Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ
ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ଇ-ନିଲାମୀରେ ଓଡ଼ିଶାର ବିବିଧ ସାଂସ୍କୃତିକ ଐତିହ୍ୟ ପ୍ରମୁଖ ଆକର୍ଷଣ ସାଜିଛି। ଏଥିରେ ରାଜ୍ୟର ଆଧ୍ୟାତ୍ମିକ ପରମ୍ପରା, କଳାତ୍ମକ କାରିଗରୀ, ଚିତ୍ରକଳା, ବୟନଶିଳ୍ପ ଓ ସାହିତ୍ୟ ପରମ୍ପରାକୁ ପ୍ରତିଫଳିତ କରୁଥିବା ବିଭିନ୍ନ ସାମଗ୍ରୀ ସାମିଲ କରାଯାଇଛି। ସଂଗୃହିତ ସାମଗ୍ରୀ ମଧ୍ୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଉପରେ ଆଧାରିତ ବିଭିନ୍ନ କଳାକୃତି ସହିତ ଓଡ଼ିଶାର ଆଞ୍ଚଳିକ ଦେବଦେବୀ ପାରମ୍ପରିକ କଳାଶୈଳୀ, ବୟନଶିଳ୍ପ, ପର୍ବପର୍ବାଣି ଏବଂ ବିଶିଷ୍ଟ ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କୁ ପ୍ରତିନିଧିତ୍ୱ କରୁଥିବା ସାମଗ୍ରୀ ସ୍ଥାନ ପାଇଛି।

ବିଶେଷ ଆକର୍ଷଣୀୟ ସାମଗ୍ରୀଗୁଡ଼ିକ ମଧ୍ୟରେ ରଥ ଉପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ, ସୁଭଦ୍ରା ଏବଂ ମହାପ୍ରଭୂ ବଳଭଦ୍ର ବିରାଜମାନ ହୋଇଥିବା ଏକ କଳାକୃତି ରହିଛି। ଏଥିରେ ଅତ୍ୟନ୍ତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରଥ ଉପରେ ଶ୍ରୀଜୀଉମାନେ ବିରାଜମାନ କରିଥିବା ଦୃଶ୍ୟ ଚିତ୍ରଣ କରାଯାଇଛି, ଯାହା ରଥଯାତ୍ରାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ୱକୁ ପ୍ରତିପାଦିତ କରେ।

ଏହି ସଂଗ୍ରହରେ ପୁରୀ ରଥଯାତ୍ରା ଉପରେ ଆଧାରିତ ଏକ ପଟ୍ଟଚିତ୍ର ମଧ୍ୟ ସାମିଲ ରହିଛି। ଏଥିରେ ନୃତ୍ୟ, ସଙ୍ଗୀତ ଓ ଉତ୍ସବମୁଖର ପରିବେଶ ମଧ୍ୟରେ ରଥାରୂଢ଼ ଦିଅଁମାନଙ୍କୁ ଚିତ୍ରଣ କରାଯାଇଛି। ଏହି କଳାକୃତିରେ ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ, ଜୀବନ୍ତ ରଙ୍ଗ ଏବଂ ଆଧ୍ୟାତ୍ମିକ କଳାତ୍ମକ ପରମ୍ପରା ପ୍ରତିଫଳିତ ହୋଇଛି।

ନିଲାମ ତାଲିକାରେ ରାଜ୍ୟ ସହିତ ଜଡ଼ିତ ଅନେକ ପାରମ୍ପରିକ ହସ୍ତଶିଳ୍ପ ମଧ୍ୟ ପ୍ରଦର୍ଶିତ ହୋଇଛି। ଏଗୁଡ଼ିକ ମଧ୍ୟରେ ରହିଛି ସୂକ୍ଷ୍ମ ରୂପା ତାର ବ୍ୟବହାର କରି କରାଯାଉଥିବା ଏକ ଜଟିଳ କାରିଗରୀ- କଟକର ରୂପା ତାରକସି କାମର କଳାକୃତି । ସମ୍ବଲପୁରୀ ବସ୍ତ୍ର ଏବଂ ଇକତ୍ ମଧ୍ୟ ନିଲାମ ସାମଗ୍ରୀ ମଧ୍ୟରେ ରହିଛି।

