Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ
ଜାତୀୟ ଖବର

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ୱାସିଂଟନ: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୭ମ ମାସରେ ପହଞ୍ଚିଥିବା ବେଳେ ଏହା କେବେ ଶେଷ ହେବ ସେ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତବ୍ୟ ଦେଇଛନ୍ତି। ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ତୁରନ୍ତ ଇରାନ ଯୁଦ୍ଧ ସମାପ୍ତ ହେବା ସହ ଜାଳେଣି ତେଲ ଦର ହ୍ରାସ ପାଇବ ବୋଲି ଟ୍ରମ୍ପ ଦାବି କରିଛନ୍ତି।

ଟେକ୍ସାସରେ ଆୟୋଜିତ ରିପବ୍ଲିକାନ୍ ପାର୍ଟିର ମିଡ୍‌ଟର୍ମ କନଭେନସନ୍‌ରେ ଯୋଗଦେବା ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ, “ଇରାନ ଆଉ ଅଧିକ ସମୟ ତିଷ୍ଠିପାରିବ ନାହିଁ। ନିର୍ବାଚନ ପରେ ପରେ ହିଁ ଅଶୋଧିତ ତୈଳ ଏବଂ ଗ୍ୟାସ୍ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିବ।” ଇରାନ ଆମେରିକା ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ଆଣି ସେ କହିଛନ୍ତି ଯେ, ତେହେରାନ ଚାହୁଁଛି ଆମେରିକାରେ ଏକ ଦୁର୍ବଳ ସରକାର କ୍ଷମତାକୁ ଆସୁ, ଯାହାଦ୍ୱାରା ସେମାନେ ନାଭିକୀୟ ଅସ୍ତ୍ରଶସ୍ତ୍ର  ପ୍ରସ୍ତୁତ କରିପାରିବେ। ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଜୁଲାଇ ମାସ ପରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୦୧ ଡଲାର ଏବଂ ଆମେରିକୀୟ ଡବ୍ଲୁଟିଆଇ ଦର ୯୬ ଡଲାର ଟପିଯାଇଛି। ତେଲ ଦର ବୃଦ୍ଧି ନେଇ ଟ୍ରମ୍ପ କହିଛନ୍ତି, “ଆମେରିକାବାସୀଙ୍କୁ ଏହା ବୁଝାଇବା ସହଜ ଯେ, ଆମେ ଇରାନକୁ କଦାପି ପରମାଣୁ ବୋମା ତିଆରି କରିବାକୁ ଦେଇପାରିବା ନାହିଁ।” ନିର୍ବାଚନ ପରେ ଗ୍ୟାସ୍ ଦର ଗ୍ୟାଲନ୍ ପିଛା ୨ ଡଲାରରୁ କମ୍ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପୂର୍ବରୁ ଇରାନ ସହ କୂଟନୈତିକ ଆଲୋଚନା ଓ ଚୁକ୍ତି ପାଇଁ ଟ୍ରମ୍ପ ଆଗ୍ରହ ପ୍ରକାଶ କରୁଥିଲେ ମଧ୍ୟ ଏବେ ସେହି ସ୍ଥିତି ବଦଳି ଯାଇଥିବା ସେ ସ୍ପଷ୍ଟ କରିଛନ୍ତି। ଇରାନର ସହଯୋଗୀ ଦେଶଗୁଡ଼ିକର ସଂଖ୍ୟା କମିଯାଇଥିବାରୁ ବର୍ତ୍ତମାନ କୌଣସି ଶାନ୍ତି ଚୁକ୍ତି କିମ୍ବା ଆଲୋଚନା ପାଇଁ ଆମେରିକା ବିଚାର କରୁନାହିଁ। ଗତ ସପ୍ତାହରେ ଆମେରିକୀୟ ସେନା ଇରାନର ୧୦ଟି ତୈଳ ଟ୍ୟାଙ୍କରକୁ ଧ୍ୱଂସ କରିଥିବା ବେଳେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ମଧ୍ୟ ପାରସ୍ୟ ଉପସାଗରରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି।

donald trump Iran War Oil Prices
Share. Facebook Twitter LinkedIn Email WhatsApp Copy Link

Related Posts

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଲଗାତାର ୩୫ ମାସ ଧରି ଶୀର୍ଷ ସ୍ଥାନରେ ଭାରତ

September 10, 2026

ଇଣ୍ଡିଆ-ଏ’ ଟିମ୍ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ଥାନ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026
Latest News

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026

କ୍ରେଡିଟ୍ କାର୍ଡରେ ଅତ୍ୟଧିକ ଖର୍ଚ୍ଚ କରୁଛନ୍ତି କି? CIBIL ସ୍କୋର ଉପରେ ପଡ଼ିପାରେ ପ୍ରଭାବ

September 10, 2026

ମାୟାବତୀଙ୍କ ମାଷ୍ଟରଷ୍ଟ୍ରୋକ୍‌ ନା ବଡ଼ ଝଟକା? BSPରୁ ଆକାଶ ଆନନ୍ଦ ବାହାର

September 10, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଲଗାତାର ୩୫ ମାସ ଧରି ଶୀର୍ଷ ସ୍ଥାନରେ ଭାରତ

September 10, 2026

ଟ୍ରେନ୍‌ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.