Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ
ଆଜିର ଖବର

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ
ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

ଚ଼ିଲିକା: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ପଲଟଣ ପଡ଼ିଆ ସ୍ଥିତ କୃତ୍ତିବାସ ଭବନ ଠାରେ ଆୟୋଜିତ ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ଉପସ୍ଥିତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ସାଂଗଠନିକ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ସଂଗଠନକୁ ଅଧିକ ସୁଦୃଢ଼ କରି ଭାରତୀୟ ଜନତା ପାର୍ଟିକୁ ଆହୁରି ଶକ୍ତିଶାଳୀ ଭାବେ ଆଗେଇ ନେବା ଆମ ସମସ୍ତଙ୍କର ପ୍ରମୁଖ କର୍ତ୍ତବ୍ୟ। ଏଥିସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଓ ଜନକଲ୍ୟାଣକାରୀ ଯୋଜନାର ସୁଫଳ ପ୍ରତ୍ୟେକ ପରିବାର ନିକଟରେ ପହଞ୍ଚାଇବା ଆମର ମୁଖ୍ୟ ଦାୟିତ୍ୱ। ଭାରତୀୟ ଜନତା ପାର୍ଟିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଏହି ବିରାଟ ଲକ୍ଷ୍ୟକୁ ସାକାର ରୂପ ଦେବା ଏବଂ ଏକ ସମୃଦ୍ଧ, ବିକଶିତ ଭାରତ ଗଠନ ପାଇଁ ଆଗେଇ ଆସିବା ନିମନ୍ତେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି ଉଭୟ ରାଜନେତା।

ଏହି ଅବସରରେ ତୁମୁରାପୁଟ ଗ୍ରାମପଞ୍ଚାୟତ ଓ ନୀଳାଦ୍ରିପ୍ରସାଦ ଗ୍ରାମପଞ୍ଚାୟତର‌ ଶତାଧିକ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ‌ ହୋଇ‌ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି। ଦଳରେ ସାମିଲ ହୋଇଥିବା ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଓ ପୁରୀ ଲୋକସଭା ସାଂସଦ ଡ଼ାଃ ପାତ୍ର ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ କରିଛନ୍ତି। ଆପଣମାନଙ୍କର ଏହି ଯୋଗଦାନ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ଼, ସକ୍ରିୟ ଏବଂ ଗତିଶୀଳ କରିବ ବୋଲି ଦୃଢ଼ ଆଶାବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବରିଷ୍ଠ ସଂଗଠକ ଜିତେନ୍ଦ୍ର ଭୋଳ, ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବିରଜାଈ ମଣ୍ଡଳ ଭାଜପା ସଭାପତି ସାବିତ୍ରୀ ଭୋଳ, ମଣ୍ଡଳ ଭାଜପା ପ୍ରଭାରୀ ରବିନାରାୟଣ ମିଶ୍ରଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଭବ୍ୟ ସମାପନ

September 9, 2026
Latest News

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026

ଦନ୍ତାହାତୀ ଆକ୍ରମଣରେ ଚାଷୀ ମୃତ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.