Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !
ଅନ୍ତରାଷ୍ଟ୍ରୀୟ

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !
ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

ୱାଶିଂଟନ୍‌: ମହାକାଶର ସାମରିକୀକରଣକୁ ନେଇ ବିଶ୍ୱ ରାଜନୀତିରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଆମେରିକା ପ୍ରଥମଥର ପାଇଁ ମହାକାଶରେ ନିଜ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା ସାର୍ବଜନୀନ ଭାବେ ସ୍ୱୀକାର କରିଛି। ଆମେରିକାର “ୟୁଏସ୍ ସ୍ପେସ୍ ଫୋର୍ସ’ ପ୍ରଥମ ଥର ପାଇଁ ନିଜର ଆକ୍ରମଣାତ୍ମକ କ୍ଷମତାକୁ ସ୍ୱୀକାର କରି କହିଛି ଯେ ଆମେରିକୀୟ ସେନାକୁ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏହି “ଅନ୍‌-ଅରବିଟ୍‌’ (କକ୍ଷପଥରେ ଥିବା) ଅସ୍ତ୍ର’ ପ୍ରକ୍ରିୟା ଅତ୍ୟନ୍ତ ଜରୁରି ଥିଲା। ରିପୋର୍ଟ ଅନୁଯାୟୀ, ସ୍ପେଶ୍ ବେସ୍‌ଡ୍ ଇଣ୍ଟରସେପ୍ଟରକାର୍ଯ୍ୟକ୍ରମ ଏହି ଯୋଜନାର ଏକ ମୁଖ୍ୟ ଅଂଶ। ଏହାର ଲକ୍ଷ୍ୟ ହେଉଛି ମହାକାଶରୁ ମିସାଇଲ୍ ବିପଦକୁ ପ୍ରତିରୋଧ କରିବାର କ୍ଷମତା ବିକଶିତ କରିବା।
ମେରୀଲ୍ୟାଣ୍ଡର ନାସନାଲ୍ ହାର୍ବରଠାରେ ଆୟୋଜିତ ବାର୍ଷିକ “ଏୟାର, ସ୍ପେସ, ଏବଂ ସାଇବର କନଫରେନ୍ସ’ରେ ଯୋଗଦେବା ଅବସରରେ ଆମେରିକା ବାୟୁସେନା ସଚିବ ଟ୍ରୋୟ ମେଙ୍କ୍ ମଧ୍ୟ ଏପରି କିଛି ସୂଚନା ଦେଇଛନ୍ତି। ସେ ପରୋକ୍ଷରେ ରୁଷ୍ ଏବଂ ଚୀନ୍‌କୁ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି, ଦିନକୁ ଦିନ ପରିସ୍ଥିତି ବଦଳୁଥିବା ବେଳେ ଆମେରିକା ପାଇଁ ଶତ୍ରୁ ଦେଶଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସେହିପରି କିଛି ଦେଶ ସଦାସର୍ବଦା ଆମେରିକାକୁ କ୍ଷତି ପହଞ୍ଚାଇବା ସୁଯୋଗ ଅପେକ୍ଷାରେ ରହିଛନ୍ତି। ତେବେ ସେମାନଙ୍କ ଏହି ଆକାଂକ୍ଷାକୁ କଦାପି ସାକାର ହେବାକୁ ଦିଆଯିବ ନାହିଁ। ତେବେ ମେଙ୍କ୍ ଯଦିଓ ମହାକାଶରେ କେଉଁ ପ୍ରକାରର ଆମେରିକୀୟ ଅସ୍ତ୍ର ରହିଛି, ଅସ୍ତ୍ରଗୁଡ଼ିକର ବାସ୍ତବିକ ସଂଖ୍ୟା, ପ୍ରକୃତି, କାର୍ଯ୍ୟପ୍ରଣାଳୀ କିମ୍ବା କେବେ ଠାରୁ ମୁତୟନ କରାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି, କିନ୍ତୁ “କ୍ରମାଗତ ବୃଦ୍ଧି ପାଉଥିବା ବିପଦ’ ବିରୋଧରେ “ମହାକାଶ ନିୟନ୍ତ୍ରଣ’ ପାଇଁ ନିୟୋଜିତ ଥିବା ଅନ୍ ଅରବିଟ୍ ଅସ୍ତ୍ରକୁ ଆମେରିକା ବ୍ୟବହାର କରିବ ବୋଲି ସେ ସଙ୍କେତ ଦେଇଛନ୍ତି। ଆମେରିକା ମହାକାଶ ଆଧାରିତ ମିସାଇଲ୍ ଚିହ୍ନଟ ଓ ପ୍ରତିରୋଧ ବ୍ୟବସ୍ଥା ବିକଶିତ କରିବା ଉପରେ ଜୋର ଦେଉଛି ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି। ଆମେରିକାର ସ୍ପେଶ୍ ଫୋର୍ସ ବା ମହାକାଶବାହିନୀ କହିଛି ଯେ “ସ୍ପେଶ୍ କଣ୍ଟ୍ରୋଲ୍‌” ମିଶନ୍‌ରେ ଶତ୍ରୁପକ୍ଷର ମହାକାଶୀୟ କ୍ଷମତାକୁ ପ୍ରଭାବିତ କରିବା ପାଇଁ କାଇନେଟିକ୍ ଏବଂ ନନ୍‌କାଇନେଟିକ୍ ଉପାୟ ବ୍ୟବହାର ହୋଇପାରେ। ଏଗୁଡ଼ିକ ପ୍ରତିରକ୍ଷାତ୍ମକ ଓ ଆକ୍ରମଣାତ୍ମକ କିମ୍ବା ଉଭୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରେ।
