Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା
ବିଶେଷ ଖବର

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Congress calls for Odisha Bandh on the 8th.
Congress calls for Odisha Bandh on the 8th.

ଭୁବନେଶ୍ୱର: ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା, ଛାତ୍ର ସ୍ୱାର୍ଥ, ଭୋଟ୍ ଜାଲିଆତି ଏବଂ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଆଭିମୁଖ୍ୟକୁ ବିରୋଧ କରି ଆସନ୍ତା ୮ ତାରିଖରେ ସାରା ରାଜ୍ୟରେ କଂଗ୍ରେସ ପକ୍ଷରୁ ‘ଓଡ଼ିଶା ବନ୍ଦ’ ଡାକରା ଦିଆଯାଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏହି ବନ୍ଦ ଡାକରା ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ସହ ଏଥିରେ ସାମିଲ ହେବା ପାଇଁ ‘ଇଣ୍ଡି’ ମେଣ୍ଟର ସମସ୍ତ ସହଯୋଗୀ ଦଳର ନେତୃବୃନ୍ଦ ଓ ସଦସ୍ୟମାନଙ୍କୁ ଆକୁଳ ଅପିଲ୍ କରିଛନ୍ତି।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ ରାଜ୍ୟର ଜନସାଧାରଣ ଏବେ ସମ୍ପୂର୍ଣ୍ଣ ଭାବେ ସଚେତନ ଓ ଜାଗ୍ରତ ହୋଇସାରିଛନ୍ତି। ନିର୍ବାଚନ ମଣ୍ଡଳୀ ଓ ଭୋଟ୍ ଜାଲିଆତି, ଶିକ୍ଷା ବିଭାଗରେ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ସମସ୍ୟା ଏବଂ ଅନ୍ୟାନ୍ୟ ଜନସ୍ୱାର୍ଥ ମାମଲାକୁ ନେଇ କ୍ରମାଗତ ଭାବେ ଆନ୍ଦୋଳନ ଜାରି ରହିଛି। ଏହା ସହିତ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ନିଷ୍ପତ୍ତି ଓ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବାରେ ବିଫଳ ହୋଇଥିବାରୁ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଅନ୍ୟପଟେ, ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସମ୍ବାଦପତ୍ରର ରିପୋର୍ଟକୁ ଆଧାର କରି ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ବାଚନ ଆୟୋଗ ଜାରି କରିଥିବା ପ୍ରେସ୍ ବିଜ୍ଞପ୍ତିରେ କରାଯାଇଥିବା ଅଭିଯୋଗଗୁଡ଼ିକୁ ସିଧାସଳଖ ଖଣ୍ଡନ କରାଯାଇ ନାହିଁ। ଗୋଆ ଭୋଟର ତାଲିକାରୁ ଭୋଟରଙ୍କ ନାମ ହଟାଯିବା ଏବଂ ପରେ ତାହାକୁ ଯୋଡ଼ାଯିବା, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଭୋଟରଙ୍କ ସମସ୍ୟା, ଏବଂ ନୂଆ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବାରେ ସୃଷ୍ଟି କରାଯାଉଥିବା ଜଟିଳତା ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସେମାନଙ୍କ ପୋର୍ଟାଲ ଯାଞ୍ଚ ପାଇଁ ବୈଷୟିକ ବିଶେଷଜ୍ଞଙ୍କୁ ସାମିଲ କରିବା ପାଇଁ ଦିଆଯାଇଥିବା ସ୍ପଷ୍ଟୀକରଣକୁ କଂଗ୍ରେସ ଅସାର ବୋଲି କହିବା ସହ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷପାତିତା ଓ ବେଆଇନ୍ ପଦକ୍ଷେପ ବିରୋଧରେ ନିରନ୍ତର ସ୍ୱର ଉତ୍ତୋଳନ କରାଯିବ ବୋଲି ସ୍ପଷ୍ଟ କରିଛି। ଏହି ସବୁ ଦାବି ଓ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ରାଜପଥକୁ ଓହ୍ଲାଇବ ଏବଂ ଆସନ୍ତା ୮ ତାରିଖର ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସଫଳ କରିବାକୁ ସମସ୍ତ ମେଣ୍ଟ ସହଯୋଗୀ ଓ ସାଧାରଣ ଜନତାଙ୍କ ସହଯୋଗ କାମନା କରାଯାଇଛି।

କଂଗ୍ରେସ ଭକ୍ତ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

September 29, 2026

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026

ଭାଲୁକୁଣୀ ଭସାଣରେ ଅଘଟଣ: ଝିଅଙ୍କ ଉପରେ ଖସିପଡ଼ିଲା ଡିଜେ ସାଉଣ୍ଡ ବକ୍ସ, ୭ ଗୁରୁତର

September 29, 2026
Latest News

ଆସନ୍ତା ୮ ତାରିଖରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

September 29, 2026

ଆସନ୍ତାକାଲି ରାଜ୍ୟବ୍ୟାପୀ ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ୫୯ ହଜାରରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଦେବେ ପରୀକ୍ଷା

September 29, 2026

ବିଜେପି ନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ଗୁରୁତର ଅବସ୍ଥାରେ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି

September 29, 2026

୯ମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପୁସ୍ତକ ପ୍ରକାଶ କଲା NCERT: ଜାଣନ୍ତୁ କେଉଁଠୁ କିଣିବେ?

September 29, 2026

ପୁରୀରେ ପୁଣି ଖଜା ଦୋକାନରେ ଚଢ଼ାଉ: ୫ ଭାଟି ସିଲ୍, ଘରୋଇ ଗ୍ୟାସ୍ ଜବତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.