ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ସୂପେରିଟେଣ୍ଡେଣ୍ଟ ସୁମତି ତ୍ରୀପାଠୀଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଅବକାରୀ ଇନ୍ସପେକ୍ଟର ଅଜିତ୍ କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ବାଲୁଗାଁ ଭାରପ୍ରାପ୍ତ ଅବକାରୀ ଅଧିକାରୀ ସୌମ୍ୟ ରଞ୍ଜନ ବେହେରା, ଏଏସଆଇ ରାମଚନ୍ଦ୍ର ଜେନା, କନେଷ୍ଟବଳ ରଞ୍ଜିତ୍ ପଟେଲ, ସସ୍ମିତା ସେଠୀ, ସତ୍ୟବନ୍ତ ମାଝୀ, ଜଟଣୀ, ଟାଙ୍ଗୀ, ବାଲୁଗାଁ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ, ବାଣପୁର ତହସିଲଦାର ତଥା ଏକ୍ସକ୍ୟୁଟିଭ ମାଜିଷ୍ଟ୍ରେଟ ହରପ୍ରିୟା ମଲ୍ଲିକଙ୍କ ମିଳିତ ଚଢ଼ାଉ ସମୟରେ ବାଣପୁର ଥାନା ଅନ୍ତର୍ଗତ କରଞ୍ଜପଲ୍ଲି ଜଙ୍ଗଲ ରାସ୍ତାରୁ ଜଣକୁ ଗିରଫ କରାଯାଇଥିବା ବେଳେ ଜଙ୍ଗଲର ଚାରୋଟି ସ୍ଥାନରୁ ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ କରାଯାଇଛି।
କରଞ୍ଜପଲ୍ଲି ଜଙ୍ଗଲ ପୂର୍ବ ଦିଗରୁ ୨୮୦୦ କେ ଜି ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରି ବାଲୁଗାଁ ପି ଆର ନଂ ୧୫୮/୨୦୨୬-୨୭ ରେ କେସ ରୁଜୁ କରାଯାଇ ଅଛି।ଯାହାର ଆନୁମାନିକ ମୂଲ୍ୟ ୧,୯୦,୦୦୦/- ହେବ। ପଶ୍ଚିମ ତରଫରୁ ଚଢ଼ାଉ ସମୟରେ ପୋଚ ୧୮୦୦ କେ ଜି ଓ ଦେଶୀମଦ ୩୬୦ ଲିଟର ଜବତ କରାଯାଇ ବାଲୁଗାଁ ପି ଆର ନଂ ୧୫୯/୨୦୨୬-୨୭ ରେ କେସ ରୁଜୁ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୧,୬୨,୦୦୦/- ହେବ।
ଉତ୍ତର ତରଫରୁ ଚଢ଼ାଉ ସମୟରେ ୩୦୦୦ କେ ଜି ପୋଚ ଓ ୪୨୦ ଲିଟର ଦେଶୀ ମଦ ଜବତ କରାଯାଇଛି। ବାଲୁଗାଁ ପି ଆର ନଂ ୧୬୦/୨୦୨୬-୨୭ରେ କେସ ରୁଜୁ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨,୩୪,୦୦୦/- ହେବ। ଦକ୍ଷିଣ ତରଫ ଚଢ଼ାଉ ସମୟରେ ୨୫୦୦ କେ ଜି ପୋଚ ଓ ୩୫୦ ଲିଟର ଦେଶୀ ମଦ ଜବତ କରାଯାଇଛି।
ବାଲୁଗାଁ ପି ଆର ନଂ ୧୬୧/୨୦୨୬-୨୭ ରେ କେସ ରୁଜୁ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧,୯୫,୦୦୦/- ହେବ। ସେହିଭଳି କଳାପଟା ଜଙ୍ଗଲର ପୂର୍ବ ଦିଗରୁ ଚଢ଼ାଉ ସମୟରେ ୧୫୦୦ କେ ଜି ପୋଚ ଓ ୩୧୦ ଲିଟର ଦେଶୀ ମଦ ଜବତ କରାଯାଇଛି।ବାଲୁଗାଁ ପି ଆର ନଂ ୧୬୨/୨୦୨୬-୨୭ ରେ କେସ ରୁଜୁ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧,୩୭,୦୦୦/- ହେବ। ପଶ୍ଚିମ ତରଫରୁ ଚଢ଼ାଉ ସମୟରେ ୨୭୦୦ କେ ଜି ପୋଚ ଓ ୩୬୦ ଲିଟର ଦେଶୀ ମଦ ଜବତ କରାଯାଇଛି।
ଟାଙ୍ଗୀ ପି ଆର ନଂ ୬୦/୨୦୨୬-୨୭ରେ କେସ ରୁଜୁ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୨,୦୭,୦୦୦/- ହେବ। କଳାପଟା ଜଙ୍ଗଲର ଉତ୍ତର ତରଫରୁ ଚଢ଼ାଉ ସମୟରେ ୧୮୦୦ କେ ଜି ପୋଚ ଓ ୪୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଟାଙ୍ଗୀ ପି ଆର ନଂ ୬୧/୨୦୨୬-୨୭ ରେ କେସ ରୁଜୁ ହୋଇଛି।ଯାହାର ଆନୁମାନିକ ମୂଲ୍ୟ ୧,୭୮,୦୦୦/- ହେବ। ଉପରୋକ୍ତ ସମସ୍ତ କେସ ରେ କେବଳ ପୋଚ ଓ ଦେଶୀ ମଦ ଜବତ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇ ନାହିଁ। କରଞ୍ଜପଲ୍ଲୀ ଗାଁ ରାସ୍ତାରୁ ଚରଣ ଶବର ବ ୨୪ ର୍ଷ ଙ୍କ ଠାରୁ ୪୦ ଲିଟର ଦେଶୀ ମଦ ଜବତ କରି ଗିରଫ କରାଯାଇଚ୍ଛି।ଯାହାର ଆନୁମାନିକ ମୂଲ୍ୟ ୮୦୦୦/- ଟଙ୍କା ହେବ।
ବାଲୁଗାଁ ପି ଆର ନଂ ୧୬୩/୨୦୨୬-୨୭ ରେ କେସ ରୁଜୁ ହୋଇଛି। ନୀଳାଦ୍ରି ପ୍ରସାଦ ରାସ୍ତାରେ କଟୁରୀକଟା ଗ୍ରାମର ସୁମନ୍ତ ଜାନୀ ଓ ରୋହିତ ଜାନୀ ଙ୍କ ଠାରୁ ଯଥାକ୍ରମେ ୧୩.୫ ଲିଟର ଜିଞ୍ଜର ଓ ଗୋଟିଏ ମୋଟର ବାଇକ୍ ଓ ୨୦ ଲିଟର ଦେଶୀ ମଦ ଜବତ କରାଯାଇଛି।ଯାହାର ଆନୁମାନିକ ମୂଲ୍ୟ ୭୭,୪୨୫/- ଟଙ୍କା ଓ ୪୦୦୦/- ଟଙ୍କା ହେବ। ଉଭୟ ଙ୍କୁ ଗିରଫ କରି ବାଲୁଗାଁ ପି ଆର ନଂ ୧୬୪/୨୦୨୬-୨୭ ଓ ୧୬୫/୨୦୨୬-୨୭ ରେ କେସ ରୁଜୁ ହୋଇଛି। ଗିରଫ ତିନିଜଣଙ୍କୁ କୋର୍ଟ ହାଜତକୁ ପଠାଇ ଦିଆଯାଇଛି।


