Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ
ବିଶେଷ ଖବର

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର ଅନ୍ୟତମ ବୃହତ୍ତମ ଶିଳ୍ପଗୋଷ୍ଠୀ ‘ଟାଟା ଗ୍ରୁପ୍‌’ର ଶୀର୍ଷ ନେତୃତ୍ୱକୁ ନେଇ ଚାଲିଥିବା ଅନିଶ୍ଚିତତା ଏବଂ କଳ୍ପନାଜଳ୍ପନାରେ ଅନ୍ତ ଘଟିଛି। ଟାଟା ସନ୍ସ ବୋର୍ଡ ଏନ୍. ଚନ୍ଦ୍ରଶେଖରନ୍‌ଙ୍କୁ ପୁନର୍ବାର ଏକଜିକ୍ୟୁଟିଭ ଚେୟାରମ୍ୟାନ ଭାବେ ଆଗାମୀ ୫ ବର୍ଷ ପାଇଁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି।

ଗତ ମାସରେ ଚନ୍ଦ୍ରଶେଖରନ୍ ଆଉ ଏକ କାର୍ଯ୍ୟକାଳ ପାଇଁ ଆଗ୍ରହୀ ନଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ବୋର୍ଡର ଏହି ନୂତନ ଅନୁମୋଦନ ପରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ସହ ଗ୍ରୁପ୍‌ର ଆଗାମୀ ଦିଗ ନିର୍ଦ୍ଧାରଣ ସ୍ପଷ୍ଟ ହୋଇଛି। ଚନ୍ଦ୍ରଶେଖରନ୍‌ଙ୍କ ବର୍ତ୍ତମାନର କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରୀରେ ଶେଷ ହେବାର ଥିବା ବେଳେ, ନୂଆ ନିଷ୍ପତ୍ତି କ୍ରମେ ସେ ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସଂସ୍ଥାର ଶୀର୍ଷ ପଦବୀରେ ରହିବେ। ୨୦୧୭ରେ ସେ ପ୍ରଥମ ଥର ପାଇଁ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ୍‌)ର ସିଇଓ ଏବଂ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ୨୦୨୨ରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ୫ ବର୍ଷର କାର୍ଯ୍ୟକାଳ ମିଳିଥିଲା। ତାଙ୍କ ନେତୃତ୍ୱକାଳ ମଧ୍ୟରେ ଟାଟା ଗ୍ରୁପ୍ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ବ୍ୟାଟେରୀ ଓ ଡିଜିଟାଲ୍ ବ୍ୟବସାୟ ଭଳି ଭବିଷ୍ୟତ ଭିତ୍ତିକ ସେକ୍ଟରରେ ବୃହତ୍ ପୁଞ୍ଜିନିବେଶ କରିଛି। ଐତିହାସିକ ଏୟାର ଇଣ୍ଡିଆକୁ ପୁନର୍ବାର ଟାଟା ଗ୍ରୁପ୍ ଅଧୀନକୁ ଆଣିବା ଏବଂ ଏହାର କାୟାକଳ୍ପ କରିବା ତାଙ୍କ କାର୍ଯ୍ୟକାଳର ସବୁଠାରୁ ବଡ଼ ସଫଳତା ଭାବେ ଗ୍ରହଣ କରାଯାଏ।

ଟାଟା ସନ୍ସରେ ‘ଟାଟା ଟ୍ରଷ୍ଟସ’ର ପ୍ରାୟ ୬୬ ପ୍ରତିଶତ ଅଂଶଧନ ରହିଛି। ସେଥିପାଇଁ ଶୀର୍ଷ ପରିଚାଳନା ଓ ଚେୟାରମ୍ୟାନ୍ ଚୟନ ପ୍ରକ୍ରିୟାରେ ବୃହତ୍ତମ ଅଂଶଧାରୀ ଭାବେ ଟାଟା ଟ୍ରଷ୍ଟସର ସମ୍ମତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ। ବୋର୍ଡର ଏହି ନୂତନ ସବୁଜ ସଙ୍କେତ ପରେ ଟାଟା ଗ୍ରୁପର ବିକାଶ ଧାରା ଆହୁରି ଦ୍ରୁତ ହେବ ବୋଲି ଆଶା କରାଯାଉଛି।

ଏନ୍ଚ ନ୍ଦ୍ରଶେଖରନ୍ ଟାଟା ଗ୍ରୁପ ଟାଟା ସନସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026

UPI ଚାର୍ଜକୁ ନେଇ ମାୟାବତୀଙ୍କ ଅସନ୍ତୋଷ, ସରକାରଙ୍କୁ କଲେ ଏହି ପ୍ରଶ୍ନ

September 18, 2026
Latest News

ଟାଟା ସନ୍ସ ବୋର୍ଡର ନିଷ୍ପତ୍ତି : ଆଉ ୫ ବର୍ଷ ପାଇଁ ଟାଟା ଗ୍ରୁପର ମଙ୍ଗ ଧରିବେ ଏନ୍. ଚନ୍ଦ୍ରଶେଖରନ

September 18, 2026

ସାବଧାନତାର ସହ ବ୍ୟବହାର କରନ୍ତୁ ବ୍ଲୁଟୁଥ୍ ନଚେତ୍‌ ହ୍ୟାକ୍ ହୋଇପାରେ ବ୍ଲୁଟୁଥ୍ ଡିଭାଇସ୍‌

September 18, 2026

ସର୍ବାଧିକ ରନ ବ୍ୟବଧାନରେ ବିଜୟ ପାଇଁ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ

September 18, 2026

କମ୍ ସୁଧରେ ପର୍ସନାଲ ଲୋନ୍! ସେପ୍ଟେମ୍ବରରେ କେଉଁ ବ୍ୟାଙ୍କର ରେଟ୍ କେତେ?

September 18, 2026

ଟ୍ୱିନ୍ ସିଟିରେ ବଢ଼ୁଛି ନଦୀକୁ ଡେଇଁ ଆତ୍ମହତ୍ୟା: ୫ ବର୍ଷରେ ଅକାଳରେ ଗଲାଣି ୫୫ ଜୀବନ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.