ନୂଆଦିଲ୍ଲୀ: ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଭୋର ୩ଟାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନାରେ ଭାଗନେବେ। ବିମାନବନ୍ଦରରେ ରୁଷ୍ ରାଷ୍ଟ୍ରପତିଙ୍କୁ କେନ୍ଦ୍ର ବୈଦେଶିକ ବ୍ୟାପାର ବିଭାଗ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସ୍ୱାଗତ ଜଣାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ) ପ୍ରବକ୍ତା ରଣଧୀର ଜୈସୱାଲ ସୋସିଆଲ ମିଡିଆ ‘X’ରେ ସୂଚନା ଦେଇ ଲେଖିଛନ୍ତି ଯେ, “୧୮ତମ ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହାର୍ଦ୍ଦିକ ସ୍ୱାଗତ। ଭାରତ ଓ ରୁଷ ମଧ୍ୟରେ ରହିଥିବା ସ୍ବତନ୍ତ୍ର ଏବଂ ସାମରିକ ସମ୍ପର୍କ ଆହୁରି ମଜବୁତ ହେବ।”


