Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବସୁନ୍ଧରା ଯୋଜନାରେ ୩୪,୨୫୧ ହିତାଧିକାରୀଙ୍କୁ ଦିଆଯାଇଛି ଜମି: ରାଜସ୍ୱ ମନ୍ତ୍ରୀ
ରାଜ୍ୟ ଖବର

ବସୁନ୍ଧରା ଯୋଜନାରେ ୩୪,୨୫୧ ହିତାଧିକାରୀଙ୍କୁ ଦିଆଯାଇଛି ଜମି: ରାଜସ୍ୱ ମନ୍ତ୍ରୀ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Land provided to 34,251 beneficiaries under the Basundhara scheme: Revenue Minister
Land provided to 34,251 beneficiaries under the Basundhara scheme: Revenue Minister

ଭୁବନେଶ୍ୱର: ରାଜ୍ୟର ଘରବାଡ଼ିହୀନ ପରିବାରଗୁଡ଼ିକୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ଯୋଗ୍ୟ ହିତାଧିକାରୀଙ୍କୁ ଘରବାଡ଼ି ନିମନ୍ତେ ଜମି ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ବସୁନ୍ଧରା ଯୋଜନାର କାର୍ଯ୍ୟାନ୍ୱୟନକୁ ଅଧିକ ଗତିଶୀଳ କରିବା ଉପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ୨୦୨୪ ମସିହାରେ କରାଯାଇଥିବା ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୪୨,୯୧୫ ଘରବାଡ଼ି ବ୍ୟକ୍ତି ଗଣନା ହୋଇଥିବା ବେଳେ ତନ୍ମଧ୍ୟରୁ ତଦନ୍ତ ପରେ ୩୩,୦୮୨ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ମଧ୍ୟରୁ ୩୦,୬୫୩ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ କରାଯାଇଛି। ସେହିପରି, ୨୦୨୫ ମସିହାର ପ୍ରାରମ୍ଭିକ ସର୍ଭେରେ ୫୮,୬୨୦ ଘରବାଡ଼ିହୀନ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ତଦନ୍ତ ପରେ ୧୧,୮୨୭ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩,୫୯୮ ଜଣଙ୍କୁ ଜମି ପ୍ରଦାନ କରାଯାଇଛି ଏବଂ ବକେୟା ୮,୨୨୯ ଜଣଙ୍କୁ ଜମି ପ୍ରଦାନ ପାଇଁ ପ୍ରକ୍ରିୟା ଚାଲୁରହିଛି। ବିଗତ ଦୁଇ ବର୍ଷରେ ପ୍ରାରମ୍ଭିକ ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟ ୧,୦୧,୫୩୫ ଘରବାରିହୀନ ବ୍ୟକ୍ତି ଗଣନା ହୋଇଥିବାବେଳେ ତଦନ୍ତ ପରେ ୪୪,୯୦୯ ଜଣ ଯୋଗ୍ୟ ବାସହୀନ ବ୍ୟକ୍ତି ଭାବେ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ଅଦ୍ୟାବଧି ୩୪,୨୫୧ ଜଣଙ୍କ ସପକ୍ଷରେ ଜମି ଆବଣ୍ଟନ ହୋଇଥିବାବେଳେ ବକେୟା ୧୦,୬୫୮ ଜଣଙ୍କୁ ପର୍ଯ୍ୟାୟକ୍ରମେ ଜମି ଆବଣ୍ଟନ କରାଯିବ।

ଏହି ପରିପ୍ରେକ୍ଷୀରେ, ଜମି ଆବଣ୍ଟନରେ ଥିବା ସମସ୍ୟା ଦୂର କରିବା ନିମନ୍ତେ ରାଜସ୍ୱ ମନ୍ତ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଛନ୍ତି। ବସୁନ୍ଧରା ଯୋଜନାରେ ଜମି ଆବଣ୍ଟନ ପ୍ରକ୍ରିୟାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଛି। ଏଥିସହିତ, ବର୍ତ୍ତମାନ ଯୋଗ୍ୟ ଘରବାରିହୀନ ହିତାଧିକାରୀଙ୍କ ନିମନ୍ତେ ବାର୍ଷିକ ପରିବାର ଆୟ ସୀମା ୧ ଲକ୍ଷ ଟଙ୍କା ରହିଥିବା ବେଳେ ଉକ୍ତ ଆୟ ସୀମାର ପୁନଃନିର୍ଦ୍ଧାରଣ ଆବଶ୍ୟକତା ଉପରେ ମଧ୍ୟ ବିଚାର କରାଯାଉଛି। ଘରବାରିହୀନ ପରିବାରଗୁଡ଼ିକୁ ସମ୍ମାନଜନକ ଜୀବନଯାପନର ସୁଯୋଗ ଦେବା ସହିତ ସେମାନଙ୍କ ନିଜସ୍ୱ ଘର ନିର୍ମାଣର ସ୍ୱପ୍ନକୁ ସାକାର କରିବା ଦିଗରେ ବସୁନ୍ଧରା ଯୋଜନା ରାଜ୍ୟସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ଅବଶିଷ୍ଟ ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ଜମି ଯୋଗାଇଦେବା ଏବଂ ଜିଲ୍ଲାସ୍ତରରେ ରହିଥିବା ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ କରି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।

ବସୁନ୍ଧରା ଯୋଜନା ମନ୍ତ୍ରୀ ସୁରେଶ ପୂଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜର୍ମାନୀରେ ଭୋଟରଙ୍କ ‘ରାଇଟ୍ ମୁଡ୍’, ୟୁରୋପରେ ଆରମ୍ଭ ହେଲା କି ନୂଆ ରାଜନୈତିକ ଯୁଗ?

September 8, 2026

ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନହରକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା

September 8, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026
Latest News

ବସୁନ୍ଧରା ଯୋଜନାରେ ୩୪,୨୫୧ ହିତାଧିକାରୀଙ୍କୁ ଦିଆଯାଇଛି ଜମି: ରାଜସ୍ୱ ମନ୍ତ୍ରୀ

September 8, 2026

ଜର୍ମାନୀରେ ଭୋଟରଙ୍କ ‘ରାଇଟ୍ ମୁଡ୍’, ୟୁରୋପରେ ଆରମ୍ଭ ହେଲା କି ନୂଆ ରାଜନୈତିକ ଯୁଗ?

September 8, 2026

ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନହରକୁ ମିଳିଲା ଟ୍ରେଡ୍‌ମାର୍କ ସୁରକ୍ଷା

September 8, 2026

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: ନୃତ୍ୟ ଓ ଯୁଗଳ ବଂଶୀ ବାଦନରେ ଦର୍ଶକ ବିଭୋର

September 8, 2026

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ: ୩ ପଞ୍ଚାୟତ ଅଧିକାରୀ ଗିରଫ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.