Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି
ଆଜିର ଖବର

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୋଦି ସରକାର
‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ‘ଗ୍ରୀନ୍ ଏନର୍ଜି କରିଡର୍ ପର୍ଯ୍ୟାୟ-III (GEC-III)’ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହି ଐତିହାସିକ ପଦକ୍ଷେପ ଦେଶର ‘ଆନ୍ତଃ-ରାଜ୍ୟ ବିଦ୍ୟୁତ୍ ପରିବହନ ବ୍ୟବସ୍ଥା’କୁ ସୁଦୃଢ଼ କରିବ। ଏହା ମାଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୩୫ ଗିଗାୱାଟ୍ ପର୍ଯ୍ୟନ୍ତ ଅକ୍ଷୟ ଶକ୍ତିର ପରିବହନ ଓ ଗ୍ରିଡ୍‌କୁ ଯୋଗାଣ କରିବା ସମ୍ଭବ ହେବ।

ଏହି ଯୋଜନାରେ ୫୦ ଗିଗାୱାଟ୍-ଘଣ୍ଟା (GWh) ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (ବିଇଏସଏସ) ସ୍ଥାପନର ବ୍ୟବସ୍ଥା ମଧ୍ୟ ରହିଛି। ଏହି ବ୍ୟାଟେରୀଗୁଡ଼ିକୁ ଅକ୍ଷୟ ଶକ୍ତି ଉତ୍ପାଦକଙ୍କ ସ୍ଥାନରେ କିମ୍ବା ଗ୍ରିଡ୍‌ର ସୁବିଧା ପାଇଁ ଗୁରୁତ୍ୱପୂର୍ଣ୍ଣ ଅନ୍ୟ ସ୍ଥାନରେ ସ୍ଥାପନ କରାଯିବ। ଅକ୍ଷୟ ଶକ୍ତି ଉତ୍ପାଦନରେ ଥିବା ଅସ୍ଥିରତା (intermittency), ଗ୍ରିଡ୍‌ରେ କଂଜେସନ, ପିକ୍ ଆୱାର୍‌ରେ ବିଦ୍ୟୁତ୍ କାଟ  ଏବଂ ସୌର ଶକ୍ତି ଉପଲବ୍ଧ ନଥିବା ସମୟରେ ବିଦ୍ୟୁତ୍ ଚାହିଦା ପୂରଣ ଭଳି ସମସ୍ୟାର ସମାଧାନରେ ବିଇଏସଏସ ସହାୟକ ହେବ। ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅକ୍ଷୟ ଶକ୍ତିକୁ ଗ୍ରିଡ୍ ସହ ସମନ୍ୱୟ କରିବା ଏବଂ ଉତ୍ପାଦିତ ବିଦ୍ୟୁତ୍‌ର ସୁଚାରୁ ପରିବହନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।

ଏହି ଯୋଜନାକୁ ୨୦୩୨-୩୩ ଆର୍ଥିକ ବର୍ଷ ସୁଦ୍ଧା ସ୍ଥାପନ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ମୋଟ ୧,୮୬,୪୦୫ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏଥିରୁ ଗ୍ରୀନ୍ ଏନର୍ଜି କରିଡର୍-୩ ଅଧୀନରେ ଆନ୍ତଃ-ରାଜ୍ୟ ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥା(InSTS)ର ବିକାଶ ପାଇଁ ୧,୩୬,୩୭୮ କୋଟି ଟଙ୍କା ଏବଂ ୫୦ ଗିଗାୱାଟ୍-ଘଣ୍ଟା ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ପାଇଁ ୫୦,୦୦୦ କୋଟି ଟଙ୍କା ବ୍ୟୟ ହେବ। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ମୋଟ ୫୪,୦୮୨ କୋଟି ଟଙ୍କାର ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ ରହିଛି। ଏହି ସହାୟତା ରାଜ୍ୟ ମଧ୍ୟରେ ସଂଚାରଣ ବ୍ୟୟ ଭାର କମାଇବାରେ ସହାୟକ ହେବ ଏବଂ ଫଳରେ ବିଦ୍ୟୁତ୍ ମୂଲ୍ୟ ହ୍ରାସ ପାଇବ। ଏହାଦ୍ୱାରା ସରକାରଙ୍କ ସହାୟତାର ଶେଷ ଲାଭ ଦେଶର ବିଦ୍ୟୁତ୍ ଉପଭୋକ୍ତା ତଥା ସାଧାରଣ ନାଗରିକମାନେ ପାଇବେ। InSTS ବ୍ୟବସ୍ଥା ଅଧୀନରେ ଥିବା ସମସ୍ତ ନୂତନ ପ୍ରକଳ୍ପକୁ ଟାରିଫ ଭିତ୍ତିକ ପ୍ରତିଯୋଗିତାମୂଳକ ଟେଣ୍ଡର ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଅନ୍ୟପକ୍ଷରେ, ପୂର୍ବରୁ ରହିଥିବା ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥାର ଉନ୍ନତିକରଣ ଏବଂ ନେଟୱର୍କ ସୁଦୃଢ଼ୀକରଣ କାର୍ଯ୍ୟ ବ୍ୟୟ ଆଧାରିତ ପ୍ରଣାଳୀରେ କରାଯିବ।

