Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌
ଜୀବନ ଶୈଳୀ

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

ସମ୍ପ୍ରତି କୌଣସି ୱେବ୍‌ସାଇଟ୍ ବା ଅନ୍‌ଲାଇନ୍ ଆକାଉଣ୍ଟ୍ ହ୍ୟାକ୍ ହେବା ସାଧାରଣ ଘଟଣା ହୋଇଗଲାଣି। ଏବେ ବ୍ଲୁଟୁଥ୍ ହ୍ୟାକ୍ ହେବା ଘଟଣା ନଜରକୁ ଆସିଛି। ସ୍ମାର୍ଟଫୋନଠୁ ଆରମ୍ଭ କରି ସ୍ମାର୍ଟ ସ୍ପିକର ଏବଂ ସ୍ମାର୍ଟୱାଚ୍ ପର୍ଯ୍ୟନ୍ତ ସବୁ ଡିଭାଇସ୍‌ରୁ ବ୍ଲୁଟୁଥର ସପୋର୍ଟ ମିଳିଥାଏ। ଏପରି ଅନେକ ଡିଭାଇସ୍ ରହିଛି ଯାହା ବ୍ଲୁଟୁଥ୍ ସପୋର୍ଟ ସହ କାମ କରୁଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବ୍ଲୁଟୁଥ ଜରିଆରେ କଥାବାର୍ତ୍ତା କରିବା ଏବଂ ଡାଟା ସେୟାର କରିବା କୌଣସି ବିପଦଠୁ କମ୍ ନୁହେଁ। ବ୍ଲୁଟୁଥ୍ ଡିଭାଇସ୍ ହ୍ୟାକରଙ୍କ ଟାର୍ଗେଟରେ ରହିଛି ଏବଂ ଏହା ଜରିଆରେ ଆପଣଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ। ନିକଟରେ ଲଣ୍ଡନରେ ହୋଇଥିବା କମ୍ପ୍ୟୁଟର ଆଣ୍ଡ କମ୍ୟୁନିକସେନ ସିକ୍ୟୁରିଟିର କନଫରେନ୍ସରେ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦାବି କରାଯାଇଛି ଯେ ବ୍ଲୁଟୁଥ ଡିଭାଇସ ହ୍ୟାକ୍ ହେବାର ଆଶଙ୍କା ରହିଛି।

ରିପୋର୍ଟ ମୁତାବକ ଲୋ ଏନର୍ଜି ବ୍ଲୁଟୁଥ ଡିଭାଇସ୍ ଡିଭାଇସରେ ହ୍ୟାକିଙ୍ଗର ଆଶଙ୍କା ଅଧିକ ରହିଛି। ରିପୋର୍ଟରେ କୁହାଯାଇଛି ଯେ ବ୍ଲୁଟୁଥ ଡିଭାଇସକୁ ଯେତେବେଳେ ଅନ୍ୟ ବ୍ଲୁଟୁଥ ଡିଭାଇସ୍ ସହ ପେୟାର କରାଯାଇଥାଏ ସେହି ସମୟରେ ହ୍ୟାକିଙ୍ଗର ସବୁଠୁ ଅଧିକ ବିପଦ ଆଶଙ୍କା ରହିଥାଏ। ଅଧ୍ୟୟନ ମୁତାବକ ଫିଟନେସ୍ ଟ୍ରେକର, ସ୍ମାର୍ଟ ସ୍ପିକର,ସ୍ମାର୍ଟୱାଚ୍ ହ୍ୟାକିଙ୍ଗ ପାଇଁ ଅତ୍ୟନ୍ତ ସହଜ ମାଧ୍ୟମ ଅଟେ। ଯେତେବେଳେ ଆପଣ ନିଜ ଡିଭାଇସକୁ ଅନ୍ୟ କୌଣସି ବ୍ଲୁଟୁଥ ଡିଭାଇସ୍ କିମ୍ବା ଆପ୍ ସହ କନେକ୍ଟ କରିଥାଆନ୍ତି ସେତେବେଳେ ଦୁଇଟି ମଧ୍ୟରେ ଯେଉଁ କମ୍ୟୁନିକସେନ୍ ହୋଇଥାଏ ଏହାକୁ ୟୁୟୁଆଇଡି ଅର୍ଥାତ୍ ୟୁନିଭର୍ସାଲି ୟୁନିକ୍ ଆଇଡେଣ୍ଟିଫାୟର କୁହାଯାଏ। ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନରେ ଥିବା ଆପକୁ ବ୍ଲୁଟୁଥ୍ ଡିଭାଇସକୁ କନେକ୍ଟ କରିଥାଏ,କିନ୍ତୁ ଏହି ଆଇଡେଣ୍ଟିଫାୟର ଆପଣଙ୍କ ଫୋନକୁ ହ୍ୟାକ୍ ମଧ୍ୟ କରିଥାଏ।

ବ୍ଲୁଟୁଥ୍ ସୁରକ୍ଷା ସାଇବର ହ୍ୟାକିଂ ସାବଧାନ
Share. Facebook Twitter LinkedIn Email WhatsApp Copy Link

Related Posts

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ସେପ୍ଟେମ୍ବର ୧୮ ତାରିଖ ଶୁକ୍ରବାରରେ ସାତୋଟି ରାଶି ପାଇଁ ରହିଛି ଭଲ ଖବର, ଜାଣନ୍ତୁ ରାଶିଫଳ

September 18, 2026

UPI ସହ ଲିଙ୍କ୍ କ୍ରେଡିଟ୍ କାର୍ଡରେ MDR ଲାଗିବ କି? ଜାଣନ୍ତୁ କଣ କହୁଛି ନୂଆ ନିୟମ

September 16, 2026

ପରିବାର ସହ Bali Trip ପ୍ଲାନ୍‌ କରୁଛନ୍ତି କି? IRCTCର ଏହି ପ୍ୟାକେଜ୍‌ ଥରେ ଦେଖନ୍ତୁ

September 16, 2026
Latest News

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.