Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇଣ୍ଡୋନେସିଆରେ ଆଗ୍ନେୟଗିରି ବିସ୍ଫୋରଣ: ୫୦ ହଜାର ଫୁଟ ଉଚ୍ଚକୁ ଉଠିଲା ପାଉଁଶ
ଅନ୍ତରାଷ୍ଟ୍ରୀୟ

ଇଣ୍ଡୋନେସିଆରେ ଆଗ୍ନେୟଗିରି ବିସ୍ଫୋରଣ: ୫୦ ହଜାର ଫୁଟ ଉଚ୍ଚକୁ ଉଠିଲା ପାଉଁଶ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜାକର୍ତ୍ତା: ଇଣ୍ଡୋନେସିଆର ମାଉଣ୍ଟ ଅନାକ କ୍ରାକାଟୋଆରେ ଏକ ଭୟଙ୍କର ଆଗ୍ନେୟଗିରି ବିସ୍ଫୋରଣ ଘଟିଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଆଗ୍ନେୟଗିରିରୁ ନିର୍ଗତ ଧୂଆଁ ଓ ପାଉଁଶ ଆକାଶରେ ପ୍ରାୟ ୫୦,୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଛାଇ ଯାଇଛି। ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ବାୟୁମଣ୍ଡଳରେ ପାଉଁଶ ବ୍ୟାପିବା ଯୋଗୁଁ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଗ୍ନେୟଗିରିରୁ ବାହାରିଥିବା ପାଉଁଶ ଯୋଗୁଁ ତାଙ୍ଗେରାଙ୍ଗସ୍ଥିତ ସୋଏକାର୍ଣ୍ଣୋ-ହାଟା ଆନ୍ତର୍ଜାତୀୟ ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ପଡ଼ିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ୫୮ଟି ଆନ୍ତର୍ଜାତୀୟ ଉଡ଼ାଣ ସମେତ ୩୦୦ରୁ ଅଧିକ ବିମାନ ସେବା ବାଧାପ୍ରାପ୍ତ ହୋଇଛି। ସିଙ୍ଗାପୁର ଏୟାରଲାଇନ୍ସ, ଏୟାର ଏସିଆ ଓ ଗରୁଡ଼ ଇଣ୍ଡୋନେସିଆ ପକ୍ଷରୁ ଅନେକ ବିମାନ ବାତିଲ ସହ ସମୟ ପରିବର୍ତ୍ତନ କରାଯାଇଛି।

ଇଣ୍ଡୋନେସିଆ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ବିସ୍ଫୋରଣରୁ ବର୍ତ୍ତମାନ ସୁନାମିର କୌଣସି ଆଶଙ୍କା ନାହିଁ। ମାତ୍ର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ମାସ୍କ ଓ ଚଷମା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡୋନେସିଆର ଭୂବିଜ୍ଞାନ ଏଜେନ୍ସି ଅନୁଯାୟୀ, ଅନାକ କ୍ରାକାଟୋଆ ଗତ ଜୁଲାଇ ୨ରୁ ଦ୍ୱିତୀୟ ସର୍ବୋଚ୍ଚ ସ୍ତର ‘ଆଲର୍ଟ ଲେଭଲ୍-୩’ରେ ରହିଛି। ଏହା ବ୍ୟତୀତ ମାଉଣ୍ଟ ସେମେରୁ, ମାଉଣ୍ଟ ମେରାପି, ଲେଭୋଟୋବି ଲାକି-ଲାକି ଏବଂ ସିନାବୁଙ୍ଗ ପରି ଅନ୍ୟ ୪ଟି ଆଗ୍ନେୟଗିରି ମଧ୍ୟ ଆଲର୍ଟ ଲେଭଲ୍-୩ରେ ଅଛନ୍ତି। ରବିବାର ମାଉଣ୍ଟ ସେମେରୁରେ ମଧ୍ୟ ବିସ୍ଫୋରଣ ଘଟି ୧ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ପାଉଁଶ ବାଦଲ ସୃଷ୍ଟି ହୋଇଥିଲା।

Indonesia Eruption JakartaNews
Share. Facebook Twitter LinkedIn Email WhatsApp Copy Link

Related Posts

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026

୭ ଦିନ ମଧ୍ୟରେ ବନାନ ତ୍ରୁଟି ସଂଶୋଧନ ନିର୍ଦ୍ଦେଶ: ହଟିବ ପୁରୁଣା ଇଂରାଜୀ ନାମଫଳକ

September 7, 2026

ସତ୍ୟ ନିକେତନ ବିଲ୍ଡିଂ ଭୁଶୁଡ଼ିବା ଘଟଣା: ୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

September 7, 2026
Latest News

ଇଣ୍ଡୋନେସିଆରେ ଆଗ୍ନେୟଗିରି ବିସ୍ଫୋରଣ: ୫୦ ହଜାର ଫୁଟ ଉଚ୍ଚକୁ ଉଠିଲା ପାଉଁଶ

September 7, 2026

ନିଆଳିରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ୪୦ ଛେଳି ଜୀବନ୍ତ ଦଗ୍ଧ

September 7, 2026

ପାଳଲହଡ଼ାରେ ଭୟଙ୍କର ଦୁର୍ଘଟଣା: ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ, ଚାପି ହୋଇ ଚାଳକ ମୃତ

September 7, 2026

ପାରାଦ୍ୱୀପ ବନ୍ଦରରେ ପ୍ରଥମ ଥର ପାଇଁ ବର୍ଥିଂ ହେଲା ବିଶାଳ କ୍ୟାପ୍‌ସାଇଜ୍ ଜାହାଜ

September 7, 2026

ଜୁନିୟର ହକି ଏସିଆ କପ୍: ମାଲେସିଆକୁ ୧୧-୧ ଗୋଲ୍‌ରେ ହରାଇଲା ଭାରତ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.