Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ଆଲୋଚନାରେ ସମାଧାନ ହେବ ସମସ୍ୟା’
ଆଜିର ଖବର

ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ଆଲୋଚନାରେ ସମାଧାନ ହେବ ସମସ୍ୟା’

September 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍‌ଶୀଘ୍ର କରାଯିବ। ଏନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇସାରିଛନ୍ତି ବୋଲି ଶନିବାର ଆଶ୍ୱାସନା  ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଆନ୍ଦୋଳନରତ ଶିକ୍ଷକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିବା ସହ ମନ୍ତ୍ରୀ ଏହି ଆଶ୍ୱାସନା  ଦେଇଛନ୍ତି।

ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟା ଉପରେ ଗଠିତ କମିଟିର ରିପୋର୍ଟକୁ ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ମନ୍ତ୍ରୀ କହିଛନ୍ତି। ଏନେଇ ସରକାରଙ୍କ ହସ୍ତଗତ ହୋଇଛି ପ୍ରାୟ ୮୦୦ ପୃଷ୍ଠା ବିଶିଷ୍ଟ ୭୯ଟି ରିପୋର୍ଟ। ଏହି ସମସ୍ତ ରିପୋର୍ଟର ତର୍ଜମା ଓ ଅନୁଧ୍ୟାନ କରାଯିବା ପରେ ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସରକାର ଖୁବ୍‌ କମ୍‌ ସମୟ ମଧ୍ୟରେ ନିଷ୍ପତ୍ତି ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକମାନଙ୍କ ସମସ୍ୟାକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି। କେବଳ ରିପୋର୍ଟ ଅନୁଧ୍ୟାନ ନୁହେଁ, ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ସିଧାସଳଖ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସରକାର ଆଗ୍ରହୀ। ଏଥିପାଇଁ ଆନ୍ଦୋଳନରତ ଶିକ୍ଷକମାନେ ଏକ ପ୍ରତିନିଧି ମଣ୍ଡଳୀ ପଠାଇବାକୁ ସେ ଆହ୍ୱାନ ଦେଇଛନ୍ତି।

ପ୍ରତିନିଧି ମଣ୍ଡଳୀ ସହ ସରକାର ବିସ୍ତୃତ ଭାବେ ଆଲୋଚନା କରିବେ। ଶିକ୍ଷକମାନେ ଉଠାଇଥିବା ପ୍ରତ୍ୟେକ ପ୍ରସଙ୍ଗକୁ ଶୁଣିବା ସହ ଯୁକ୍ତିଯୁକ୍ତ ଦାବି ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି। ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ବୋଲି ସେ କହିଛନ୍ତି।

ଶିକ୍ଷକମାନଙ୍କ ଦାବିକୁ ନେଇ ସରକାରଙ୍କ ପକ୍ଷରୁ ଏଭଳି ସକାରାତ୍ମକ ଆଶ୍ୱାସନ ଆସିବା ପରେ ଆନ୍ଦୋଳନରତ ଶିକ୍ଷକମାନଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି। ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଓ ଶିକ୍ଷକ ପ୍ରତିନିଧି ମଣ୍ଡଳୀ ସହ ହେବାକୁ ଥିବା ଆଲୋଚନା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଦାବି ଓ ସମସ୍ୟା ଶିକ୍ଷକଙ୍କ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

September 5, 2026

ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର

September 5, 2026

ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ମାଡ଼

September 5, 2026

ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର

September 5, 2026
Latest News

ଶିକ୍ଷକଙ୍କ ଆନ୍ଦୋଳନ ମଧ୍ୟରେ ମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ଆଲୋଚନାରେ ସମାଧାନ ହେବ ସମସ୍ୟା’

September 5, 2026

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ

September 5, 2026

ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର

September 5, 2026

ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ ମାଡ଼

September 5, 2026

ଜମିବାଡ଼ି ବିବାଦକୁ ନେଇ ୨ ପରିବାର ମଧ୍ୟରେ ସଂଘର୍ଷ, ଜଣେ ଗୁରୁତର

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.