Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
ଆଜିର ଖବର

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

ରଣପୁର: ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ କୁ ଆହୁରି ସୁଦୃଢ଼ ଓ ସଫଳ କରିବା ଉଦ୍ଦେଶ୍ୟରେ ରଣପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଅବସରରେ ଅଧିକାରୀଦ୍ୱୟ ଉଲ୍ଲାସ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଗ୍ରାମୀଣ ଅଞ୍ଚଳରେ ନିରକ୍ଷର ବୟସ୍କ ଶିକ୍ଷାର୍ଥୀଙ୍କୁ ସାକ୍ଷର କରିବାରେ ଏହାର ଭୂମିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ତାଲିମ ଶିବିରରେ ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା ଓ ବିଶ୍ୱମୋହନ ବେହେରା ପ୍ରଶିକ୍ଷକ ଭାବେ ଯୋଗଦେଇ ଉଲ୍ଲାସ କାର୍ଯ୍ୟକ୍ରମର ବିଭିନ୍ନ ପ୍ରାୟୋଗିକ ଓ କାର୍ଯ୍ୟଭିତ୍ତିକ ଦିଗ ଉପରେ ତାଲିମ ପ୍ରଦାନ କରିଥିଲେ।

ତାଲିମରେ ବିଶେଷ ଭାବେ ଯୋଗ୍ୟ ଶିକ୍ଷାର୍ଥୀ ଚିହ୍ନଟ, ଶିକ୍ଷାର୍ଥୀଙ୍କୁ ସ୍ୱେଚ୍ଛାସେବୀ ଶିକ୍ଷକ (VT)ଙ୍କ ସହିତ ଟ୍ୟାଗ୍ କରିବା, ପରୀକ୍ଷା ପାଇଁ ଯୋଗ୍ୟ ଶିକ୍ଷାର୍ଥୀଙ୍କ ସର୍ଟଲିଷ୍ଟ ପ୍ରସ୍ତୁତି, ପରୀକ୍ଷା ପରେ ଶିକ୍ଷାର୍ଥୀଙ୍କ ମାର୍କ ପୂରଣ ପ୍ରକ୍ରିୟା ଆଦି ବିଷୟରେ ବିସ୍ତୃତ ଓ ବ୍ୟବହାରିକ ତାଲିମ ଦିଆଯାଇଥିଲା।

ପ୍ରଶିକ୍ଷଣ ସମୟରେ ଅଂଶଗ୍ରହଣକାରୀମାନଙ୍କୁ କେବଳ ସୂଚନା ପ୍ରଦାନ ନକରି ବିଭିନ୍ନ ପ୍ରକ୍ରିୟାକୁ ପ୍ରାୟୋଗିକ ଭାବେ ବୁଝାଇ ଦିଆଯାଇଥିଲା, ଯାହାଦ୍ୱାରା ଉଲ୍ଲାସ କାର୍ଯ୍ୟକ୍ରମର ଶିକ୍ଷାର୍ଥୀ ଚିହ୍ନଟଠାରୁ ଆରମ୍ଭ କରି ପରୀକ୍ଷା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ସଠିକ୍ ଭାବେ ସମ୍ପାଦନ କରିବାରେ ସହାୟତା ମିଳିବ।

ତାଲିମ ଶିବିରର ସୁଚାରୁ ପରିଚାଳନାରେ ଚିତ୍ତରଞ୍ଜନ କୁଣ୍ଡ, ସଞ୍ଜୟ କୁମାର ବରାଡ଼, ରାଜୀବ କୁମାର ବେହେରା, ସୁଧାକର ମିଶ୍ର ଓ ସୁଶାନ୍ତ କୁମାର ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ।

ଉଲ୍ଲାସ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ‘ସମସ୍ତଙ୍କ ପାଇଁ ଶିକ୍ଷା ଓ ସାକ୍ଷରତା’ ର ଲକ୍ଷ୍ୟ ହାସଲ ପାଇଁ ଏକ ଜନଆନ୍ଦୋଳନ। ରଣପୁର ବ୍ଲକରେ ଏହି ତାଲିମ ଶିବିର ଉଲ୍ଲାସ କାର୍ଯ୍ୟକ୍ରମକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା ସହ ନିରକ୍ଷରତାମୁକ୍ତ ସମାଜ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

'ଉଲ୍ଲାସ' ଉଲ୍ଲାସ ତାଲିମ ଶିବିର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026
Latest News

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.