Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମାନ୍ୟ ବିବାଦରୁ ବୋମାମାଡ଼
ଆଜିର ଖବର

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଧୀରେଧୀରେ ଉଗ୍ର ରୂପ ନେଇ ଶେଷରେ ବୋମାମାଡ଼ରେ ପହଞ୍ଚିଛି। ବ୍ରହ୍ମପୁର ସହର ଉପକଣ୍ଠ ତଥା ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ଗ୍ରାମର ଦାସସାହିରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଖଣ୍ଡା ବୁଲିବା ସହ ବୋମା ବିସ୍ଫୋରଣ ହୋଇଛି। ଘଟଣାକୁ ନେଇ ସାହିରେ ଭୟ ଓ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ରହିଥିଲା। ଏହାକୁ କେନ୍ଦ୍ର କରି ଆଜି ଅପରାହ୍ଣରେ ପୁଣିଥରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏଥିରେ ଖଣ୍ଡା ଆକ୍ରମଣରେ ସନିଆ ଦାସ ନାମକ ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି।

ସନିଆ ଦାସ ଆହତ ହେବା ପରେ ପ୍ରତିପକ୍ଷ ଗୋଷ୍ଠୀ ଉତ୍ତେଜିତ ହୋଇପଡ଼ିଥିଲେ। ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବ୍ରହ୍ମପୁର ସହରରୁ କିଛି ଯୁବକଙ୍କୁ ଡକାଯାଇଥିବା ଅଭିଯୋଗ ହୋଇଛି।

ପ୍ରାୟ ୨୦ଟି ବାଇକ୍‌ରେ ୨୫ରୁ ୩୦ ଜଣ ଯୁବକ ଦାସସାହିରେ ପହଞ୍ଚିଥିଲେ। ସାହିମୁହଁରେ ଅତର୍କିତ ଭାବେ ବୋମାମାଡ଼ କରି ସେମାନେ ଆତଙ୍କ ସୃଷ୍ଟି କରିଥିବା ଜଣାପଡ଼ିଛି।

ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ବାଇକ୍‌ ଯୋଗେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ତେବେ ସାହିବାସିନ୍ଦାମାନେ ସେମାନଙ୍କ ପିଛା କରି ଦୁଇଜଣଙ୍କୁ କାବୁ କରିଥିବା ସୂଚନା ମିଳିଛି।

ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୋମାମାଡ଼ ପଛରେ କେଉଁମାନେ ଥିଲେ ଏବଂ ପୂର୍ବ ଶତ୍ରୁତାର ପ୍ରକୃତ କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି।

ବୋମାମାଡ଼ ସାମାନ୍ୟ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026
Latest News

ସାମାନ୍ୟ ବିବାଦରୁ ବୋମାମାଡ଼

September 15, 2026

୧୭ ଯାଏଁ ବର୍ଷା ଚେତାବନୀ: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 14, 2026

ବାଣପୁର: ଭଲ ଅମଳ ପାଇଁ ମା’ଙ୍କ ନିକଟରୁ ଆଜ୍ଞାମାଳ ଗ୍ରହଣ କଲେ ଶତାଧିକ କୃଷକ

September 14, 2026

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026

 ହିନ୍ଦୀ ଦିବସ ୨୦୨୬ ଓ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀକୁ ସମ୍ୱୋଧିତ କଲେ ଗୃହମନ୍ତ୍ରୀ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.