ଗଞ୍ଜାମ: ଅନ୍ଲାଇନ୍ ବେଟିଂ ଆପ୍ ଜରିଆରେ ଠକେଇ ଅଭିଯୋଗରେ ଗଞ୍ଜାମ ସାଇବର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡର ଶତ୍ରୁଘ୍ନ କୁମାର ପାଣ୍ଡେ ଏବଂ ଛତିଶଗଡ଼ର ଧର୍ମଦାସ ମାଣିକପୁରୀ ଓ ଜଗଦୀଶ ସେଠୀ ଓରଫ ସୂରଜ।
ରମ୍ଭା ଥାନା ଅଧୀନ ଗଜପତିନଗରର ଏକ ଭଡ଼ାଘରେ ଚଢ଼ଉ କରି ପୁଲିସ ଦୁଇଜଣଙ୍କୁ ଧରିଥିଲା। ପରେ ମୋବାଇଲ୍ ନମ୍ବର ଆଧାରରେ ତଦନ୍ତ କରି ଚମାଖଣ୍ଡିରୁ ଅନ୍ୟ ଜଣଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତଙ୍କଠାରୁ ୭୮ଟି ଏଟିଏମ୍ କାର୍ଡ, ୮୬ଟି ସିମ୍, ୧୪ଟି ସ୍ମାର୍ଟଫୋନ୍, ଲାପଟପ୍ ଓ ବ୍ୟାଙ୍କ ଦଲିଲ ଜବତ ହୋଇଛି। ଗଞ୍ଜାମ ଏସ୍ପି ହରୀଶ ବିଶି ଏନେଇ ସୂଚନା ଦେଇଛନ୍ତି।
କେସ୍ ନମ୍ବର ୨୦/୨୬ରେ ତଦନ୍ତ ଜାରି ରହିଛି। ଜବତ ଡିଜିଟାଲ୍ ଉପକରଣର ଫରେନସିକ୍ ଯାଞ୍ଚ ସହ ନେଟ୍ୱର୍କରେ ଆଉ କେତେଜଣ ସମ୍ପୃକ୍ତ ରହିଛନ୍ତି , ଏନେଇ ଖୋଳତାଡ କ୍ରୁଛି ପୁଲିସ।


