Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ
ଆଜିର ଖବର

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରେଡ୍‌ ଆଲର୍ଟ
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

ଭୁବନେଶ୍ବର: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶା ପାଇଁ ଜାରି ହୋଇଛି ରେଡ୍‌ ଆଲର୍ଟ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ସଂଲଗ୍ନ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଓଡ଼ିଶା ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରତ୍ୟକ୍ଷ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବ ନାହିଁ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଭୀଷଣ ବର୍ଷା ହେବାର ଆଶଙ୍କା ଥିବାରୁ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ବର୍ଷାର ଗ୍ରାଫ୍‌କୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟ ପାଇଁ ଜିଲ୍ଲାୱାରୀ ଆଲର୍ଟ ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ରେଡ୍‌ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ କେନ୍ଦୁଝର, ଦେବଗଡ଼, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ସୁନ୍ଦରଗଡ଼—ଏହି ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ଆଦି ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ଝଡ଼କା ପବନ ଏବଂ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏତଦ୍‌ବ୍ୟତୀତ ରାଜ୍ୟର ଅବଶିଷ୍ଟ ୧୦ଟି ଜିଲ୍ଲାରେ ମଧ୍ୟ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ଏହି ବର୍ଷା ଯୋଗୁଁ ରାଜ୍ୟରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ନିକଟରେ ହୋଇଥିବା ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ଜଳଭଣ୍ଡାରଗୁଡ଼ିକରେ ବନ୍ୟା ଜଳ ହ୍ରାସ ପାଇବା ଆରମ୍ଭ ହୋଇଥିବା ବେଳେ, ଏହି ନୂଆ ଲଘୁଚାପ ଜନିତ ବର୍ଷା ସ୍ଥିତିକୁ ପୁଣି ଜଟିଳ କରିପାରେ। ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବହୁତ ଅଧିକ ରହିବାକୁ ଥିବାରୁ ତଳିଆ ଓ ବନ୍ୟାପ୍ରବଣ ଅଞ୍ଚଳରେ ପରିସ୍ଥିତି ବିଗିଡ଼ିବାର ଭୟ ରହିଛି। ନଦୀଗୁଡ଼ିକ ପୁଣି ଫୁଲିବା ସହ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୧ ତାରିଖ ପରେ ବର୍ଷାର ପରିମାଣ କ୍ରମଶଃ କମିବାର ସମ୍ଭାବନା ରହିଛି। ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳଗୁଡ଼ିକରେ କୃତ୍ରିମ ଜଳାବଦ୍ଧତା ସୃଷ୍ଟି ହେବାର ବଡ଼ ଆଶଙ୍କା ରହିଛି। ବିଶେଷକରି କଟକ, ଭୁବନେଶ୍ବର, ସମ୍ବଲପୁର ଓ ରାଉରକେଲା ଭଳି ସହରଗୁଡ଼ିକରେ ତଳିଆ ଅଞ୍ଚଳର ରାସ୍ତାଘାଟରେ ଜଳଜମି ସାଧାରଣ ଜୀବନଯାତ୍ରାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। କୃଷି କ୍ଷେତ୍ରରେ ମଧ୍ୟ ଏହି ବର୍ଷାର ବ୍ୟାପକ ପ୍ରଭାବ ପଡ଼ିବା ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। ନିଷ୍କାସନ ବ୍ୟବସ୍ଥା ନଥିବା ଧାନକେଦାରରେ ବର୍ଷାଜଳ ଜମି ରହିଲେ ଗଜା ମରୁଡ଼ି ଓ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ଏହାସହିତ ପନିପରିବା ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାଣିପାଗ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିଲରୁ ବଳକା ଜଳ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ପ୍ରବଳ ପବନ ଓ ବଜ୍ରପାତର ସମ୍ଭାବନା ଥିବାରୁ କଚ୍ଛା ଘର, କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବାର ବିପଦ ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ଚେତାବନୀ ଦିଆଯାଇଛି, କାରଣ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ସମୁଦ୍ର ପ୍ରବାହ ସୃଷ୍ଟି ହୋଇପାରେ। ଜିଲ୍ଲାପାଳମାନଙ୍କୁ ଆଗୁଆ ସତର୍କ ରହିବା ସହ ଜରୁରୀକାଳୀନ ପରିସ୍ଥିତିର ମୋକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ସେଠାକାର ଅଧିବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି। ସ୍ବତନ୍ତ୍ର ରିଲିଫ୍ କମିଶନର (SRC) ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ODRAF, NDRF ଓ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ନଦୀଗୁଡ଼ିକର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି। ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଶୁଖିଲା ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି। ସାଧାରଣ ଜନତାଙ୍କୁ ବିନା କାରଣରେ ବାହାରକୁ ନବାହାରିବାକୁ ଏବଂ ବିଜୁଳି ଘଡ଼ଘଡ଼ି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ନିବେଦନ କରାଯାଇଛି।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପଶ୍ଚିମ ଓଡିଶା ରେଡ୍ ଆଲର୍ଟ ଲଘୁଚାପ ଅଧିକ ଘନୀଭୂତ
Share. Facebook Twitter LinkedIn Email WhatsApp Copy Link

Related Posts

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026
Latest News

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.