Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ
ରାଜ୍ୟ ଖବର

ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ

September 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Outskirts in disarray due to depression-induced rain and storms.
Outskirts in disarray due to depression-induced rain and storms.

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଅବପାତ ପ୍ରଭାବରେ ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗିରହିଛି। ବୁଧବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ହେତୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ଲକ୍‌ ସମେତ ଭୁବନେଶ୍ବର ଉପକଣ୍ଠରେ ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଯାଁଳା ପଞ୍ଚାୟତର କୁଞ୍ଜବିହାରୀ, କେନ୍ଦ୍ରୀୟ ବିହାର ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଏହି ଅଞ୍ଚଳରେ ରାସ୍ତା ଉପରେ ଦୁଇ ଫୁଟ୍ ଉଚ୍ଚର ପାଣି ଜମି ରହିବା ସହ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଘରଦ୍ୱାର ଜଳମଗ୍ନ ହୋଇପଡ଼ିଛି। ସେହିପରି ଯାଁଳା ପଞ୍ଚାୟତର ଗ୍ରାମେଶ୍ୱର ନଗରରେ ଥିବା ଅଙ୍ଗନବାଡ଼ି, ଯାଁଳା ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଏବେ ପାଣି ଘେରରେ ରହିଛି। ବ୍ରହ୍ମକୁଣ୍ଡଳ ଗାଁ ଏବଂ ରେତଙ୍ଗ ଛକରୁ ଯାଉଥିବା ମହୁରା ରାସ୍ତା ଆଦି ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ଅପରପକ୍ଷରେ ଗଙ୍ଗପଡ଼ା ମେଳଣ ପଡ଼ିଆରେ ଥିବା ଏକ ବହୁ ପୁରୁଣା ବରଗଛ ଉପୁଡ଼ି ପଡ଼ି ଏକ ପକ୍କା ଘର ଉପରେ ପଡ଼ିଯାଇଛି; ତେବେ ଘରର କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ଘର ଭିତରେ ଥିବା ଲୋକମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା, ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଗଛର ଡାଳ ଅସୁରକ୍ଷିତ ଭାବେ ଝୁଲିରହିବା ଏବଂ ୩୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିବାରୁ ଯାଁଳା ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ପହଞ୍ଚି ଗଛ କାଟିବା ସହ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାର୍ଯ୍ୟ କରିଥିଲେ। ସାମାନ୍ୟ ବାତ୍ୟା ଓ ଲଗାଣ ବର୍ଷା ପ୍ରଭାବରେ ବଜାରଘାଟ ଶୂନ୍‌ଶାନ୍ ହୋଇପଡ଼ିଛି।

ଖୋର୍ଦ୍ଧା ବର୍ଷା ଓ ଝଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା

September 25, 2026

ଖୋରଧା ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ଯୋଜନାର ଶୁଭାରମ୍ଭ

September 25, 2026

୪୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

September 25, 2026

ସମ୍ବଲପୁରରେ ନକଲି ସିମ୍ ରାକେଟ୍ ପର୍ଦ୍ଦାଫାଶ: ଜାମତାରା ସାଇବର ଠକଙ୍କ ସହ ଲିଙ୍କ, ୩ ଗିରଫ

September 25, 2026
Latest News

ଅବପାତ ବର୍ଷା ଓ ଝଡ଼ରେ ଭୁବନେଶ୍ବର ଉପକଣ୍ଠ ବେହାଲ

September 25, 2026

ପୂର୍ବତଟ ରେଳପଥର ସୌର ଶକ୍ତି ଚାଳିତ ସିସିଟିଭି ନେଟୱର୍କ ଆଣିଲା ଅପରାଧ ହ୍ରାସରେ ଉଲ୍ଲେଖନୀୟ ସଫଳତା

September 25, 2026

ଖୋରଧା ଜିଲ୍ଲାରେ ସମବାୟ ସଦସ୍ୟତା ମହାଅଭିଯାନ “ସମ୍ବନ୍ଧ” ଯୋଜନାର ଶୁଭାରମ୍ଭ

September 25, 2026

ଦଳ ଛାଡିଛନ୍ତି ୧୧୧ ସାଂସଦ ଏବଂ ବିଧାୟକ: ବିଜେପି ନୁହେଁ ଏହି ଦଳରେ ମିଶିଛନ୍ତି ସର୍ବାଧିକ ନେତା

September 25, 2026

୪୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.