Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ
ଖେଳ

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମଦାବାଦ : ଅହମଦାବାଦଠାରେ ଚାଲିଥିବା ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍ ଷ୍ଟେଜ୍‌-୩ର ତୃତୀୟ ଦିନରେ ଭାରତୀୟ ଆର୍ଚରମାନେ ଦମ୍‌ଦାର ପ୍ରଦର୍ଶନ କରି ୨ଟି ସ୍ୱର୍ଣ୍ଣ ଏବଂ ୧ଟି ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ରିକର୍ଭରେ ହରବିନ୍ଦର ସିଂହ-ବିଜୟ ସୁଣ୍ଡି ଏବଂ ପୁରୁଷ କମ୍ପାଉଣ୍ଡ୍‌ରେ ତୋମାନ କୁମାର-ଶ୍ୟାମ ସୁନ୍ଦର ସ୍ୱାମୀଙ୍କ ଯୋଡ଼ି ସ୍ୱର୍ଣ୍ଣ ଜିତି ଚାମ୍ପିଅନ୍ ହୋଇଛନ୍ତି। ଅନ୍ୟପଟେ, ମହିଳା ରିକର୍ଭ ଟିମ୍‌ରେ ଭାବନା-ପୂଜା ଯୋଡ଼ି ଫାଇନାଲ୍‌ରେ ଚୀନ୍‌ଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

ପୁରୁଷ କମ୍ପାଉଣ୍ଡ୍ ଫାଇନାଲ୍‌ରେ ଡିଫେଣ୍ଡିଂ ୱାର୍ଲ୍ଡ ଚାମ୍ପିଅନ୍ ତୋମାନ କୁମାର ଓ ଶ୍ୟାମ ସୁନ୍ଦର ସ୍ୱାମୀଙ୍କ ଯୋଡ଼ି ଏକତରଫା ଭାବେ ଇରାକର ଅବାସ କଧିମ ଓ ଅନୱ ଅଲଦାଭୋଦଙ୍କୁ ୧୫୨-୧୩୯ ପଏଣ୍ଟ୍‌ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ପୁରୁଷ ରିକର୍ଭ ଫାଇନାଲ୍‌ରେ ହରବିନ୍ଦର ସିଂହ ଓ ବିଜୟ ସୁଣ୍ଡି ୬-୨ରେ ସ୍ଲୋଭାକିଆର ଭେହଇଡ୍ ଇଭାନ୍ ଓ ଡେନିସ୍ ଇଭାନ୍‌ଙ୍କୁ ହରାଇଛନ୍ତି। ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ୩୪-୩୭ରେ ପଛୁଆ ରହିବା ପରେ ଦମଦାର ପ୍ରତ୍ୟାବର୍ତ୍ତନ କରି ଲଗାତାର ତିନୋଟି ସେଟ୍ ଜିତି ନେଇଥିଲେ। ତୃତୀୟ ସେଟ୍‌ରେ ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ଏବଂ ପ୍ୟାରିସ୍ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହରବିନ୍ଦର ଲଗାତାର ତିନୋଟି ୧୦ ପଏଣ୍ଟ୍ ହାସଲ କରି ମ୍ୟାଚ୍‌କୁ ଭାରତ ସପକ୍ଷରେ ଆଣିଥିଲେ।

ମହିଳା ରିକର୍ଭ ଟିମ୍ ଫାଇନାଲ୍‌ରେ ଭାରତର ଭାବନା ଓ ପୂଜାଙ୍କ ଯୋଡ଼ି ଚୀନ୍‌ଠାରୁ ୬-୦ରେ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ମହିଳା କମ୍ପାଉଣ୍ଡ୍ ଟିମ୍‌ର ବ୍ରୋଞ୍ଜ୍ ପଦକ ମୁକାବିଲାରେ ଶୀତଲ ଦେବୀ ଓ ପାୟଲ ନାଗଙ୍କ ଯୋଡ଼ି ଚୀନ୍‌ର ୱାଙ୍ଗ୍ ହୁଇଟିଙ୍ଗ୍ ଓ ଗାଓ ଫାଗକ୍ସିୟାଙ୍କଠାରୁ ହାରି ପଦକରୁ ବଞ୍ଚିତ ହୋଇଛନ୍ତି।

Gold For India Para Archery World Series
Share. Facebook Twitter LinkedIn Email WhatsApp Copy Link

Related Posts

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026
Latest News

ପାରା ଆର୍ଚେରୀ ୱାର୍ଲ୍ଡ ସିରିଜ୍‌: ଭାରତକୁ ୨ ସ୍ୱର୍ଣ୍ଣ, ୧ ରୌପ୍ୟ

September 9, 2026

BRICS ଶିଖରକୁ ନେଇ ବଢ଼ିଲା ଚର୍ଚ୍ଚା! ଭାରତ ପାଇଁ ମହାମଞ୍ଚ ନା କୂଟନୈତିକ ଚ୍ୟାଲେଞ୍ଜ?

September 9, 2026

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.