Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି
ଅପରାଧ

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'Adult star' at Rourkela Circuit House; police probe underway.
'Adult star' at Rourkela Circuit House; police probe underway.

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସରକାରୀ ସର୍କିଟ୍ ହାଉସରେ ଜଣେ ‘ଆଡଲ୍ଟ ଫିଲ୍ମ ଷ୍ଟାର’ଙ୍କ ରହଣିକୁ ନେଇ ସାରା ରାଜ୍ୟରେ ତୀବ୍ର ବିବାଦ ଓ ଚର୍ଚ୍ଚା ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଭିନେତ୍ରୀଙ୍କ ଏକ ପୁରୁଣା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତବର୍ଷ ଡିସେମ୍ବର ୧ ତାରିଖରେ ରାଉରକେଲା ଗସ୍ତ ସମୟରେ ଏହି ଅଭିନେତ୍ରୀଙ୍କ ପାଇଁ ସରକାରୀ ସର୍କିଟ୍ ହାଉସରେ ରୁମ୍ କିପରି ବୁକ୍ ହେଲା, କାହା ସୁପାରିସରେ ସୁଯୋଗ ମିଳିଲା ଏବଂ ନିର୍ଦ୍ଧାରିତ ନିୟମ ପାଳନ କରାଯାଇଥିଲା କି ନାହିଁ, ସେ ନେଇ ଖୋଳତାଡ଼ ଜାରି ରହିଛି।

ସୂଚନା ଅନୁସାରେ, ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ଏସପି ପାହ୍ୟାର ପୁଲିସ ଅଧିକାରୀଙ୍କ ପୁଅ, ଜଣେ ଟ୍ରାଭେଲ ଏଜେନ୍ସି ମାଲିକ ଏବଂ ଉଦିତନଗରସ୍ଥିତ ଏକ ଘରୋଇ ସଂସ୍ଥାର ସହ-ମାଲିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ବିସ୍ତୃତ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ଅଭିନେତ୍ରୀଙ୍କ ପାଇଁ ରହଣି ଓ ଗସ୍ତ ବ୍ୟବସ୍ଥା କରିବାରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପୁଅଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। ଏହାସହ ପୁଲିସ ସର୍କିଟ୍ ହାଉସର କର୍ମଚାରୀ, ବିଳାସପୂର୍ଣ୍ଣ ଗାଡ଼ିର ମାଲିକ ଓ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରିଛି।

ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ୩ ଲକ୍ଷରୁ ଅଧିକ ଫଲୋଅର୍ସ ଥିବା ଏହି ଅଭିନେତ୍ରୀଙ୍କ ପ୍ରାୟ ୫ ମିନିଟ୍‌ର ଭିଡିଓରେ, ସେ ଝାରସୁଗୁଡ଼ା ବିମାନବନ୍ଦରରୁ ରାଉରକେଲା ସର୍କିଟ୍ ହାଉସ୍ ପର୍ଯ୍ୟନ୍ତ ନିଜ ଯାତ୍ରାର ବର୍ଣ୍ଣନା କରୁଥିବା ଦେଖାଯାଉଛି। ବିମାନବନ୍ଦରରୁ ତାଙ୍କୁ ନେବା ପାଇଁ ଏକ କମ୍ପାନୀର ମାଲିକ କିମ୍ବା ସିଇଓ ନିଜେ ‘ଅଡି’ କାର୍‌ରେ ଆସୁଥିବା କଥା ସେ କହିଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସ୍ପଷ୍ଟ କରିନଥିଲେ। ସର୍କିଟ୍ ହାଉସ୍ ପରିସରକୁ ଦେଖାଇ ଅଭିନେତ୍ରୀ ଜଣକ କହିଥିଲେ ଯେ, “ମୁଁ ପୂର୍ବରୁ ସରକାରୀ ଚାକିରିରେ ଥିଲି, ମାତ୍ର କେବେ ଏପରି ସ୍ୱତନ୍ତ୍ର ଆତିଥେୟତା ପାଇନଥିଲି। ଏଠାରେ କେବଳ ଉଚ୍ଚପଦସ୍ଥ ଅଧିକାରୀମାନେ ରହୁଥିବାରୁ ମୋତେ ନିମନ୍ତ୍ରଣ କରିଥିବା ବ୍ୟକ୍ତିମାନେ କୌଣସି ସାଧାରଣ ଲୋକ ନୁହନ୍ତି। ମୋର ଏସପି ଏବଂ ତାଙ୍କ ପୁଅଙ୍କ ସହ ବୈଠକ ରହିଛି।” ତେବେ ସେ ନିଜର ଏହି ଗସ୍ତକୁ ଜୀବନର ସବୁଠାରୁ ବଡ଼ ପ୍ରକଳ୍ପ ବୋଲି ଦାବି କରିଥିଲେ, ଯାହାର ସତ୍ୟାସତ୍ୟ ପୁଲିସ ତଦନ୍ତ କରୁଛି।

