Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ

September 19, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
RPF ECoR Intensifies Drive Against Drug Trafficking Under Operation NARCOS
RPF ECoR Intensifies Drive Against Drug Trafficking Under Operation NARCOS

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) “ଅପରେସନ ନାର୍କୋସ୍” ଅଧୀନରେ ରେଳପଥ ମାଧ୍ୟମରେ ନିଶାଦ୍ରବ୍ୟ ଓ ସାଇକୋଟ୍ରୋପିକ୍ ଦ୍ରବ୍ୟର ବେଆଇନ ଚାଲାଣ ବିରୋଧରେ ଗୁଇନ୍ଦା ସୂଚନା ଆଧାରିତ ଅଭିଯାନକୁ ତୀବ୍ର କରିଛି। ଏହା “ନଶା ମୁକ୍ତ ଭାରତ” ପ୍ରତି ପୂର୍ବତଟ ରେଳପଥର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି।

ଏହି ଅଭିଯାନର ଅଂଶ ସ୍ୱରୂପ, ପୂର୍ବତଟ ରେଳପଥ ୧୮ ଟି ନୂଆ କୁକୁର ଛୁଆଙ୍କୁ ସାମିଲ କରିଛି, ଯେଉଁଥିରେ ୧୫ ଟି ସ୍ୱତନ୍ତ୍ର ନିଶାଦ୍ରବ୍ୟ ସନ୍ଧାନୀ କୁକୁର ଅଛନ୍ତି। ଏହାଫଳରେ ପୂର୍ବତଟ ରେଳପଥର ସନ୍ଧାନୀ କୁକୁର ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି।। ଏଥିମଧ୍ୟରୁ ୨୦ଟି କୁକୁରକୁ ସ୍ୱତନ୍ତ୍ର ଭାବେ ନିଶାଦ୍ରବ୍ୟ ଚିହ୍ନଟ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏମାନେ ଟ୍ରେନ୍, ପ୍ଲାଟଫର୍ମ, ଲଗେଜ୍, ପାର୍ସଲ୍ ଅଞ୍ଚଳ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ଯାଞ୍ଚ କାର୍ଯ୍ୟରେ ସହାୟତା କରିବେ। ସାମିଲ ହୋଇଥିବା ନୂତନ କୁକୁର ଗୁଡିକର ସ୍ୱତନ୍ତ୍ର ପ୍ରଶିକ୍ଷଣ ୨୫ ଅକ୍ଟୋବର ୨୦୨୬ରୁ ଆରମ୍ଭ ହେବ ଏବଂ ମାର୍ଚ୍ଚ ୨୦୨୭ ସୁଦ୍ଧା ସେମାନେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବେ।

ପୂର୍ବତଟ ରେଳପଥ ରେଳ ସୁରକ୍ଷା ବଳ (ଆରପିଏଫ୍) ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ ସିସିଟିଭି ନିରୀକ୍ଷଣ, ବ୍ୟାଗେଜ୍ ସ୍କାନର୍, ଡ୍ରୋନ୍ ନିରୀକ୍ଷଣ ଓ ଉନ୍ନତ ବିଶ୍ଳେଷଣ ପ୍ରଣାଳୀର ବ୍ୟବହାର କରୁଛି। ଏଥିସହ ଜିଆରପି, ରାଜ୍ୟ ପୁଲିସ ଓ ଅନ୍ୟାନ୍ୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହିତ ସମନ୍ୱୟ ରଖି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଓ ମିଳିତ ଅଭିଯାନ କରୁଛି ।

ଜାନୁଆରୀ ରୁ ଅଗଷ୍ଟ ୨୦୨୬ ମଧ୍ୟରେ, ‘ଅପରେସନ୍ ନାର୍କୋସ୍’ ଅଧୀନରେ ୭୫ ଟି ମାମଲା ଚିହ୍ନଟ କରାଯାଇଛି, ପ୍ରାୟ ୩.୬୦ କୋଟି ଟଙ୍କା ମୂଲ୍ୟର ୧,୦୭୯.୬୪୨ କିଲୋଗ୍ରାମ ଗଞ୍ଜେଇ ଏବଂ ୬୦ ବୋତଲ କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରାଯାଇଛି ଏବଂ ନିଶାଦ୍ରବ୍ୟ କାରବାରରେ ସଂପୃକ୍ତ ୯୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

'ଅପରେସନ ନାର୍କୋସ୍' ଅଭିଯାନ ନଶା ମୁକ୍ତ ଭାରତ ନିଶାଦ୍ରବ୍ୟ ପୂର୍ବତଟ ରେଳପଥ ସାଇକୋଟ୍ରୋପିକ୍ ଦ୍ରବ୍ୟ ସୁରକ୍ଷା ବଳ
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 19, 2026

ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନରେ ‘ଫ୍ରଣ୍ଟରନର୍’ ଭାବେ ଓଡ଼ିଶାର ସଫଳତା

September 19, 2026

ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପରିବାରକୁ ନୋଟିସ ଜାରି କଲେ ନିର୍ବାଚନ କମିଶନ 

September 19, 2026

ଆସୁଛି ବାତ୍ୟା ! ୨୨ରୁ ୨୫ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

September 19, 2026
Latest News

ପୂର୍ବତଟ ରେଳପଥ ଦ୍ୱାରା ‘ଅପରେସନ ନାର୍କୋସ୍’ ଅଭିଯାନ

September 19, 2026

ଭାରତର ଯୁବଶକ୍ତି ‘ବିକଶିତ ଭାରତ’ ଗଠନ ଯାତ୍ରାର କେନ୍ଦ୍ରବିନ୍ଦୁ: ପ୍ରଧାନମନ୍ତ୍ରୀ

September 19, 2026

ପୁରୀସ୍ଥିତ ବ୍ଲୁ ଫ୍ଲାଗ୍ ବିଚ୍ ରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 19, 2026

ବୈଦ୍ୟୁତିକ ଗତିଶୀଳତା ପରିବର୍ତ୍ତନରେ ‘ଫ୍ରଣ୍ଟରନର୍’ ଭାବେ ଓଡ଼ିଶାର ସଫଳତା

September 19, 2026

ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ପରିବାରକୁ ନୋଟିସ ଜାରି କଲେ ନିର୍ବାଚନ କମିଶନ 

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.