କିନ୍ତୁ ଜଣେ ଆଦର୍ଶ ସ୍ବାମୀ ହେବାକୁ ଚାହିଁଛନ୍ତି। ତେବେ କୋର୍ଟ ତାଙ୍କର ଏହି ଆବେଦନକୁ ପ୍ରତ୍ୟାହାର କରିବା ପାଇଁ କହିବା ସହିତ ନିଜ ଭିତରେ ଥିବା ମତଭେଦକୁ ବୁଝିବା ପାଇଁ କହିଛନ୍ତି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Nuapada ByElection: ବିଜେଡିକୁ ଟାର୍ଗେଟ କଲା ବିଜେପି, ବରିଷ୍ଠ ନେତା ବସନ୍ତ ପଣ୍ଡା କହିଲେ….

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025
BJP Ads
Latest News

୧୦୦ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ ହକି ଇଣ୍ଡିଆ

November 5, 2025

କ୍ୟୁ.ଏସ୍ ଏସିଆ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି: ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

November 5, 2025

ମଣିପୁରରେ ଚାରି କୁକି ଉଗ୍ରବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 5, 2025

ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ 

November 5, 2025

Nuapada Bypoll: ଶାସକ ବିଜେପି ବିରୋଧରେ ସାଘାଂତିକ ଅଭିଯୋଗ କଲା ବିଜେଡି, ଜାଣନ୍ତୁ କଣ..

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.