Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନହରକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା
ଆଜିର ଖବର

ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନହରକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ସ୍ୱତନ୍ତ୍ର ନାମଗୁଡ଼ିକର ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ପ୍ରଦାନ କରିବା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି କ୍ରମରେ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରି ପକ୍ଷରୁ ‘ଶ୍ରୀମନ୍ଦିର’ (ବର୍ଗ ୧୯ ଓ ୪୫), ‘ରତ୍ନଭଣ୍ଡାର’ (ବର୍ଗ ୧୪ ଓ ୪୫) ଏବଂ ‘ଶ୍ରୀନହର’ (ବର୍ଗ ୧୯) ନାମରେ ଦାଖଲ ହୋଇଥିବା ଟ୍ରେଡ୍‌ମାର୍କ ଆବେଦନଗୁଡ଼ିକ ପ୍ରକାଶନ ପାଇଁ ଗ୍ରହଣ କରାଯାଇଛି। ଏହା ଶ୍ରୀମନ୍ଦିରର ଅନନ୍ୟ ସାଂସ୍କୃତିକ ପରିଚୟର ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ‘ଆନନ୍ଦ ବଜାର’, ‘ପତିତପାବନ’ ଏବଂ ‘ନୀଳଚକ୍ର’ ଲୋଗୋ ଭଳି ତିନୋଟି ନାମ ଓ ପ୍ରତୀକ ଟ୍ରେଡ୍‌ମାର୍କ ସୁରକ୍ଷା ପାଇଁ ଅନୁମୋଦିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୫ଟି ନାମ – ‘ଜଗନ୍ନାଥ ଧାମ’, ‘ଶ୍ରୀକ୍ଷେତ୍ର’, ‘ମହାପ୍ରସାଦ’, ‘ନୀଳଚକ୍ର’ ଏବଂ ‘କୋଇଲି ବୈକୁଣ୍ଠ’ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରି ଦ୍ୱାରା ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିଲା।

ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ତଥା ଶ୍ରୀମନ୍ଦିର ସହ ନିବିଡ଼ ଭାବେ ସମ୍ପୃକ୍ତ ପବିତ୍ର ନାମ ଓ ପ୍ରତୀକଗୁଡ଼ିକର ଅନଧିକୃତ କିମ୍ବା ବାଣିଜ୍ୟିକ ବ୍ୟବହାରକୁ ରୋକିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଗରେ ମୋଟ ୨୯ଟି ଟ୍ରେଡ୍‌ମାର୍କ ଆବେଦନ କରାଯାଇଛି। ଅବଶିଷ୍ଟ ଆବେଦନଗୁଡ଼ିକର ଆବଶ୍ୟକ ପ୍ରକ୍ରିୟା ଚାଲିଥିବା ବେଳେ, ଶ୍ରୀଜଗନ୍ନାଥ ମନ୍ଦିର ସହ ସମ୍ପୃକ୍ତ ଐତିହ୍ୟର ବୌଦ୍ଧିକ ସମ୍ପତ୍ତି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି।

ରତ୍ନଭଣ୍ଡାର ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଜର୍ମାନୀରେ ଭୋଟରଙ୍କ ‘ରାଇଟ୍ ମୁଡ୍’, ୟୁରୋପରେ ଆରମ୍ଭ ହେଲା କି ନୂଆ ରାଜନୈତିକ ଯୁଗ?

September 8, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026
Latest News

ଜର୍ମାନୀରେ ଭୋଟରଙ୍କ ‘ରାଇଟ୍ ମୁଡ୍’, ୟୁରୋପରେ ଆରମ୍ଭ ହେଲା କି ନୂଆ ରାଜନୈତିକ ଯୁଗ?

September 8, 2026

ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନହରକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା

September 8, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026

ଜୟପୁରରୁ କଲରାପତରିଆ ବାଘଛାଲ ଜବତ: ଡିଆରଆଇ ଚଢ଼ାଉରେ କାର୍‌ ସହ ଅଭିଯୁକ୍ତ ଗିରଫ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.