ଆମେରିକାର ମହାକାଶ ସୁରକ୍ଷା ରଣନୀତିରେ ଚୀନ୍ ଓ ରୁଷ୍ ଦୁଇଟି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦେଶ ମହାକାଶ ଏବଂ ‘କାଉଣ୍ଟର ସ୍ପେଶ କାପାବିଲିଟିଜ୍‌’ ବିକଶିତ କରୁଥିବାରୁ ଆମେରିକା ଚିନ୍ତିତ। ଆମେରିକୀୟ ଅଧିକାରୀମାନଙ୍କ ମତରେ ଆଧୁନିକ ଯୁଦ୍ଧରେ ଉପଗ୍ରହଗୁଡ଼ିକର ଗୁରୁତ୍ୱ ବହୁତ ବଢ଼ିଛି। ସାମରିକ ଯୋଗାଯୋଗ, ନାଭିଗେସନ୍‌, ନିରୀକ୍ଷଣ ଓ ଗୁଇନ୍ଦା ତଥ୍ୟ ପାଇଁ ଉପଗ୍ରହ ଉପରେ ଦେଶଗୁଡ଼ିକର ନିର୍ଭରଶୀଳତା ରହିଛି। ଅନ୍ୟପକ୍ଷେ ଆମେରିକାର ଏହି ଘୋଷଣା ପରେ ଚୀନ୍ ମହାକାଶକୁ ଅସ୍ତ୍ର ପ୍ରତିଯୋଗିତା ଓ ଯୁଦ୍ଧକ୍ଷେତ୍ରରେ ପରିଣତ ନକରିବାକୁ ଆହ୍ୱାନ କରିଛି। ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ମହାକାଶରେ ସାମରିକ ନିର୍ମାଣ ବୃଦ୍ଧି ନକରିବା ଏବଂ ବିଶ୍ୱର ରଣନୈତିକ ସ୍ଥିରତା ରକ୍ଷା କରିବାକୁ କହିଛି। ସେହିପରି ରୁଷ୍ ମଧ୍ୟ ମହାକାଶରେ ଅସ୍ତ୍ର ମୁତୟନକୁ ବିରୋଧ କରୁଛି। ରୁଷ୍ ପକ୍ଷରୁ ମହାକାଶକୁ ଅସ୍ତ୍ରମୁକ୍ତ ରଖିବା ଏବଂ ଏହାର ସମ୍ପୂର୍ଣ୍ଣ ସାମରିକୀକରଣ ବନ୍ଦ କରିବା ଦାବି କରାଯାଇଛି। ତେଣୁ ଆମେରିକାର ଏହି ଘୋଷଣାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ମହାକାଶରେ ଅସ୍ତ୍ର ପ୍ରତିଯୋଗିତା ବଢ଼ିବାର ଆଶଙ୍କା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା, ଚୀନ୍ ଓ ରୁଷ୍ ମଧ୍ୟରେ ମହାକାଶୀୟ କ୍ଷମତା ବୃଦ୍ଧିର ପ୍ରତିଯୋଗିତା ଆଗାମୀ ଦିନରେ ଆହୁରି ତୀବ୍ର ହୋଇପାରେ। ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ଯେ ଏପରି ପ୍ରତିଯୋଗିତା ଯଦି ନିୟନ୍ତ୍ରଣରୁ ବାହାରିଯାଏ, ତେବେ ଉପଗ୍ରହ, ଯୋଗାଯୋଗ, ନାଭିଗେସନ୍ ଓ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ।
ସୂଚନାଯୋଗ୍ୟ, ମହାକାଶକୁ ସାମରିକ ଯୁଦ୍ଧକ୍ଷେତ୍ରରେ ପରିଣତ ହେବାରୁ ରୋକିବା ପାଇଁ ୧୯୬୭ରେ “ଆଉଟର ସ୍ପେଶ୍ ଟ୍ରିଟି” ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମହାକାଶର କକ୍ଷପଥରେ ‘ପରମାଣୁ ଅସ୍ତ୍ର ଓ ଅନ୍ୟାନ୍ୟ ୱିପନ୍ସ ଅଫ୍ ମାସ୍ ଡେଷ୍ଟ୍ରକ୍‌ସନ୍‌’ ମୁତୟନକୁ ନିଷେଧ କରେ। କିନ୍ତୁ ଚୁକ୍ତିରେ ପାରମ୍ପରିକ ଅସ୍ତ୍ରର ସମସ୍ତ ପ୍ରକାରର କକ୍ଷପଥୀୟ ମୁତୟନ ଉପରେ ସାଧାରଣ ନିଷେଧ ନାହିଁ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମହାକାଶ ଅସ୍ତ୍ର ୱାଶିଂଟନ୍
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ଗ୍ରାହମ ଷ୍ଟେନ୍ସ ମାମଲା: ଦାରା ସିଂଙ୍କ ଆଗୁଆ ମୁକ୍ତି ଆବେଦନ ଖାରଜ

September 15, 2026
Latest News

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026

ବାଣପୁର: ଓଡ଼ିଶାରେ ଗାଣପତ୍ୟ ଉପାସନା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.