ସ୍ମାର୍ଟଫୋନ୍ ସ୍କ୍ରିନ୍ଗାର୍ଡ଼ ଟିକିଏ ଭାଙ୍ଗିଗଲେ ଅଧିକାଂଶ ଲୋକ ତାହାକୁ ନ ବଦଳାଇ ସେମିତି ବ୍ୟବହାର କରିବାକୁ ଅଭ୍ୟାସ କରିନିଅନ୍ତି। କିନ୍ତୁ ଏହି ସାମାନ୍ୟ ଅବହେଳା ଆପଣଙ୍କ ପାଇଁ କେତେ ଭୟଙ୍କର ସାବ୍ୟସ୍ତ ହୋଇପାରେ, ସେ ବିଷୟରେ ବୋଧହୁଏ ଆପଣ ଜାଣିନଥିବେ। ଆସନ୍ତୁ ଜାଣିବା ଏହାର ପ୍ରଭାବ ବିଷୟରେ…
୧. ଟଚ ସ୍କ୍ରିନ୍ ହେବ ଖରାପ :
ଯେତେ ଅଧିକ ସମୟ ଭଙ୍ଗା ସ୍କ୍ରିନଗାର୍ଡ଼ ଆପଣଙ୍କ ଫୋନରେ ରହିବ ସେତେ ଅଧିକ ଆପଣଙ୍କ ଫୋନରେ କ୍ଷତି ହେବ। ତେଲ, ପାଣି ଆଦି ଫୋନ ଭିତରେ ପଶିଯିବ। ସ୍ମାର୍ଟଫୋନର ସ୍ପିଡ ମନ୍ଥର ହେବ। ଏହା ଦ୍ୱାରା ଫୋନ୍ ମଧ୍ୟ ସ୍କ୍ରାଚ ହୋଇଯିବ।
୨. ଆଙ୍ଗୁଠିରେ ପଶିଯିବ କାଚ ଟୁକୁରା :
ଏହା ଅତ୍ୟନ୍ତ ସାଧାରଣ କଥା। ଅତି ସହଜରେ ସ୍କ୍ରିନଗାର୍ଡ଼ର ଭଙ୍ଗା ଟୁକୁରା ଆଙ୍ଗୁଠିରେ ପଶିଯାଇଥାଏ। ଏହି କ୍ଷତ ଅନେକ ଥର ଗୁରୁତର ହୋଇଯାଇଥାଏ। ଅଧିକାଂଶ ସମୟରେ ଆମେ ଜାଣି ପାରିନଥାଉ ଏବଂ ଏହି ଭଙ୍ଗା ଟୁକୁରା ଆମ ଆଙ୍ଗୁଠି ଭିତରେ ପଶି ଯାଇଥାଏ। ସେଥିପାଇଁ ଏପରି କିଛି ଘଟିବା ପୂର୍ବରୁ ଭଙ୍ଗା ସ୍କ୍ରିନଗାର୍ଡ଼ ବଦଳାଇ ଦିଅନ୍ତୁ।
୩.ଦୃଷ୍ଟିଶକ୍ତି ଉପରେ ପଡ଼ିବ ପ୍ରଭାବ :
ସ୍ମାର୍ଟଫୋନରେ ହାଇ-ଡିଫେକ୍ସନ ସ୍କ୍ରିନ ହୋଇଥାଏ। ଯଦି ଆପଣଙ୍କ ସ୍କ୍ରିନଗାର୍ଡ଼ ଅନେକ ସ୍ଥାନରେ ଭାଙ୍ଗିଯାଇଛି ତେବେ ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିପାରେ। ଆମେ ଦିନରେ ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଇଥାଉ। ଏପରି ଭଙ୍ଗା ସ୍କ୍ରିନକୁ ଦେଖିବା ଦ୍ୱାରା ମୁଣ୍ଡବ୍ୟଥାର ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ିପାରେ।
୪. ରାସ୍ତାରେ ଅସୁବିଧା :
ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ସ୍ମାର୍ଟଫୋନ୍ ସହାୟତାରେ ରାସ୍ତା ଦେଖୁଛନ୍ତି ତେବେ ଭଙ୍ଗା ସ୍କ୍ରିନଗାର୍ଡ଼ ଏଥିରେ ବାଧା ସୃଷ୍ଟି କରିଥାଏ। ଏହା ଦ୍ୱାରା ରୋଡ ମ୍ୟାପ୍ ପରିଷ୍କାର ଦେଖାଯାଇନଥାଏ ଯାହା ଦ୍ୱାରା ଆପଣ ଭୁଲ ରାସ୍ତାରେ ଚାଲିଯିବାର ସମ୍ଭାବନା ରହିଛି।


