Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି
ଆଜିର ଖବର

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଗ୍ରାମ୍ସ ପୋର୍ଟାଲ
ବାଲେଶ୍ୱର ବାଲିକୁଟିରେ ଲାଗିଲା ଷ୍ଟ୍ରିଟ୍‌ ଲାଇଟ; ଯାଜପୁର କାଇମାଟିଆରେ ହେଲା ରାସ୍ତା ମରାମତି

ଭୁବନେଶ୍ୱର: ଭାରତ ସରକାରଙ୍କ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ପ୍ରଣାଳୀ (ସିପିଗ୍ରାମ୍ସ) ପୋର୍ଟାଲ୍‌ ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନରେ ବିଶେଷ ଭାବେ ସହାୟକ ହେଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାର ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ।

ବାଲେଶ୍ୱର ଜିଲ୍ଲା ବାଲିକୁଟି ଗ୍ରାମ ପଞ୍ଚାୟତ ଅଧୀନ ବାଲିକୁଟି ସରକାରୀ ହାଇସ୍କୁଲ ନିକଟରେ ଦୀର୍ଘ ଦିନ ଧରି ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ ହୋଇଯାଇଥିଲା। ସୂର୍ଯ୍ୟାସ୍ତ ପରେ ସେହି ଅଞ୍ଚଳ ଦେଇ ଯାତାୟାତ କରିବା ସ୍ଥାନୀୟ ଲୋକଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ୁଥିଲା। ଏପରିକି ରାତିରେ ଅନ୍ଧକାରର ସୁଯୋଗ ନେଇ ସେଠାରେ ଅସାମାଜିକ ତତ୍ତ୍ୱଙ୍କ ଉପଦ୍ରବ ଆଶଙ୍କା ରହୁଥିଲା। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସ୍ଥାନୀୟ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ କରିନଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଜଗଦୀଶ ଗିରି ଏ ସମ୍ପର୍କରେ ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ କରିଥିଲେ।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଅଭିଯୋଗକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲା। ସ୍ଥାନୀୟ ବିଡିଓ ଏବଂ ବୈଷୟିକ କର୍ମଚାରୀମାନେ ସେହି ସ୍ଥାନରେ ସ୍ଥିତି ଅନୁଧ୍ୟାନ କରିବା ପରେ ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା। ବର୍ତ୍ତମାନ ସେଠାରେ ପୁଣିଥରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିବା ଆରମ୍ଭ ହୋଇଛି।

ଅନୁରୂପ ଭାବେ, ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ ପରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଇମାଟିଆ ଗ୍ରାମପଞ୍ଚାୟତରେ ରାସ୍ତା ମରାମତି କରାଯାଇଛି। କାଇମାଟିଆ ଗାଁରେ ତିଆରି ହୋଇଥିବା ପକ୍କା ସଡ଼କ ନିର୍ମାଣର ମାତ୍ର ଦୁଇ ମାସ ମଧ୍ୟରେ ଭାଙ୍ଗି ଯାଇଥିଲା। ରାସ୍ତାର କିଛି ସ୍ଥାନରେ ଫାଟ ସୃଷ୍ଟି ହେବା ପରେ ରାସ୍ତାର ଗୁଣବତ୍ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା ଯାହାକି ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ମନୋଜ କୁମାର ବେହେରା ସିପିଗ୍ରାମ୍ସ ପୋର୍ଟାଲରେ ଅଭିଯୋଗ କରିଥିଲେ। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତାଙ୍କର ଏହି ଅଭିଯୋଗ ଆଧାରରେ ହସ୍ତକ୍ଷେପ କରି ତୁରନ୍ତ ରାସ୍ତା ମରାମତି ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ନିର୍ଦ୍ଧାରିତ ନିର୍ମାଣ ମାନ ମୁତାବକ ସେହି ରାସ୍ତାର ମରାମତି କରାଯାଇଛି।

କାଇମାଟିଆ ବାଲିକୁଟି ଯାଜପୁର ସିପିଗ୍ରାମ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026

୨୭୦ ରନ କରି ତିନୋଟି ରେକର୍ଡ ଭାଙ୍ଗିଲେ ଇଶାନ କିଷାନ: ପଛରେ ପଡ଼ିଲେ ଅନେକ ମହାନ ଖେଳାଳି

September 7, 2026

କଟକ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

September 7, 2026

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ

September 7, 2026
Latest News

ସିପିଗ୍ରାମ୍ସ ପୋର୍ଟାଲ ଯୋଗୁଁ ସମସ୍ୟାର ସମାଧାନ: ଯାଜପୁରରେ ହେଲା ରାସ୍ତା ମରାମତି

September 7, 2026

ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟକା: କଂଗ୍ରେସରେ ଯୋଗଦେଲେ ହୀରା ଠାକୁର

September 7, 2026

ସୋଆ ଆଇଡିଆଥନ୍ ୨୦୨୬: ବିକଶିତ ଭାରତ ୨୦୪୭ ନିମନ୍ତେ ନବସୃଜନକୁ ପ୍ରୋତ୍ସାହନ

September 7, 2026

୨୭୦ ରନ କରି ତିନୋଟି ରେକର୍ଡ ଭାଙ୍ଗିଲେ ଇଶାନ କିଷାନ: ପଛରେ ପଡ଼ିଲେ ଅନେକ ମହାନ ଖେଳାଳି

September 7, 2026

କଟକ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ ଚଳାଚଳରେ ପରିବର୍ତ୍ତନ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.