Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ଅନ୍ତରାଷ୍ଟ୍ରୀୟ

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିର୍ଗିଜସ୍ତାନର ବିଶକେକରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ରାଷ୍ଟ୍ରମୁଖ୍ୟ ପରିଷଦର ୨୬ତମ ଶିଖର ବୈଠକରେ ଅଂଶଗ୍ରହଣ କରିଛନ୍ତି। ଏସସିଓ ସମ୍ମିଳନୀ ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି।

ଚଳିତ ବର୍ଷ ଏସସିଓର ୨୫ତମ ବର୍ଷ ପୂରଣ ହୋଇଛି। ଏହି ଅବସରରେ, ନେତାମାନେ ବିଭିନ୍ନ କ୍ଷେତ୍ରରେ ପ୍ରଗତି ସମୀକ୍ଷା କରିଥିଲେ। ସେମାନେ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏସସିଓର ଭୂମିକାକୁ ଅଧିକ ବିସ୍ତାର କରିବା ଉପରେ ମତ ବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ କିର୍ଗିଜ୍ସ୍ତାନର ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ତାଙ୍କର ସହୃଦୟତାପୂର୍ଣ୍ଣ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଶିଖର ସମ୍ମିଳନୀର ୨୫ତମ ବର୍ଷ ପୂର୍ତ୍ତି ଆଗାମୀ ୨୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଏକ ଉପଯୁକ୍ତ ସମୟ। ଏସସିଓ ଦ୍ୱାରା ଆଗକୁ ବଢ଼ିଥିବା ଆଲୋଚନା ଏବଂ ସହଯୋଗର ଦୃଢ଼ ପରମ୍ପରା ଉପରେ ଏହା ଆଧାରିତ ହେବା ଆବଶ୍ୟକ। ସେ କହିଥିଲେ, ଗତ ଶିଖର ସମ୍ମିଳନୀରେ ଭାରତ ସୁରକ୍ଷା, ସଂଯୋଗ ଏବଂ ସୁଯୋଗର ଦୃଷ୍ଟିକୋଣକୁ ବ୍ୟକ୍ତ କରିଥିଲା। ବର୍ତ୍ତମାନ ଏହି ତିନୋଟି ସ୍ତମ୍ଭକୁ ସାକାର କରିବା ଲାଗି ଏସସିଓ ରାଷ୍ଟ୍ର ଗୋଷ୍ଠୀକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ। ଯୁଦ୍ଧକ୍ଷେତ୍ରରେ ଦ୍ୱନ୍ଦ୍ୱର ସମାଧାନ ହୋଇପାରିବ ନାହିଁ ଏବଂ ଆଲୋଚନା ଓ କୂଟନୀତି ହେଉଛି ଏକମାତ୍ର ରାସ୍ତା ବୋଲି ସେ ଭାରତର ପକ୍ଷରୁ ପୁଣିଥରେ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଆତଙ୍କବାଦ ମାନବତା ପାଇଁ ଏକ ଗୁରୁତର ବିପଦ। ଆତଙ୍କବାଦର ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ନଷ୍ଟ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ବିଶେଷ ଭାବରେ ଜୋର ଦେଇ କହିଥିଲେ, ଆତଙ୍କବାଦ ବିରୁଦ୍ଧରେ ଲଢ଼େଇରେ କୌଣସି ଦୋହରା ମାନଦଣ୍ଡ ରହିବା ଉଚିତ୍ ନୁହେଁ। ଆଫଗାନିସ୍ତାନରେ ଶାନ୍ତି ଏବଂ ସ୍ଥିରତା ସହ ୟୁରେସିଆ କ୍ଷେତ୍ରରେ ସୁରକ୍ଷା ଘନିଷ୍ଠ ଭାବରେ ଜଡିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଦେଶକୁ ଭାରତର ବିକାଶ ଏବଂ ମାନବୀୟ ସହାୟତା ଉପରେ ସେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୋଷ୍ଠୀର ସହଭାଗୀ ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ଓ ବିଶ୍ୱସ୍ତ ଯୋଗାଯୋଗ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ। ବଜାରଗୁଡ଼ିକୁ ସଂଯୋଗ, ବାଣିଜ୍ୟ ବୃଦ୍ଧି ଏବଂ ବିକାଶ ପାଇଁ ନୂତନ ସୁଯୋଗ ଖୋଲୁଥିବା ସଂଯୋଗୀକରଣ ପ୍ରୟାସକୁ ଭାରତ ସମର୍ଥନ କରେ ବୋଲି ସେ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଏପରି ପ୍ରୟାସ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ଉଚିତ। ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ବିକାଶ, ନୂତନ ଉଦ୍ଭାବନ, ଷ୍ଟାର୍ଟ-ଅପ୍ ଏବଂ ନାଗରିକ ପ୍ରୟାସ ଏସସିଓ ଦେଶଗୁଡ଼ିକର ଲୋକଙ୍କ ପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରେ। ଏହି ପରିପ୍ରେକ୍ଷୀରେ, ସେ କିର୍ଗିଜସ୍ତାନର ଅଧ୍ୟକ୍ଷତାରେ ଯୁବ ସମ୍ପର୍କ ଉପରେ ଗୁରୁତ୍ୱକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏ ବର୍ଷ ଶେଷ ଭାଗରେ ଏସସିଓ ସଭ୍ୟତାଗତ ବିତର୍କ ମଞ୍ଚର ପ୍ରଥମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସଭ୍ୟତାଗତ ସମ୍ପର୍କ ମଜବୁତ କରିବା ପାଇଁ ଏହା ଭାରତର ପ୍ରମୁଖ ପଦକ୍ଷେପ।

