Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି
ଆଜିର ଖବର

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲିଓନେଲ୍ ମେସି
ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

ବୁଏନୋସ ଆଇରେସ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲରୁ ସବୁଦିନ ପାଇଁ ଅବସର ଗ୍ରହଣ କରିଛନ୍ତି। ବିଶ୍ୱକପ ଫାଇନାଲରେ ସ୍ପେନ ଠାରୁ ମିଳିଥିବା ପରାଜୟ ଏବଂ ନିଜ ପିତାଙ୍କୁ ହରାଇବାର ଗଭୀର ଦୁଃଖ ପରେ ମେସି ନିଜର ଆଧିକାରିକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭାବବିହ୍ୱଳ ପୋଷ୍ଟ ଲେଖି ଅବସର ଘୋଷଣା କରିଛନ୍ତି। ନିଜ ପୋଷ୍ଟରେ ମେସି ଲେଖିଛନ୍ତି ଯେ, ସ୍ପେନ ବିପକ୍ଷ ଫାଇନାଲ ମ୍ୟାଚରେ ହାରିବାର ଦୁଇଦିନ ପରେ ହିଁ ସେ ଏହି କଷ୍ଟକର ନିଷ୍ପତ୍ତି ନେଇଥିଲେ। କିନ୍ତୁ ନିକଟରେ ତାଙ୍କ ପିତାଙ୍କ ନିଧନ ପରେ ତାଙ୍କର ଏହି ନିଷ୍ପତ୍ତି ଆହୁରି ପକ୍କା ହୋଇଯାଇଥିଲା। ଏହି ନିଷ୍ପତ୍ତି ନେବା ଅତ୍ୟନ୍ତ କଷ୍ଟକର ଥିଲା ଏବଂ ଆଜି ମଧ୍ୟ ସେ ଦୁଃଖରେ ଭାଙ୍ଗି ପଡ଼ୁଛନ୍ତି, କିନ୍ତୁ ଏହା ହିଁ ସଠିକ ସମୟ। ନିଜ ଦେଶର ଜର୍ସି ପାଇଁ ସେ ସର୍ବଦା ନିଜର ସବୁକିଛି ଉତ୍ସର୍ଗ କରିଦେଇଛନ୍ତି।

୩୯ ବର୍ଷୀୟ ମେସି ଆଗକୁ ଲେଖିଛନ୍ତି ଯେ ତାଙ୍କ ବୟସ ଏବଂ ସମୟ ଦୁହେଁ ଶେଷ ଅବସ୍ଥାରେ ପହଞ୍ଚିଛନ୍ତି। ତାଙ୍କ ପାଖରେ ଆର୍ଜେଣ୍ଟିନା ଦଳକୁ ଦେବା ପାଇଁ ଆଉ କିଛି ବାକି ନାହିଁ। ଏହା ବ୍ୟତୀତ ଦେଶରେ ଅନେକ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଏହି ସୁଯୋଗର ପ୍ରକୃତ ହକଦାର। ୨୦ ବର୍ଷର ଏହି ଦୀର୍ଘ ଏବଂ ସୁନ୍ଦର ଯାତ୍ରାରେ ତାଙ୍କୁ ଯେଉଁ ଅଶେଷ ଭଲପାଇବା ମିଳିଛି, ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବେ ସେ ପଡ଼ିଆରୁ ନୁହେଁ, ବରଂ ଗ୍ୟାଲେରୀରେ ବସି ସମସ୍ତଙ୍କ ଭଳି ଦଳକୁ ଉତ୍ସାହିତ କରିବେ। ଦୁଃଖ ସହିତ ହେଲେ ବି ଗର୍ବର ସହ ସେ ବିଦାୟ ନେଉଛନ୍ତି, କାରଣ ସେ ନିଜ ଦେଶକୁ ଏପରି ମୁହୂର୍ତ୍ତ ଦେଇଛନ୍ତି ଯାହା କେବେ ସ୍ୱପ୍ନରେ ସୁଦ୍ଧା ଭାବିହେଉନଥିଲା। ସେ ନିଜ ପରିବାର, ପ୍ରଶିକ୍ଷକ, ସାଥୀ ଖେଳାଳି ଏବଂ ଈଶ୍ୱରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମେସି ଆର୍ଜେଣ୍ଟିନା ପାଇଁ ସର୍ବାଧିକ ଗୋଲ କରିଥିବା ଏବଂ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି। ୨୦୦୫ରେ ଆର୍ଜେଣ୍ଟିନା ପାଇଁ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରେ ସେ ଜାତୀୟ ଦଳ ପକ୍ଷରୁ ୨୦୭ଟି ମ୍ୟାଚ ଖେଳି ୧୨୫ଟି ଗୋଲ କରିଥିବା ବେଳେ ତାଙ୍କ ନାମରେ ୬୮ଟି ଗୋଲ ସହାୟତା ମଧ୍ୟ ରହିଛି। ସେ ନିଜ ଦେଶ ପକ୍ଷରୁ ୬ଟି ବିଶ୍ୱକପରେ ପ୍ରତିନିଧିତ୍ୱ କରିଛନ୍ତି। ୨୦୨୨ରେ କାତାରରେ ଆର୍ଜେଣ୍ଟିନାକୁ ତୃତୀୟ ଥର ପାଇଁ ବିଶ୍ୱକପ ବିଜେତା କରାଇବା ସହ ୩୬ ବର୍ଷର ଟାଇଟଲ ମରୁଡ଼ିର ଅନ୍ତ ଘଟାଇଥିଲେ। ସେହିପରି ୨୦୨୧ରେ ମେସି କୋପା ଆମେରିକା ଜିତି ଆର୍ଜେଣ୍ଟିନାର ୨୮ ବର୍ଷର ଟ୍ରଫି ମରୁଡ଼ିର ମଧ୍ୟ ଅନ୍ତ କରିଥିଲେ। ବ୍ୟବସାୟିକ କ୍ଲବ ଫୁଟବଲରେ ଇଣ୍ଟର ମିଆମି ପକ୍ଷରୁ ଖେଳୁଥିବା ମେସି ଦକ୍ଷିଣ ଆମେରିକା ଫୁଟବଲ ଇତିହାସରେ ସର୍ବାଧିକ ଗୋଲ କରିଥିବା ପୁରୁଷ ଖେଳାଳି ଭାବେ ଇତିହାସ ରଚିଛନ୍ତି।

ଅନ୍ତର୍ଜାତୀୟ ଫୁଟବଲ ଲିଓନେଲ ମେସି
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

KYC ସମୟସୀମା ଶେଷ: ଆଜିଠୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ କି?, ଜାଣନ୍ତୁ

September 1, 2026

ଭାରତୀୟ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ହେବ ଦ୍ୱିଗୁଣିତ: ଆହୁରି ଏସ-୪୦୦ ଯୋଗାଇବ ରୁଷ

September 1, 2026
Latest News

ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଜାରି

September 1, 2026

ଅପରିହାର୍ଯ୍ୟ ନହେଲେ ସୁନା କିଣନ୍ତୁ ନାହିଁ, ବିଦେଶ ଭ୍ରମଣରୁ ଦୂରେଇ ରୁହନ୍ତୁ: ପ୍ରଧାନମନ୍ତ୍ରୀ

September 1, 2026

ଇଣ୍ଡିଗୋ ବିମାନର ଯାନ୍ତ୍ରିକ ତ୍ରୁଟି: ଗୋଆରେ ହେଲା ଜରୁରୀକାଳୀନ ଅବତରଣ

September 1, 2026

ଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା ଜଣାଇଲେ ଲିଓନେଲ ମେସି

September 1, 2026

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.