Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ
ଜାତୀୟ ଖବର

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Success for Indian forces: 2 Pakistani infiltrators killed in BSF firing.

ନୂଆଦିଲ୍ଲୀ: ପଞ୍ଜାବର ତାରନ୍ ତାରନ୍ ସେକ୍ଟରସ୍ଥିତ ଭାରତ-ପାକିସ୍ତାନ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ୍‌)ର ଯବାନମାନେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଛନ୍ତି। ଯବାନଙ୍କ ଗୁଳିରେ ୨ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିବା ବେଳେ ଜଣେ ଖସି ପଳାଇବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଳମ୍ବିତ ରାତିରେ ରାଜୋକେ ସୀମା ଚୌକି ନିକଟରେ ବିଏସ୍‌ଏଫ୍ ଯବାନମାନେ ଥର୍ମାଲ୍ ଇମେଜିଙ୍ଗ୍ ଏବଂ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୩ ଜଣ ସନ୍ଦିଗ୍ଧଙ୍କ ଗତିବିଧି ଲକ୍ଷ୍ୟ କରିଥିଲେ। ପାକିସ୍ତାନର ‘ଚଟ୍ଟାନୱାଲା’ ଅଞ୍ଚଳରୁ କଣ୍ଟାତାର ବାଡ଼ ଓ ଅନ୍ଧକାରର ସୁଯୋଗ ନେଇ ଏହି ସନ୍ଦିଗ୍ଧମାନେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିଲେ। ସୁରକ୍ଷା ବାହିନୀ ପକ୍ଷରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ସ୍ଥଗିତ ରହିବା ସହ ପଛଘୁଞ୍ଚା ଦେବାକୁ ଚେତାବନୀ ଦିଆଯାଇଥିଲା। ମାତ୍ର ସେମାନେ ଚେତାବନୀକୁ ଆଡ଼ମ୍ବର କରି ଆଗକୁ ବଢ଼ିବାରୁ ସୁରକ୍ଷା ଦୃଷ୍ଟିରୁ ବିଏସଏଫ୍ ଗୁଳିଚାଳନା କରିଥିଲା। ଗୁଳିମାଡ଼ରେ ୨ ଜଣ ସନ୍ଦିଗ୍ଧ ଘଟଣାସ୍ଥଳରେ ନିହତ ହୋଇଥିବା ବେଳେ ତୃତୀୟ ଜଣକ ପୁଣି ପାକିସ୍ତାନ ସୀମା ଆଡ଼କୁ ଫରାର୍ ହୋଇଯାଇଛି।

ତଦନ୍ତକାରୀ ଅଧିକାରୀ ଅତୁଲ ସୋନିଙ୍କ କହିବାନୁଯାୟୀ, ନିହତ ଦୁଇ ଜଣ ପାକିସ୍ତାନୀ ନାଗରିକ ଏବଂ ସେମାନେ ଅସ୍ତ୍ରଶସ୍ତ୍ର କିମ୍ବା ନିଶାଦ୍ରବ୍ୟ ଚୋରା ଚାଲାଣ ପାଇଁ ଭାରତ ଭିତରକୁ ପଶୁଥିବା ସନ୍ଦେହ କରାଯାଉଛି। ଗତ ୭ ମାସ ମଧ୍ୟରେ ତାରନ୍ ତାରନ୍ ସେକ୍ଟରରେ ଏହା ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ। ଘଟଣା ପରେ ସମଗ୍ର ସୀମାଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ସର୍ଚ୍ଚ ଅପରେସନ୍ ଚାଲୁ ରହିଛି। ବିଏସ୍‌ଏଫ୍ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

bsf infiltrator pakistan
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026

ଏସୀୟ କ୍ରୀଡ଼ା ଫାଇନାଲ୍: ମାଗଣାରେ କିପରି ଦେଖିବେ ଭାରତ-ପାକିସ୍ତାନ ମ୍ୟାଚ?, ଜାଣନ୍ତୁ

October 2, 2026

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026
Latest News

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.