ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ସ୍ଥାନୀୟ ବାବାଜୀତୋଟା ସାହି ସ୍ଥିତ ଡକ୍ଟରର୍ସ ଫୋରମ୍ ର କାର୍ଯ୍ୟାଳୟ ଠାରେ ଡକ୍ଟରର୍ସ ଫୋରମ୍ ର ଚଳିତ ସେପ୍ଟେମ୍ୱର ମାସର ମାସିକ ବୈଠକ ସଭାପତି ଡାକ୍ତର ଶଙ୍କର୍ଷଣ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଥମେ ତିନି ଥର “ଓଁକାର ମନ୍ତ୍ର ଓ ସର୍ବେ ଭାବନ୍ତୁ ସୁଖିନଃ” ଧ୍ୱନି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ବୈଠକରେ ଫୋରମ୍ ବହୁ ଆନୁସାଙ୍ଗିକ ବିଷୟ ଏବଂ ଆସନ୍ତା ନଭେମ୍ଵର ମାସ ପର୍ଯ୍ୟନ୍ତ ଫୋରମ୍ ର ଅନେକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା।
ଏହି ବୈଠକରେ କୋଷାଧ୍ୟକ୍ଷ ଡାକ୍ତର. ସମରେନ୍ଦ୍ର କୁମାର ସାହୁଙ୍କ ସମେତ ଡାକ୍ତର ଇନ୍ଦୁଭୂଷଣ ପଟ୍ଟନାୟକ, ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକ, ଡାକ୍ତର ଟି.ଅଜୟ କୁମାର ପାତ୍ର, ଡାକ୍ତର ସିଏଚ୍.ଗାନ୍ଧୀ ଚୌଧୁରୀ, ଡାକ୍ତର ଭାସ୍ଵତୀ ପଣ୍ଡା, ଡାକ୍ତର ରବୀନ୍ଦ୍ରନାଥ ଗନ୍ତାୟତ, ଡାକ୍ତର ସିଦ୍ଧନାଥ କର ପ୍ରମୁଖ ଉପସ୍ଥିତ ଥିଲେ।
ପରିଶେଷରେ ଜାତୀୟ ସଙ୍ଗୀତ ଗାଇବା ସହ ବୈଠକକୁ ସମାପନ କରାଯାଇଥିଲା। କୋଷାଧ୍ୟକ୍ଷ ଡାକ୍ତର.ସମରେନ୍ଦ୍ର କୁମାର ସାହୁ ଉପସ୍ଥିତ ସମସ୍ତ ଡାକ୍ତରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


