Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ
ଅନ୍ତରାଷ୍ଟ୍ରୀୟ

ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ୱାଶିଂଟନ୍: ଆମେରିକାର ମିଆମି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ଆମାଜନ୍‌ର ଏକ କାର୍ଗୋ (ପଣ୍ୟବାହୀ) ବିମାନ ରନୱେରୁ ବାହାରି ଯାଇ ନିଆଁରେ ଜଳିଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆମାଜନ୍ ପ୍ରାଇମ୍ ଏୟାର ପାଇଁ ‘୨୧ ଏୟାର’ ଦ୍ୱାରା ପରିଚାଳିତ ବୋଇଂ ୭୬୭-୩୦୦ ବିମାନଟି (ଫ୍ଲାଇଟ୍ ୭୫୯୮) ପୁଏର୍ଟୋ ରିକୋର ସାନ୍ ଜୁଆନ୍‌ରୁ ମିଆମି ଅଭିମୁଖେ ଆସିଥିଲା।  ମିଆମି ଏୟାରପୋର୍ଟରେ ଅବତରଣ କରୁଥିବା ବେଳେ ବିମାନଟି ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା ଏବଂ ସେଠାରେ ଥିବା ଏକାଧିକ ଯାନକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ଧକ୍କା ହେବା ମାତ୍ରେ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ଚାରିଆଡ଼େ ଘନ କଳା ଧୂଆଁ ଛାଇଯାଇଥିଲା। ଘଟଣାକୁ ଦୃଷ୍ଟିରେ ରଖି ୬୦ରୁ ଉର୍ଦ୍ଧ୍ୱ ମିଆମି-ଡେଡ୍ ଫାୟାର୍ ରେସ୍କ୍ୟୁ ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମିଆମି-ଡେଡ୍ କାଉଣ୍ଟି ମେୟର ଡାନିଏଲା ଲେଭିନ୍ କାଭା ଘଟଣାରେ ୫ ଜଣଙ୍କ ମୃତ୍ୟୁ ଓ ୫ ଜଣ ଆହତ ହୋଇଥିବା ନିଶ୍ଚିତ କରିଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ମିଆମି ଏୟାରପୋର୍ଟର ସମସ୍ତ ରନୱେ ଓ ଟ୍ୟାକ୍ସିୱେ ବନ୍ଦ କରାଯିବା ସହ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ (ଏନଟିଏସବି) ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଆମାଜନ୍ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ପ୍ରଭାବିତଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବା କୁହାଯାଇଛି।

Amazon PlaneCrash Miami Airport
Share. Facebook Twitter LinkedIn Email WhatsApp Copy Link

Related Posts

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ପୁଣି ବଦଳିଲା ସୁନା ଏବଂ ରୂପା ମୂଲ୍ୟ: ଯାଞ୍ଚ କରନ୍ତୁ ଆଜିର ଦର

September 7, 2026
Latest News

ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ମାରୁତି ୱାକର୍ସ କ୍ଲବର ନୂତନ କର୍ମକର୍ତ୍ତା

September 7, 2026

ଏହି ତ୍ରି-ରାଷ୍ଟ୍ରୀୟ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!: ଯୋଜନା ପ୍ରସ୍ତୁତ କଲା ICC

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.