Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା
ରାଜ୍ୟ ଖବର

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ଆୟ, ସମ୍ପତ୍ତି ଏବଂ ଆର୍ଥିକ ପରିଚାଳନା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ପରମ୍ପରା ଏବଂ ଶ୍ରୀମନ୍ଦିର ପରିଚାଳନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ଲକ୍ଷ୍ୟରେ ଏହି ଆର୍ଥିକ ବିବରଣୀ ସାର୍ବଜନୀନ କରାଯାଇଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଶ୍ୱବ୍ୟାପୀ ଭକ୍ତଙ୍କ ଶ୍ରଦ୍ଧାପୂର୍ବକ ଦାନ, ଶ୍ରୀମନ୍ଦିର ଅଧୀନରେ ଥିବା ଖଣିଖାଦାନରୁ ମିଳୁଥିବା ରାଜସ୍ୱ, ସ୍ଥାୟୀ ଜମାରୁ ମିଳୁଥିବା ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ବାବଦ ଅର୍ଥ ଏବଂ ସରକାରୀ ଅନୁଦାନ ହିଁ ମନ୍ଦିରର ସ୍ଥାୟୀ ଆୟର ମୁଖ୍ୟ ଉତ୍ସ।

ଶ୍ରୀମନ୍ଦିରର ସମସ୍ତ ଆୟକୁ ନିୟମାନୁସାରେ ତିନୋଟି ମୁଖ୍ୟ ଭାଗରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଏକ ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି, ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ଭାବେ ସ୍ଥାୟୀ ଜମାରେ ରଖାଯାଉଥିବା ବେଳେ ଅବଶିଷ୍ଟ ଅର୍ଥ ମନ୍ଦିର ପାଣ୍ଠି ଭାବେ ରହିଥାଏ। ଶ୍ରୀମନ୍ଦିରର ଦୈନନ୍ଦିନ ନୀତିକାନ୍ତି ଏବଂ ବିଭିନ୍ନ ଅନୁଷଙ୍ଗିକ ଖର୍ଚ୍ଚ ଏହି ପାଣ୍ଠିରୁ ହିଁ ସମ୍ପାଦନ କରାଯାଏ। ଦୈନନ୍ଦିନ ଖର୍ଚ୍ଚ ପରେ ବଳକା ରହୁଥିବା ସମସ୍ତ ଅର୍ଥକୁ ସୁରକ୍ଷିତ ଭାବେ ସ୍ଥାୟୀ ଜମାରେ ଗଚ୍ଛିତ ରଖାଯାଏ।

ପ୍ରଶାସନିକ ତଥ୍ୟ ଅନୁଯାୟୀ, ୨୦୨୬ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରର ଉପରୋକ୍ତ ୩ଟି ପାଣ୍ଠିରେ ମୋଟ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମା ହୋଇ ରହିଛି। ଏହି ବିଶାଳ ପରିମାଣର ଅର୍ଥରାଶି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଜମା ଥିବାବେଳେ, ଶ୍ରୀମନ୍ଦିରର ପି.ଏଲ୍‌ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଚ୍ଛିତ ଅଛି। ଏହା ବ୍ୟତୀତ ଶ୍ରୀମନ୍ଦିରର ବିଭିନ୍ନ ସଞ୍ଚୟ, ଚାଲୁ ଏବଂ ଫ୍ଲେକ୍ସି ଜମା ଖାତାରେ ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଥିବା ପ୍ରଶାସନ ସୂଚନା ଦେଇଛି। ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଦାନକୁ ନେଇ ସମ୍ପୂର୍ଣ୍ଣ ସ୍ୱଚ୍ଛତା ପ୍ରଦର୍ଶନ ପାଇଁ ପ୍ରତିଦିନ ହୁଣ୍ଡି ଅର୍ଥ ଗଣନା କରାଯାଇ ସେହି ବିବରଣୀ ସୂଚନା ଫଳକ ଏବଂ ସାମାଜିକ ଗଣମାଧ୍ୟମରେ ସାଧାରଣରେ ପ୍ରକାଶ କରାଯାଉଛି।