ରାଜ୍ୟ ବିଦ୍ୟୁତ୍ ସଂଚାରଣ ସଂସ୍ଥାଗୁଡ଼ିକ ଏହି ଯୋଜନାର ସାମଗ୍ରିକ କାର୍ଯ୍ୟକାରୀ ସଂସ୍ଥା ଭାବେ କାମ କରିବେ। ଏହା ସହିତ ବିଦ୍ୟୁତ୍ ସଂଚାରଣ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଟାରିଫ ଭିତ୍ତିକ ପ୍ରତିଯୋଗିତାମୂଳକ ଟେଣ୍ଡର ପ୍ରକ୍ରିୟାରେ ନିର୍ମାଣ, ମାଲିକାନା, ପରିଚାଳନା ଓ ରକ୍ଷଣାବେକ୍ଷଣ (BOOM) ମଡେଲ୍‌ରେ ଅଂଶଗ୍ରହଣ କରିବେ।

ଏହି ଯୋଜନା ୨୦୩୫ ସୁଦ୍ଧା ୯୦୦ ଗିଗାୱାଟ୍ ସ୍ଥାପିତ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ହାସଲ କରିବାର ଲକ୍ଷ୍ୟ ପୂରଣରେ ସହାୟକ ହେବ। ଏହା ଦେଶର ଦୀର୍ଘମିଆଦୀ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହିତ କାର୍ବନ୍ ନିର୍ଗମନ କମାଇ ପରିବେଶ ଅନୁକୂଳ ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବ। ଏହି ଯୋଜନା ଫଳରେ ବିଦ୍ୟୁତ୍ କ୍ଷେତ୍ର, ଉତ୍ପାଦନ ଓ ନିର୍ମାଣ ଶିଳ୍ପରେ ବହୁ ସଂଖ୍ୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥାର ଉତ୍ପାଦନ ଓ ସ୍ଥାପନ ଦ୍ୱାରା ଦେଶର ଶକ୍ତି ସଂରକ୍ଷଣ ଶିଳ୍ପରେ ମଧ୍ୟ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ, ଅଂଶଗ୍ରହଣକାରୀ ରାଜ୍ୟଗୁଡ଼ିକରେ ପରିଚାଳନା, ରକ୍ଷଣାବେକ୍ଷଣ ଓ ବିଦ୍ୟୁତ୍ ଗ୍ରିଡ୍ ପରିଚାଳନା କ୍ଷେତ୍ରରେ ଦୀର୍ଘମିଆଦୀ ଦକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

BOOM GEC-III intermittency ଆନ୍ତଃ-ରାଜ୍ୟ ସଂଚାରଣ ବ୍ୟବସ୍ଥା କ୍ୟାବିନେଟ୍ ମଞ୍ଜୁରି ଗ୍ରୀନ୍ ଏନର୍ଜି କରିଡର୍ ତୃତୀୟ ପର୍ଯ୍ୟାୟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026
Latest News

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.