Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ
ଆଜିର ଖବର

ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

September 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ
ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

ନୟାଗଡ଼: ପ୍ରାଥମିକ ଶିକ୍ଷାରେ ଇଂରାଜୀ ଭାଷା ଶିକ୍ଷଣକୁ ଅଧିକ ସରଳ, ସକ୍ରିୟ ଓ ଆନନ୍ଦଦାୟକ କରିବା ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲାରେ ଏକ ପାଞ୍ଚ ଦିନିଆ ଇଂରାଜୀ ଭାଷା ଦକ୍ଷତା ବିକାଶ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ୨୧ ସେପ୍ଟେମ୍ବରରୁ ୨୬ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ନୟାଗଡ଼ ପରିସରରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାର ୮ଟି ବ୍ଲକ୍‌ରୁ ୬୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି ପ୍ରଶିକ୍ଷଣରେ ଯୋଗଦେଇ ଇଂରାଜୀ ଭାଷା ଦକ୍ଷତା, ଶ୍ରେଣୀକକ୍ଷ ଯୋଗାଯୋଗ ଏବଂ ପ୍ରଭାବଶାଳୀ ଶିକ୍ଷଣ ପଦ୍ଧତି ସମ୍ପର୍କରେ ବିଭିନ୍ନ ଅନୁଭୂତିମୂଳକ ଓ ବ୍ୟବହାରିକ ଶିକ୍ଷଣ କାର୍ଯ୍ୟକଳାପରେ ସାମିଲ ହୋଇଥିଲେ।

ପ୍ରଶିକ୍ଷକ ଭାବେ ଅଭିମନ୍ୟୁ ଦାସ, ରାମକାନ୍ତ ପଣ୍ଡା, ମାନସ ରଞ୍ଜନ ନାୟକ, ଦୁର୍ଗାକାନ୍ତ ଆଚାର୍ଯ୍ୟ, ପ୍ରଣତି ମହାପାତ୍ର ଓ ଭାରତୀ ମିଶ୍ର ଯୋଗଦେଇ ବିଭିନ୍ନ ଶିକ୍ଷଣ ପଦ୍ଧତି, ଭାଷା ଅଭ୍ୟାସ, କ୍ଲାସ୍‌ରୁମ୍ କମ୍ୟୁନିକେସନ୍ ଓ ଶିକ୍ଷାଦାନରେ ଇଂରାଜୀର ସକ୍ରିୟ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେ, ଏଡିଇଓ ବନଲତା ବେହେରା ଓ ପେଡାଗୋଜି କୋଅର୍ଡିନେଟର କୃଷ୍ଣIରାଣୀ ମାଝୀ ପ୍ରଶିକ୍ଷଣାର୍ଥୀ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ। ସେମାନେ ଶିକ୍ଷକମାନଙ୍କ ଅନୁଭୂତି, ଶ୍ରେଣୀକକ୍ଷରେ ଇଂରାଜୀ ଶିକ୍ଷାଦାନର ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ମତବିନିମୟ କରିଥିଲେ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ଭେନ୍ୟୁ ଇନ୍‌ଚାର୍ଜ ସରୋଜ କୁମାର ସାହୁଙ୍କ ଭୂମିକା ଉଲ୍ଲେଖନୀୟ ଥିଲା। ପାଞ୍ଚ ଦିନିଆ ଏହି ପ୍ରଶିକ୍ଷଣ ଶିକ୍ଷକମାନଙ୍କୁ ଇଂରାଜୀ ଭାଷାରେ ଆତ୍ମବିଶ୍ୱାସ ବଢ଼ାଇବା ସହିତ ପରସ୍ପର ଅନୁଭୂତି ବିନିମୟ ଓ ନୂତନ ଶିକ୍ଷଣ କୌଶଳ ଆହରଣର ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା। ପ୍ରଶିକ୍ଷଣ ଶେଷରେ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟରେ ଅଧିକ ସକ୍ରିୟ, ସୃଜନଶୀଳ ଓ ଆନନ୍ଦଦାୟକ ଇଂରାଜୀ ଶିକ୍ଷଣ ପରିବେଶ ସୃଷ୍ଟି କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଇଂରାଜୀ ଭାଷା ଏଲିମେଣ୍ଟାରୀ ଶିକ୍ଷକ ନୟାଗଡ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ଋଣରେ ପାଆନ୍ତୁ LPG ସିଲିଣ୍ଡର: ସୁଧମୁକ୍ତ ସହିତ ପ୍ରତି ମାସରେ ଦେୟ ଦିଅନ୍ତୁ କେବଳ 100 ଟଙ୍କା 

September 28, 2026

ଜାଭେଲିନ୍‌ରେ ଭାରତକୁ ଦୁଇଟି ପଦକ

September 28, 2026
Latest News

ଭେଜାଲ ପନିର କାରବାରର ପର୍ଦ୍ଦାଫାସ୍‌: ୧୧ ଜଣଙ୍କ ବିରୋଧରେ କେଏମ୍‌ସିର ମାମଲା

September 28, 2026

ନୟାଗଡ଼ରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ପାଇଁ ଇଂରାଜୀ ଭାଷା ଦକ୍ଷତା ବିକାଶ ପ୍ରଶିକ୍ଷଣ

September 28, 2026

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026

ଋଣରେ ପାଆନ୍ତୁ LPG ସିଲିଣ୍ଡର: ସୁଧମୁକ୍ତ ସହିତ ପ୍ରତି ମାସରେ ଦେୟ ଦିଅନ୍ତୁ କେବଳ 100 ଟଙ୍କା 

September 28, 2026

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.