ଭୁବନେଶ୍ୱର: ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲା ନଲଖେଡ଼ାସ୍ଥିତ ମା’ ବାଗଲାମୁଖୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଓଡ଼ିଶାର ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷାରେ ରାସ୍ତାରେ ପ୍ରବାହିତ ଜଳସ୍ରୋତ ଅତିକ୍ରମ କରୁଥିବା ବେଳେ କାର୍ଟି ଭାସିଯାଇଥିଲା। ଏଥିରେ ୩ ଶିଶୁ, ୨ ମହିଳା ଓ ୨ ପୁରୁଷଙ୍କ ସମେତ ଗାଡ଼ି ଚାଳକଙ୍କ ମଧ୍ୟ ମୃତ୍ୟୁ ଘଟିଛି।
ଘଟଣାରେ ଶୋକ ପ୍ରକାଶ କରି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତଦେହ ଓଡ଼ିଶା ଆଣିବା ପାଇଁ ‘ଓଡ଼ିଶା ପରିବାର’ ଓ ମଧ୍ୟପ୍ରଦେଶ ପ୍ରଶାସନ ସହ ଯୋଗାଯୋଗ ଜାରି ରହିଛି। ସେହିପରି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମଧ୍ୟ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା ହୋଇଛି।


