ବ୍ରହ୍ମପୁର (କୈଳାଶ ଚନ୍ଦର ଚୌଧୁରୀ): ଭଞ୍ଜନଗର ଥାନା ଅଞ୍ଚଳର କାହ୍ନୁଚରଣ ସାହୁ ନାମକ ଜଣେ ଟ୍ରେନ ଲୁଟେରାକୁ ବ୍ରହ୍ମପୁର ରେଳବାଇ ପୋଲିସ୍ ଗିରଫ କରିଛି। ଅଭିଯୁକ୍ତଙ୍କୁ ଜେରା କରିବା ପରେ ତାଙ୍କ ନିକଟରୁ ନଗଦ ୪ ଲକ୍ଷ ଟଙ୍କା, କିଛି ସ୍ବର୍ଣ୍ଣ ଅଳଙ୍କାର, ଲାପଟପ୍ ଓ କିଛି ମୋବାଇଲ ଫୋନ୍ ଜବତ୍ କରାଯାଇଛି। ତାଙ୍କୁ ବିଭିନ୍ନ ଅପରାଧୀକ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଅଭିଯୁକ୍ତ କାହ୍ନୁ ପୁର୍ବରୁ ଟ୍ରେନ ପେଣ୍ଟ୍ରିକ୍ କାର୍ ରେ କାମ କରୁଥିଲେ ଓ ବିଭିନ୍ନ ଅପରାଧ ମାମଲାରେ ଅଭିଯୁକ୍ତ ପରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ଗତ ୨୭ ତାରିଖ =ରେ ଜଣେ ମହିଳା ଯାତ୍ରୀ ବିଶାଖାପାଟଣା ଯାଉଥିବା ବେଳେ ତାଙ୍କର ଭ୍ୟାନିଟି ବ୍ୟାଗ୍ ହଜିଯାଇଥିବା ଅଭିଯୋଗ ପାଇ ରେଳବାଇ ପୋଲିସ୍ ଘଟଣାର ଛାନବିନ୍ ଚଳାଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳତା ହାସଲ କରିଥିଲା। ଅଭିଯୁକ୍ତ କାହ୍ନୁଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।