ଅପରପକ୍ଷରେ, ଶ୍ରୀମନ୍ଦିରକୁ ଆଧୁନିକୀକରଣ କରିବା ଏବଂ ବିଶ୍ୱର କୋଣଅନୁକୋଣରେ ଥିବା ଜଗନ୍ନାଥ ପ୍ରେମୀଙ୍କୁ ଯୋଡ଼ିବା ପାଇଁ ଆରମ୍ଭ କରାଯାଇଥିବା ‘ଡିଜିଟାଲ ହୁଣ୍ଡି–ସମର୍ପଣ’ ପ୍ଲାଟଫର୍ମରେ ବିପୁଳ ସଫଳତା ମିଳିଛି। ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ଜୁନ୍ ୧୫ ତାରିଖରେ ଏହି ଅନଲାଇନ୍ ଦାନ ବ୍ୟବସ୍ଥାର ଶୁଭ ଲୋକାର୍ପଣ କରାଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ଦେଶବିଦେଶର ଭକ୍ତମାନେ ଅତ୍ୟନ୍ତ ସୁବିଧାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନଲାଇନ୍ ମାଧ୍ୟମରେ ନିଜ ନିଜର ଶ୍ରଦ୍ଧାଞ୍ଜଳି ଓ ଦାନରାଶି ଅର୍ପଣ କରିପାରୁଛନ୍ତି। ଏହାସହ ତୁରନ୍ତ ଦାନର ଅଫିସିଆଲ ରସିଦ ମଧ୍ୟ ଡାଉନଲୋଡ୍‌ କରିବାର ସୁବିଧା ଦିଆଯାଇଛି।

ଗତ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ‘ଡିଜିଟାଲ ହୁଣ୍ଡି–ସମର୍ପଣ’ ପ୍ଲାଟଫର୍ମ ମାଧ୍ୟମରେ ଭକ୍ତମାନେ ମୋଟ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ଦାନ କରିସାରିଛନ୍ତି। ମହାପ୍ରଭୁଙ୍କ ପ୍ରତି ସମର୍ପିତ ଭକ୍ତମାନଙ୍କ ଭକ୍ତିପୂତ ଦାନରାଶି ସହିତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସ୍ୱଚ୍ଛ, ସଠିକ୍ ଓ ସୁଚାରୁ ପରିଚାଳନା ସମ୍ପର୍କରେ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ ଅବଗତ କରାଇବା ହିଁ ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଉଦ୍ଦେଶ୍ୟ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଦାୟର ଆବେଦନ ଖାରଜ: ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ?

September 2, 2026

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026

ତୁରନ୍ତ ଏହି କାମ କରନ୍ତୁ UPI ଏବଂ QR କୋଡ୍ ବ୍ୟବହାରକାରୀ: ନଚେତ ବନ୍ଦ ହେବ ସେବା

September 2, 2026

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026
Latest News

୧୮୧୧ କୋଟି ଟଙ୍କା ଅତିକ୍ରମ କଲା ଶ୍ରୀମନ୍ଦିରର ସ୍ଥାୟୀ ଜମା

September 2, 2026

ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ଦାୟର ଆବେଦନ ଖାରଜ: ଜାଣନ୍ତୁ କ’ଣ କହିଲେ ହାଇକୋର୍ଟ?

September 2, 2026

ପ୍ରକାଶ ପାଇଲା ଓଟିଇଟି ୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮ ପ୍ରତିଶତ

September 2, 2026

ତୁରନ୍ତ ଏହି କାମ କରନ୍ତୁ UPI ଏବଂ QR କୋଡ୍ ବ୍ୟବହାରକାରୀ: ନଚେତ ବନ୍ଦ ହେବ ସେବା

September 2, 2026

ଅଧିକ ଶକ୍ତିଶାଳୀ ହେବ ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍: ଜିଓପିସି ପ୍ରଦାନ କରିବ ଏହି ସୁବିଧା

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.