Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ
ବିଶେଷ ଖବର

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନନାମର ଓଡ଼ିଆ ଉଚ୍ଚାରଣ ଅନୁସାରେ ସଂଶୋଧିତ ଇଂରାଜୀ ବନାନକୁ ସବୁ ସରକାରୀ କାର୍ଯ୍ୟାଳୟରେ ତୁରନ୍ତ ଲାଗୁ କରିବାକୁ ସରକାର ପୁଣି ଥରେ ତତ୍ପରତା ପ୍ରକାଶ କରିଛନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ସମସ୍ତ ସାଇନ୍‌ବୋର୍ଡରେ ଏହି ନୂତନ ବନାନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କାର୍ଯ୍ୟାଳୟଗୁଡ଼ିକରେ ଏପର୍ଯ୍ୟନ୍ତ ଏହା ବଦଳିନାହିଁ, ଆସନ୍ତା ୭ ଦିନ ମଧ୍ୟରେ ତାହା ଶେଷ କରିବାକୁ କୁହାଯାଇଛି।

ଗତ ଜୁନ୍ ୨୨, ୨୦୨୬ରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ସରକାରୀ ସାଇନ୍‌ବୋର୍ଡଗୁଡ଼ିକରେ ସଂଶୋଧିତ ବନାନ ଲାଗୁ କରିବା ପାଇଁ ମାସକର ସମୟସୀମା ଦିଆଯାଇଥିଲା। ସେହିପରି ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଏଥିପାଇଁ ୬ ମାସ ସମୟ ମିଳିଛି। ତେବେ ଅନେକ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଥିଲେ ସୁଦ୍ଧା କେତେକ ସରକାରୀ କାର୍ଯ୍ୟାଳୟରେ ଏବେ ବି ପୁରୁଣା ଇଂରାଜୀ ବନାନ ବ୍ୟବହାର ହେଉଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି। ଏହାଦ୍ୱାରା ନାମକରଣରେ ଅସଙ୍ଗତି ଦେଖାଦେବା ସହ କ୍ୟାବିନେଟ୍ ନିଷ୍ପତ୍ତିର ମୂଳ ଉଦ୍ଦେଶ୍ୟ ବାହତ ହେଉଥିବା କୁହାଯାଇଛି।

ଏହାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳମାନେ ନିଜ ନିଜ ଏରିଆର ସରକାରୀ କାର୍ଯ୍ୟାଳୟ ଓ ସାଇନ୍‌ବୋର୍ଡ ସମୀକ୍ଷା କରିବାକୁ କୁହାଯାଇଛି। ବେସରକାରୀ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଏହି ନୂତନ ବନାନ ଆପଣାଇବାକୁ ପରାମର୍ଶ ଦିଆଯାଇଛି। ଏହି ସଂଶୋଧନ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଗୋଟିଏ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

District Collector Odisha RevenueDepartment
Share. Facebook Twitter LinkedIn Email WhatsApp Copy Link

Related Posts

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

September 7, 2026

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ

September 7, 2026
Latest News

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026

ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.