ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରତ୍ୟେକ ବୁଥ୍ ରେ ପ୍ରତ୍ୟେକ ପରିବାର ‘ଆଶୀର୍ବାଦର ଦୀପ’ ଜାଳାଇବାକୁ ଆହ୍ୱାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହା ସାମୂହିକ ସଂକଳ୍ପ ଓ କୃତଜ୍ଞତାର ପ୍ରତୀକ ବୋଲି ସେ କହିଛନ୍ତି। ଦୀପ ଜାଳାଇଥିବା ଫଟୋ ସେୟାର କରିବାକୁ ମଧ୍ୟ ସେ ଅପିଲ କରିଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ମହିଳା, ମିଶନ ଶକ୍ତି ଓ SHG ମହିଳାଙ୍କୁ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ସର୍ବଭାରତୀୟ ସ୍ତରରେ ଏହି ଅଭିଯାନରେ ଓଡ଼ିଶା ପ୍ରଥମ ହେବ ବୋଲି ଶ୍ରୀମତି ପରିଡ଼ା ଆଶାବ୍ୟକ୍ତ କରିଛନ୍ତି।


