ନୂଆଦିଲ୍ଲୀ: ଆଜି ସୁନା ଏବଂ ରୂପା କିଣୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ସୁନା ବଜାରରେ ସୁନା ମୂଲ୍ୟ ୨,୭୦୦ ଟଙ୍କା ଏବଂ ରୂପା ୧୦,୦୦୦ ଟଙ୍କା ହ୍ରାସ ପାଇଛି। ଦେଶର ବିଭିନ୍ନ ସହରରେ ବର୍ତ୍ତମାନ ସର୍ବଶେଷ ସୁନା ଏବଂ ରୂପା ମୂଲ୍ୟ ପ୍ରକାଶ ପାଇଛି।
ଆଜି ଭାରତରେ ସୁନାର ମୂଲ୍ୟ କେତେ?
ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୧,୫୫,୯୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପାଇଁ ପ୍ରାୟ ୧.୪୨ ଲକ୍ଷ ଟଙ୍କା ରହିଛି। ତଥାପି ବିଭିନ୍ନ ସହରରେ ସ୍ଥାନୀୟ ବଜାର ଉପରେ ନିର୍ଭର କରି ମୂଲ୍ୟ ଭିନ୍ନ ହୋଇଥାଏ।
ଆଜି ରୂପାର ମୂଲ୍ୟ କେତେ?
ସୁନା ସହିତ ରୂପାର ମୂଲ୍ୟରେ ମଧ୍ୟ ଗତ କିଛି ଦିନ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ଗତକାଲି ପ୍ରତି କିଲୋଗ୍ରାମ ୨୪୪,୬୦୦ ତାଙ୍କ ଥିବା ମୂଲ୍ୟ ଆଜି ପରିବର୍ତ୍ତନ ହୋଇଛି। ଆଜି ଭାରତରେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦,୦୦୦ ଟଙ୍କା ହ୍ରାସ ପାଇ ୨୩୪,୬୦୦ ଟଙ୍କାରେ ପହଞ୍ଚିଛି।