ଅନ୍ୟ ଏକ ବିଶେଷ କାର୍ଯ୍ୟ ହେଉଛି ସମ୍ବଲପୁରୀ ଇକତ ବ୍ୟବହାର କରି ନିର୍ମିତ ମା’ ସମଲେଶ୍ୱରୀଙ୍କ ଦିବ୍ୟ ପ୍ରତିମା ଯାହା ସମ୍ପୂର୍ଣ୍ଣ ଭାବରେ ପାରମ୍ପରିକ ବାନ୍ଧ କୌଶଳରେ ହାତରେ ବୁଣାଯାଇଛି।

ଶ୍ରୀଜଗନ୍ନାଥଙ୍କ ଉପରେ କାର୍ଯ୍ୟ ବ୍ୟତୀତ, ଏହି ସଂଗ୍ରହ ଓଡ଼ିଶାର ଜୀବନ୍ତ ପାର୍ବଣ ପରମ୍ପରାକୁ ତୋଳି ଧରିଥାଏ। ଗୋଟିଏ ଫ୍ରେମ୍ ହୋଇଥିବା ମୁଦ୍ରିତ ଫଟୋ ପଞ୍ଚୁ ଦୋଳ ମେଳଣକୁ ଦର୍ଶାଇଥାଏ। ଏଥିରେ ଭକ୍ତମାନେ ରଙ୍ଗୀନ କ୍ଷୁଦ୍ର ମନ୍ଦିର ଢାଞ୍ଚାର ବିମାନକୁ ବୋହି ନେଉଥିବା ଦେଖାଯାଇଛି। ଅନ୍ୟ ଏକ ଫଟୋରେ ଚିଲିକା ହ୍ରଦରେ ଚାଲିଥିବା ମହୋତ୍ସବର ଚିତ୍ର ରହିଛି ଯେଉଁଥିରେ ଗ୍ରାମଦେବତାମାନଙ୍କୁ ବାର୍ଷିକ ସମାବେଶ ପାଇଁ ଡଙ୍ଗାରେ ନିଆଯାଉଥିବା ଦର୍ଶାଯାଇଛି।

ମିଳିତ ଭାବେ ଦେଖିଲେ ଏହି ୬୨ଟି ସ୍ମାରକୀ ଓଡ଼ିଶାର ଏକ ବ୍ୟାପକ ଦୃଶ୍ୟମାନ ବୃତ୍ତାନ୍ତ ଉପସ୍ଥାପନ କରେ। ଏଥିରେ ଶ୍ରୀଜଗନ୍ନାଥଙ୍କ ପୂଜା ଓ ରଥଯାତ୍ରାର ଚିରନ୍ତନ ପରମ୍ପରାଠାରୁ ଆରମ୍ଭ କରି ପଟ୍ଟଚିତ୍ର, ତାରକସି, ସମ୍ବଲପୁରୀ ଇକ୍କତ, ଆଞ୍ଚଳିକ ପର୍ବପର୍ବାଣି ଏବଂ ସାହିତ୍ୟିକ ଐତିହ୍ୟ ସାମିଲ ରହିଛି। କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କଳାତ୍ମକ ପରମ୍ପରାର ପ୍ରତିନିଧିତ୍ୱ କରିବା ପରିବର୍ତ୍ତେ, ଏହି ସଂଗ୍ରହ ରାଜ୍ୟର ଜୀବନ୍ତ ସାଂସ୍କୃତିକ ଐତିହ୍ୟର ବିବିଧ ସ୍ୱରୂପକୁ ଏକତ୍ରିତ କରିଛି।

ଇ-ନିଲାମୀ ଓଡିଶା ତାରକସି ପଟ୍ଟଚିତ୍ର ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଳାକୃତି ସମ୍ବଲପୁରୀ କଳା ସାଂସ୍କୃତିକ ଐତିହ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ

September 26, 2026

ଭୁବନେଶ୍ୱରଠାରେ ESI ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କିତ ସଚେତନତା ଶିବିର ଆୟୋଜିତ

September 26, 2026

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026
Latest News

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିଚିହ୍ନର ଇ-ନିଲାମୀରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଝଲକ

September 26, 2026

‘ବିକଶିତ ଭାରତ’ର ସଂକଳ୍ପକୁ ଆଗେଇ ନେବ ନବୋନ୍ମେଷର ତରଙ୍ଗ: ପ୍ରହ୍ଲାଦ ଯୋଶୀ

September 26, 2026

ଭୁବନେଶ୍ୱରଠାରେ ESI ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କିତ ସଚେତନତା ଶିବିର ଆୟୋଜିତ

September 26, 2026

ଆଇଆଇଏମସି ଢେଙ୍କାନାଳ ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

September 26, 2026

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.