ରେଢ଼ାଖୋଲ (କନ୍ଦର୍ପ ବେହେରା): ଶନିବାର ସନ୍ଧ୍ୟା ୭ ଟାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ, ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ଘୋଷରାମାଳ ପଂଚାୟତର ପାଣ୍ଡୁରିଶିଲା ଗ୍ରାମର ଅଜୟ ସୋରେନ ପଥୁରିଆ ପଟୁ ରେଢ଼ାଖୋଲ ଯାଉଥିବାବେଳେ ଡ଼ଇଁଚା ପଂଚାୟତ ତେରବେଡା ଗ୍ରାମର ବିଦେଶୀ ସାହୁ ପଥୁରିଆ ପଟକୁ ଯାଉଥିଲେ। ଠିକ ସେତିକି ବେଳେ ଉଭୟଙ୍କ ମଧ୍ୟରେ ପଥୁରିଆ ଟାୱାର ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ପାଣ୍ଡୁରିଶିଲାର ଅଜୟ ସୋରେନ ତେରବେଡ଼ାର ବିଦେଶୀ ସାହୁଙ୍କୁ ଧକ୍କା ଦେଇଥିଲେ।
ଘଟଣା ସ୍ଥଳରେ ଦ୍ରୁତ ଗତିରେ ଆସିଥିବା ଅଜୟ ସୋରେନ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବିଦେଶୀ ସାହୁ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ବିଦେଶୀଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସା କରା ଯାଇଥିବା ବେଳେ ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି।