ବିଶକେକ୍ ଘୋଷଣାନାମା ବ୍ୟତୀତ, ଜଳବାୟୁ, ପରମାଣୁ ସୁରକ୍ଷା, ଶକ୍ତି ସଂରକ୍ଷଣ ଏବଂ ନିଶା ନିବାରଣ ଭଳି ବିଭିନ୍ନ କ୍ଷେତ୍ରରେ ଶିଖର ସମ୍ମିଳନୀରେ ଚାରୋଟି ବୁଝାମଣାପତ୍ର ଏବଂ କୋଡ଼ିଏରୁ ଅଧିକ ନିଷ୍ପତ୍ତି ଏବଂ ବିବରଣୀ ଗୃହୀତ ହୋଇଥିଲା।

ଅଧିକୃତ ଭାଷା ଭାବରେ ଏସସିଓ ଚାର୍ଟରରେ ଇଂରାଜୀ; ସଭ୍ୟତା ବିତର୍କ ମଞ୍ଚ; ଯୁବ ବୈଜ୍ଞାନିକ ମଞ୍ଚ; ଏବଂ ଯୁବ ଲେଖକଙ୍କ ସମ୍ମିଳନୀ ଆଦି ସମେତ ବିଶକେକ ଘୋଷଣାନାମାରେ ସ୍ଥାନ ପାଇଥିବା ଅନେକ ପଦକ୍ଷେପରେ ଭାରତ ନେତୃତ୍ୱ ନେଇଥିଲା ଏବଂ ସମର୍ଥନ କରିଥିଲା।

ଶିଖର ସମ୍ମିଳନୀର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି ସାଦିର ଝାପାରୋଭଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। ସେ ସାମୁହିକ ପ୍ରଗତି ଓ ସମୃଦ୍ଧି ପାଇଁ ଏସସିଓ ପରିବାର ସହିତ କାମ କରିବା ପାଇଁ ଭାରତର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ।

କିର୍ଗିଜସ୍ତାନ ନରେନ୍ଦ୍ର ମୋଦୀ ବିଶକେକ ସାଂଘାଇ ସହଯୋଗ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026
Latest News

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.