ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟର ରୋଭର ରେଞ୍ଜର ୟୁନିଟ ଦ୍ୱାରା ବିଶ୍ୱ ଶାନ୍ତି ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ରୋଭର ରେଞ୍ଜରମାନେ ଅଧ୍ୟକ୍ଷ ଡ଼ଃ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥୀ ବେଦମତ୍ତା ଓ଼ ରେଞ୍ଜର ଲିଡର ଉତ୍କଳିକା ପାଢ଼ୀଙ୍କ ନେତୃତ୍ୱରେ ଶାନ୍ତି ସ୍ଲୋଗାନଦେଇ ପଦଯାତ୍ରା କରିଥିଲେ। ଏହି ଅବସରରେ ଡ୍ରଇଂ ଓ଼ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା।
ଡ଼ଃ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଆଦିତ୍ୟ ସାରଥୀ ବେଦମତ୍ତା, ଉତ୍କଳିକା ପାଢ଼ୀ, ଶ୍ୟାମ ସୁନ୍ଦର ମିଶ୍ର, ଡ଼ଃ ଅରବିନ୍ଦ ନାୟକ ଓ଼ ଡ଼ଃ ଲକ୍ଷ୍ମୀପ୍ରିୟା ପଲାଇ ମଞ୍ଚାସୀନହୋଇ ବିଶ୍ୱ ଶାନ୍ତି, ଏକତା, ସଂହତି, ଭାତୃଭାବ ପାଇଁ ଉଦ୍ୟମ ଓ଼ ସଚେତନତା ବୃଦ୍ଧି କରିବାକୁ ଉଦବୋଧନ ଦେଇଥିଲେ।
ଉପସ୍ଥିତ ଛାତ୍ରଛାତ୍ରୀ ମାନେ ବିଶ୍ଵଶାନ୍ତି ପାଇଁ ଶପଥପାଠ କରିଥିଲେ। କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ଼ ନୃତ୍ୟ ପରିବେଷଣ କରାଯାଇଥିଲା। ଶ୍ରୀମତୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିବାପରେ ସଭା ସାଙ୍ଗ ହୋଇଥିଲା।


