ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଖେଳାଳି ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ସାଂସଦ ପ୍ରିୟା ସରୋଜଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଡିସେମ୍ବର ୪ ତାରିଖରେ ଲକ୍ଷ୍ନୌସ୍ଥିତ ‘ରମାଡା’ ହୋଟେଲ୍ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବିବାହ ତାରିଖ ଧାର୍ଯ୍ୟ ହେବା ପରେ ଏବେ ଉଭୟ ପରିବାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହି ହାଇପ୍ରୋଫାଇଲ୍ ବିବାହ ଉତ୍ସବରେ ପରିବାର ବର୍ଗ, ଆତ୍ମୀୟ ସ୍ବଜନଙ୍କ ସମେତ ଅନେକ ବିଶିଷ୍ଟ ଅତିଥି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରିଙ୍କୁ ସିଂହ ଭାରତୀୟ କ୍ରିକେଟ୍ ଟିମ୍ର ଜଣେ ଜଣାଶୁଣା ଖେଳାଳି ହୋଇଥିବା ବେଳେ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ମଝଲୀସହର ଆସନରୁ ସମାଜବାଦୀ ପାର୍ଟିର ସାଂସଦ ଅଛନ୍ତି। ପୂର୍ବରୁ ୨୦୨୫ ଜୁନ୍ ୮ ତାରିଖରେ ଲକ୍ଷ୍ନୌର ‘ଦ ସେଣ୍ଟ୍ରମ୍’ ହୋଟେଲ୍ରେ ଉଭୟଙ୍କ ମୁଦି ପିନ୍ଧା (ରିଙ୍ଗ୍ ସେରେମନି) ଉତ୍ସବ ଅନୁଷ୍ଠିତ ହୋଇଥିଲା।