ଉଦ୍‌ଘାଟନ ହେବାର ବର୍ଷେ ବି ପୂରିନଥିବା ଏହି ପାନପୋଷ ସର୍କିଟ୍ ହାଉସଟି ଗୋଟିଏ ପରେ ଗୋଟିଏ ବିବାଦ ଘେରରେ ରହିଆସିଛି। ଗତ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହା ଉଦ୍‌ଘାଟିତ ହୋଇଥିଲା। ମାତ୍ର ପ୍ରାୟ ମାସେ ତଳେ ଏହି ସରକାରୀ ସର୍କିଟ୍ ହାଉସ୍ ପରିସରରୁ ଅସ୍ତ୍ରଶସ୍ତ୍ର ଜବତ ହେବା ସହ ୭ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏହି ଘଟଣାରେ କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧି ତଥା ଯୁବ ଭାଜପା ନେତା ପ୍ରକାଶ ପାସୱାନଙ୍କୁ ବିହାରରୁ ଗିରଫ କରାଯିବା ପରେ ଦଳରୁ ନିଲମ୍ବିତ କରାଯାଇଥିଲା।

ନିୟମ ଅନୁସାରେ, କେବଳ ବରିଷ୍ଠ ସରକାରୀ ଅଧିକାରୀ, ମନ୍ତ୍ରୀ, ବିଧାୟକ, ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅନୁମତି କ୍ରମେ ସର୍କିଟ୍ ହାଉସରେ ରହିପାରିବେ। ଏହି ଘଟଣା ସମ୍ପର୍କରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ, ସର୍କିଟ୍ ହାଉସରେ କୌଣସି ଫିଲ୍ମ ଷ୍ଟାର୍‌ଙ୍କ ରହଣି ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି କହିଛନ୍ତି।

ଅପରପକ୍ଷରେ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ କହିଛନ୍ତି ଯେ, କେଉଁ ପରିସ୍ଥିତିରେ ଅଭିନେତ୍ରୀଙ୍କୁ ସର୍କିଟ୍ ହାଉସରେ ରହିବାକୁ ଅନୁମତି ମିଳିଲା ଏବଂ ବୁକିଂ ନିୟମାବଳୀ ପାଳନ ହୋଇଥିଲା କି ନାହିଁ, ସେ ନେଇ କିଛି ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଆନୁଷ୍ଠାନିକ ମାମଲା ରୁଜୁ ହୋଇନାହିଁ। ବୁକିଂ ପ୍ରୋଟୋକଲ୍, ଗତ କିଛି ମାସର ରେକର୍ଡ ଏବଂ ସମ୍ପୃକ୍ତ ଦିନର ବୁକିଂ ସମ୍ପର୍କରେ ପୁଲିସ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିସ୍ତୃତ ରିପୋର୍ଟ ମାଗିଛି।

ଆଡଲ୍ଟ ଷ୍ଟାର୍‌ ରାଉରକେଲା
Share. Facebook Twitter LinkedIn Email WhatsApp Copy Link

Related Posts

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026

ବ୍ରିକ୍ସ ସମ୍ମିଳନୀର ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବ୍ରହ୍ମପୁର ସାଂସଦ

September 13, 2026
Latest News

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026

Zomatoରୁ ଅର୍ଡର କରିବା ପୂର୍ବରୁ ସାବଧାନ! CoD ବାଛିଲେ ଦେବାକୁ ପଡ଼ିପାରେ ଅଧିକ ଟଙ୍କା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.