ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୫ଟାରେ ବସିବାକୁ ଥିବା ଏହି ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି।
ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଆସିଥିବା ଏକାଧିକ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା ହେବା ସମ୍ଭାବନା ରହିଛି। ବିଭାଗୀୟ ପ୍ରସ୍ତାବଗୁଡ଼ିକର ତର୍ଜମା ପରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିପାରେ।
କ୍ୟାବିନେଟ ବୈଠକରେ କେଉଁ ବିଭାଗର କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ, ତାହାକୁ ନେଇ ଉତ୍ସୁକତା ବଢ଼ିଛି। ତେବେ ବୈଠକର ଏଜେଣ୍ଡା ଓ ଆଲୋଚନା ପରେ ହିଁ ଏନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ସହ ସରକାରଙ୍କ ଆଗାମୀ ନୀତି ଓ ପ୍ରଶାସନିକ ପଦକ୍ଷେପ ସମ୍ପର୍କିତ କିଛି ନିଷ୍ପତ୍ତି ମଧ୍ୟ ନିଆଯାଇପାରେ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ରାଜ୍ୟର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିବେ। ଏଥିସହ ମୁଖ୍ୟ ଶାସନ ସଚିବ ମଧ୍ୟ ବୈଠକରେ ସାମିଲ ହେବେ।
ବୈଠକ ଶେଷ ହେବା ପରେ କ୍ୟାବିନେଟରେ ଅନୁମୋଦିତ ପ୍ରସ୍ତାବ ଓ ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ତେଣୁ ଆଜିର କ୍ୟାବିନେଟ ବୈଠକରେ ସରକାର କେଉଁ କେଉଁ ବଡ଼ ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ଏବେ ନଜର ରହିଛି।


