Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ
ଅନ୍ତରାଷ୍ଟ୍ରୀୟ

କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

September 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

କାନାଡା: କାନାଡାର କ୍ୟୁବେକ୍ ପ୍ରଦେଶ ଅନ୍ତର୍ଗତ ମଣ୍ଟ୍ରିଆଲ୍ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଏକ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣା ଘଟିଛି। ସେଣ୍ଟ-ବ୍ରିଜିଡ୍-ଡି’ଇବରଭିଲ୍‌ର ଏକ ଗ୍ରାମାଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ହେଲିକପ୍ଟରରେ ଥିବା ସମସ୍ତ ୪ ଜଣ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ହେଲିକପ୍ଟରଟି ବିପଦରେ ଥିବା ଓ ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯାଇଥିବା ନେଇ ଜରୁରୀକାଳୀନ ସେବା ସଂସ୍ଥାକୁ ଫୋନ୍ କଲ୍ ଆସିଥିଲା। ହାଇୱେ ୧୦ ନିକଟସ୍ଥ ‘ରାଙ୍ଗ୍ ଡେସ୍ ଏକୋସାଇସ୍’ ରାସ୍ତା ନିକଟରେ ହେଲିକପ୍ଟରଟି ଖସିପଡ଼ି ଜଳିଯାଇଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ଘରୋଇ ହେଲିକପ୍ଟର ବୋଲି ଜଣାପଡ଼ିଛି। ମୃତକଙ୍କ ସଠିକ୍ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କ୍ରାଇମ୍ ସିନ୍ ଟେକ୍ନିସିଆନ୍ ଏବଂ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ଅଫ୍ କାନାଡାର ତଦନ୍ତକାରୀ ଦଳ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି।

କାନାଡା ହେଲିକପ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣରେ ୧୨ ମୃତ, ୩୦ ଗୁରୁତର

September 27, 2026

କବାଡିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲା ଭାରତ: କଡ଼ା ମୁକାବିଲାରେ ଇରାନ ୪୦-୩୪ ରେ ପରାସ୍ତ

September 26, 2026
Latest News

କାନାଡାରେ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଜଣଙ୍କ ମୃତ୍ୟୁ

September 27, 2026

ଜୀ-ସାର୍ଥକରେ ଆସୁଛି ଏକ ନିଆରା ପ୍ରେମ କାହାଣୀ: ଅକ୍ଟୋବର ୪ରେ ‘ଅଧୁରା ପ୍ରେମ କାହାଣୀ’ର ମହାପ୍ରିମିୟର

September 27, 2026

UNSCରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷର ସମର୍ଥନ

September 27, 2026

ପାଟ୍ରୋଲିଂ ବେଳେ ଧରାପଡ଼ିଲା ମଦ କାରବାର, ବିପୁଳ ବିଦେଶୀ ମଦ ସହ ଜଣେ ଗିରଫ

September 27, 2026

ଭିଜିଲାନ୍ସର ବଡ଼ ଚଢ଼ାଉ: ମାଥିଲି AEEଙ୍କ ଘର ଓ ଅଫିସ୍‌ରେ ଖୋଳତାଡ଼

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.