Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ
ଜୀବନ ଶୈଳୀ

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

ସ୍ମାର୍ଟଫୋନ୍ ସ୍କ୍ରିନ୍‌ଗାର୍ଡ଼ ଟିକିଏ ଭାଙ୍ଗିଗଲେ ଅଧିକାଂଶ ଲୋକ ତାହାକୁ ନ ବଦଳାଇ ସେମିତି ବ୍ୟବହାର କରିବାକୁ ଅଭ୍ୟାସ କରିନିଅନ୍ତି। କିନ୍ତୁ ଏହି ସାମାନ୍ୟ ଅବହେଳା ଆପଣଙ୍କ ପାଇଁ କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ, ସେ ବିଷୟରେ ବୋଧହୁଏ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହାର ପ୍ରଭାବ ବିଷୟରେ…

୧. ଟଚ ସ୍କ୍ରିନ୍ ହେବ ଖରାପ :

ଯେତେ ଅଧିକ ସମୟ ଭଙ୍ଗା ସ୍କ୍ରିନଗାର୍ଡ଼ ଆପଣଙ୍କ ଫୋନରେ ରହିବ ସେତେ ଅଧିକ ଆପଣଙ୍କ ଫୋନରେ କ୍ଷତି ହେବ। ତେଲ, ପାଣି ଆଦି ଫୋନ ଭିତରେ ପଶିଯିବ। ସ୍ମାର୍ଟଫୋନର ସ୍ପିଡ ମନ୍ଥର ହେବ। ଏହା ଦ୍ୱାରା ଫୋନ୍ ମଧ୍ୟ ସ୍କ୍ରାଚ ହୋଇଯିବ।
୨. ଆଙ୍ଗୁଠିରେ ପଶିଯିବ କାଚ ଟୁକୁରା :

ଏହା ଅତ୍ୟନ୍ତ ସାଧାରଣ କଥା। ଅତି ସହଜରେ ସ୍କ୍ରିନଗାର୍ଡ଼ର ଭଙ୍ଗା ଟୁକୁରା ଆଙ୍ଗୁଠିରେ ପଶିଯାଇଥାଏ। ଏହି କ୍ଷତ ଅନେକ ଥର ଗୁରୁତର ହୋଇଯାଇଥାଏ। ଅଧିକାଂଶ ସମୟରେ ଆମେ ଜାଣି ପାରିନଥାଉ ଏବଂ ଏହି ଭଙ୍ଗା ଟୁକୁରା ଆମ ଆଙ୍ଗୁଠି ଭିତରେ ପଶି ଯାଇଥାଏ। ସେଥିପାଇଁ ଏପରି କିଛି ଘଟିବା ପୂର୍ବରୁ ଭଙ୍ଗା ସ୍କ୍ରିନଗାର୍ଡ଼ ବଦଳାଇ ଦିଅନ୍ତୁ।

୩.ଦୃଷ୍ଟିଶକ୍ତି ଉପରେ ପଡ଼ିବ ପ୍ରଭାବ :

ସ୍ମାର୍ଟଫୋନରେ ହାଇ-ଡିଫେକ୍ସନ ସ୍କ୍ରିନ ହୋଇଥାଏ। ଯଦି ଆପଣଙ୍କ ସ୍କ୍ରିନଗାର୍ଡ଼ ଅନେକ ସ୍ଥାନରେ ଭାଙ୍ଗିଯାଇଛି ତେବେ ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିପାରେ। ଆମେ ଦିନରେ ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଇଥାଉ। ଏପରି ଭଙ୍ଗା ସ୍କ୍ରିନକୁ ଦେଖିବା ଦ୍ୱାରା ମୁଣ୍ଡବ୍ୟଥାର ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ିପାରେ।

୪. ରାସ୍ତାରେ ଅସୁବିଧା :

ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ସ୍ମାର୍ଟଫୋନ୍ ସହାୟତାରେ ରାସ୍ତା ଦେଖୁଛନ୍ତି ତେବେ ଭଙ୍ଗା ସ୍କ୍ରିନଗାର୍ଡ଼ ଏଥିରେ ବାଧା ସୃଷ୍ଟି କରିଥାଏ। ଏହା ଦ୍ୱାରା ରୋଡ ମ୍ୟାପ୍ ପରିଷ୍କାର ଦେଖାଯାଇନଥାଏ ଯାହା ଦ୍ୱାରା ଆପଣ ଭୁଲ ରାସ୍ତାରେ ଚାଲିଯିବାର ସମ୍ଭାବନା ରହିଛି।

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ଭୟଙ୍କର. ବ୍ୟବହାର
Share. Facebook Twitter LinkedIn Email WhatsApp Copy Link

Related Posts

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

ସାବଧାନ ଗାଡ଼ି ଚାଳକ! ବଦଳୁଛି ଚାଲାଣ ଆଦାୟ ନିୟମ

September 29, 2026
Latest News

ଭଙ୍ଗା ସ୍କ୍ରିନ୍‌ଗାର୍ଡ଼ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ କେତେ ଭୟଙ୍କର ହୋଇପାରେ ଏହି ଅଭ୍ୟାସ

October 4, 2026

ନାୟରା ବଢ଼ାଇଲା ତେଲ ଦର: ପେଟ୍ରୋଲ ୫, ଡିଜେଲ ୩ ଟଙ୍କା ମହଙ୍ଗା

October 4, 2026

ବରଗଡ଼ ଧନୁଯାତ୍ରା ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ପ୍ରାମାଣିକ ଚଳଚ୍ଚିତ୍ର ‘ମାମୁ ଘରକୁ ଯାତ୍ରା’ର ସ୍କ୍ରିନିଂ ଓ ସମ୍ବର୍ଦ୍ଧନା ଉତ୍ସବ

October 4, 2026

ପାକ୍ ଆତଙ୍କବାଦୀଙ୍କ ସହ ବେଆଇନ ଅସ୍ତ୍ର କାରବାର ଅଭିଯୋଗରେ କର୍ଣ୍ଣାଟକ ଯୁବକ ଗିରଫ

October 4, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ପୁରୀ ରେଳ ଷ୍ଟେସନ ନିରୀକ୍ଷଣ

October 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.