Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି
ବିଶେଷ ଖବର

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Technical committee formed for the treatment and safety of orangutan infants.
Technical committee formed for the treatment and safety of orangutan infants.

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ବଡ଼ପାହି ଜଙ୍ଗଲରୁ ଉଦ୍ଧାର କରାଯାଇ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ଟି ଓରାଙ୍ଗଉଟାନ ଶିଶୁଙ୍କ ଉଚିତ ଯତ୍ନ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଦେଖାଶୁଣା ପାଇଁ ଏକ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ପିସିସିଏଫଙ୍କ ଦ୍ୱାରା ଏହି ସ୍ୱତନ୍ତ୍ର କମିଟି ଗଠିତ ହୋଇଛି।

ଏହି ୫ ଜଣିଆ ବୈଷୟିକ କମିଟିରେ କର୍ଣ୍ଣାଟକର ମହିଶୂରସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ, ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି, ଭୁବନେଶ୍ୱରସ୍ଥିତ ଓୟୁଏଟିର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍‌ଥର ପ୍ରୋଜେକ୍ଟ କୋଅର୍ଡିନେଟର, ନୂଆଦିଲ୍ଲୀସ୍ଥିତ ଜାତୀୟ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ଜଣେ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ନନ୍ଦନକାନନର ନିର୍ଦ୍ଦେଶକ ସଦସ୍ୟ ଭାବେ ରହିଛନ୍ତି। ନନ୍ଦନକାନନର ନିର୍ଦ୍ଦେଶକ ଏହି କମିଟିର ଆବାହକ ଦାୟିତ୍ୱ ନିର୍ବାହ କରିବେ।

ଉଦ୍ଧାର ହୋଇଥିବା ୫ଟି ଯାକ ଓରାଙ୍ଗଉଟାନଙ୍କ ଉଚିତ ସ୍ୱାସ୍ଥ୍ୟସେବା, ଖାଦ୍ୟପେୟ ଓ ସୁରକ୍ଷିତ ରହିବା ନେଇ ଏହି ବୈଷୟିକ କମିଟି ନିୟମିତ ପରାମର୍ଶ ଦେବ ବୋଲି ପିସିସିଏଫ୍‌ଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି କାର୍ଯ୍ୟ ପାଇଁ କମିଟି ପ୍ରୟୋଜନ ଅନୁସାରେ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସ୍ତରର କୌଣସି ବିଶେଷଜ୍ଞ ବ୍ୟକ୍ତି କିମ୍ବା ବନ୍ୟପ୍ରାଣୀ ସଂଗଠନର ପରାମର୍ଶ ମଧ୍ୟ ନେଇପାରିବେ। ପ୍ରାରମ୍ଭିକ ଭାବେ ୬ ମାସ ପାଇଁ ଏହି କମିଟି ଗଠନ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳକୁ ଆଗକୁ ବୃଦ୍ଧି କରାଯିବ।

ଅନ୍ୟପକ୍ଷରେ, ଦେଶରେ କାଚାପାଚା ମିଳୁନଥିବା ଏହି ବିରଳ ୫ଟି ଓରାଙ୍ଗଉଟାନ ବିଚିତ୍ରପୁର ବଡ଼ପାହି ଜଙ୍ଗଲକୁ କେମିତି ଓ କାହା ମାଧ୍ୟମରେ ଆସିଲେ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବିଦେଶରୁ ବେଆଇନ ବନ୍ୟପ୍ରାଣୀ ଚାଲାଣକାରୀ ଦଳ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣାର ଗହନ ତଦନ୍ତ କରୁଥିବା ଏସଟିଏଫ୍ ଟିମ୍ ଦୀଘାର ଜଣେ ହୋଟେଲ ମାଲିକ ଓ ତାଙ୍କ ପୁଅଙ୍କୁ ସନ୍ଦେହ ଘେରରେ ରଖି ଖୋଜାଖୋଜି ଜାରି ରଖିଛି। ଘଟଣା ସାମ୍ନାକୁ ଆସିବା ପରଠାରୁ ସେମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ଓ ଏସଟିଏଫ୍ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।

ଓରାଙ୍ଗଉଟାନ ନନ୍ଦନକାନନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026

ଅପମିଶ୍ରିତ ଫଳ ବିକ୍ରି ଉପରେ ସିଏମ୍‌ସିର ଚଢାଉ: ବିଭିନ୍ନ ଦୋକାନରେ ଯାଞ୍ଚ ଜାରି

September 13, 2026
Latest News

ଓରାଙ୍ଗଉଟାନ ଶିଶୁଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ଗଠିତ ହେଲା ବୈଷୟିକ କମିଟି

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026

ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 13, 2026

ହୋମଗାର୍ଡଙ୍କୁ ବର୍ବର ଆକ୍ରମଣ: ୨ ମୁଖ୍ୟ ଅଭିଯୁକ୍ତଙ୍କ ସହ ୬ ଗିରଫ

September 13, 2026

ଦେବୀ ମୁହାଣରୁ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ : ନାଁ ରଖାଗଲା ‘ଡେଲ୍ଟାକିଅନ୍‌ ରେଭେନ୍ସା’

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.